Jawaharlal Nehru University : କଂଗ୍ରେସ ସାଂସଦ-ପ୍ରଫେସରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବହିଷ୍କାର

Oct 09, 2026 - 17:31
Jawaharlal Nehru University : କଂଗ୍ରେସ ସାଂସଦ-ପ୍ରଫେସରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବହିଷ୍କାର

"ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ପ୍ରଫେସର ତଥା ଇନର ମଣିପୁର କଂଗ୍ରେସ ସାଂସଦ ଡକ୍ଟର ଅଙ୍ଗୋମଚା ବିମୋଲ ଅକୋଇଜାମଙ୍କୁ ଛାତ୍ରୀଙ୍କୁ ‌ଯୌନ ନିର୍ଯାତନା ମାମଲାରେ ଦୋଷୀ ପାଇବା ପରେ ବହିଷ୍କାର କରିଛି।

ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ତ୍ବରିତ ପ୍ରଭାବରେ ଗ୍ରହଣ କରାଯାଇଛି।

ବହିଷ୍କାର ନିର୍ଦ୍ଦେଶନାମାରେ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଡି ପଣ୍ଡିତଙ୍କ ହସ୍ତାକ୍ଷର ରହିଛି।Advertisment  ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସେଣ୍ଟର ଫର୍ ଦି ଷ୍ଟଡି ଅଫ୍ ସୋସିଆଲ ସିଷ୍ଟମ୍ସ, ସ୍କୁଲ ଅଫ୍ ସୋସିଆଲ ସାଇନ୍ସର ଶିକ୍ଷାବିତ୍‌ ଅକୋଇଜାମ୍‌ଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ପାଇବା ପରେ ଆଭ୍ୟନ୍ତରୀଣ ତଦନ୍ତ କରାଯାଇଥିଲା।

ଏଗାର ଜଣ ଛାତ୍ରୀ ସାଂସଦଙ୍କ ବିରୋଧରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ନିକଟରେ ଅଭିଯୋଗ କରିଥିଲେ।

ସେମାନେ ଅଭିଯୋଗ କରିଛନ୍ତି ‌‌ଯେ, ପ୍ରଫେସର ଶ୍ରେଣୀଗୃହରେ ଆପତ୍ତିଜନକ ମନ୍ତବ୍ୟ ରଖନ୍ତି ଓ ଅସଦାଚାରଣ ମଧ୍ୟ କରନ୍ତି।

ପ୍ରଥମେ ଜଣେ ଛାତ୍ରୀ ମୌଖିକ ପରୀକ୍ଷା ସମୟରେ ପ୍ରଫେସର ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ।

ପରେ ଅନ୍ୟମାନେ ଅଭିଯୋଗ ଆଣିଥିଲେ।

ତେବେ ଅକୋଇଜାମ୍‌ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ତାଙ୍କ ବିରୋଧରେ ମିଥ୍ୟା ଓ ପ୍ରରୋଚିତ ଅଭିଯୋଗ କରାଯାଉଥିବା କହିଛନ୍ତି।

ସିଜେପି ଆନ୍ଦୋଳନ ପାଇଁ ଦିଲ୍ଲୀ ମେଟ୍ରୋ ସମ୍ପୂର୍ଣ୍ଣ ବନ୍ଦକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)