Japan temperatures: ଜାପାନରେ ରେକର୍ଡ ଭାଙ୍ଗିଲା ତାତି: ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଟପିଲା

Jul 22, 2026 - 15:44
Japan temperatures: ଜାପାନରେ ରେକର୍ଡ ଭାଙ୍ଗିଲା ତାତି: ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଟପିଲା

"ଟୋକିଓ: ପ୍ରବଳ ତାତି ଏବଂ ଗ୍ରୀଷ୍ମ ପ୍ରବାହ ଜାପାନରେ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଛି।

ମଙ୍ଗଳବାର, ୨୧ ଜୁଲାଇରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିଥିଲା।

ଏହାକୁ ଦୃଷ୍ଟିରେ ରଖି, ଜାପାନ ପାଣିପାଗ ସଂସ୍ଥା (ଜେଏମଏ)ଦେଶର ପ୍ରଥମ "କୋକୁଶୋବି" ଆନୁଷ୍ଠାନିକ ଭାବରେ ରେକର୍ଡ କରିଛି, ଯାହାର ଅର୍ଥ "ପୀଡ଼ାଦାୟକ ଗ୍ରୀଷ୍ମ ଦିନ"।

ଏହି ନୂତନ ଶବ୍ଦଟି ଚଳିତ ବର୍ଷ ଏପ୍ରିଲରେ ସେହି ଦିନ ପାଇଁ ପ୍ରଚଳନ କରାଯାଇଥିଲା ଯେତେବେଳେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଅତିକ୍ରମ କରିବ।

ଗିଫୁ ପ୍ରିଫେକ୍ଚରର ଗୁଜିୟୋ ଏବଂ ତାଜିମି ସହର ଏବଂ ମଧ୍ୟ ଜାପାନର ଆଇଚି ପ୍ରିଫେକ୍ଚରର ଟୟୋଟା ସିଟିରେ ପାରଦ ୪୦ ଡିଗ୍ରି ସେଲସିୟସରେ ପହଞ୍ଚିଥିଲା।

ବିଶେଷକରି, ଗୁଜିୟୋରେ ୪୦ ଡିଗ୍ରି ଏବଂ ଟୟୋଟାରେ ୪୦.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା।

ଦେଶର ୯୧୪ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ୨୭୮ଟି କେନ୍ଦ୍ରରେ ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି।

ଏହାକୁ "ମୋଶୋବି" ବା ଅତ୍ୟନ୍ତ ଗରମ ଦିନ କୁହାଯାଇଛି।Advertisment ଇତିମଧ୍ୟରେ ପ୍ରବଳ ଗରମ ଜୀବନ ନେବା ଆରମ୍ଭ କରିଛି।

ସୋମବାର ଦିନ, ନିଗାତା ପ୍ରଦେଶର ସାଞ୍ଜୋରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ରାସ୍ତାରେ ମୃତ ଅବସ୍ଥାରେ ମିଳିଥିଲେ।

କାନାଗାୱାରେ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉଭୟଙ୍କ ମୃତ୍ୟୁର କାରଣ ଅତ୍ୟଧିକ ତାତି ଏବଂ ଗ୍ରୀଷ୍ମ ପ୍ରବାହ।

ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୨୦୨୪ ମସିହାରେ ପ୍ରଥମ ଥର ପାଇଁ ଅଂଶୁଘାତ ଯୋଗୁଁ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରିଥିଲା।

କାଦୁଅରେ ଖାଲି ପାଦରେ ଚାଲିଲେ ବିରାଟ-ଅନୁଷ୍କା; ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ନେଇ ଜିତିଲେ ସମସ୍ତଙ୍କ ମନ ଜାପାନର କୃଷି ଏବଂ ସଂସ୍କୃତି ଉପରେ ମଧ୍ୟ ବୃଦ୍ଧି ପାଉଥିବା ତାପମାତ୍ରାର ପ୍ରଭାବ ସ୍ପଷ୍ଟ ଭାବରେ ଦେଖାଯାଉଛି।

ଗରମ ଯୋଗୁଁ ମୁଖ୍ୟ ଫସଲ ଧାନର ଗୁଣବତ୍ତା ଏବଂ ଅମଳ ପ୍ରଭାବିତ ହେଉଛି।

ଯାହା ଫଳରେ ଚାଷୀମାନେ ଅଧିକ ତାପମାତ୍ରା ସହ୍ୟ କରିପାରୁଥିବା ଆଭୋକାଡୋ ଭଳି ଫସଲ ପ୍ରତି ମୁହାଁଇବାକୁ ବାଧ୍ୟ ହେଉଛନ୍ତି।

ଖେଳାଳି ଏବଂ ଦର୍ଶକଙ୍କୁ ଅଂଶୁଘାତରୁ ସୁରକ୍ଷା ଦେବା ପାଇଁ ଲୋକପ୍ରିୟ କୋଶିଏନ୍ ହାଇସ୍କୁଲ୍ ବେସବଲ୍ ଟୁର୍ଣ୍ଣାମେଣ୍ଟର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଗରମ ମଧ୍ୟରେ ବିଦ୍ୟୁତ୍ ବ୍ୟବହାର କମ କରିବା ପାଇଁ, ସରକାର କୁଲ୍ ବିଜ୍ ଅଭିଯାନ ଅନ୍ତର୍ଗତ ଅଫିସ୍ ସଂସ୍କୃତିକୁ କୋହଳ କରିଛନ୍ତି।

ଟୋକିଓ ରାଜ୍ୟପାଳ ୟୁରିକୋ କୋଇକେ ଏୟାର କଣ୍ଡିସନିଂ ବ୍ୟବହାର କମ୍ କରିବା ଏବଂ ବିଦ୍ୟୁତ୍ ଯୋଗାଣ ଚ୍ୟାଲେଞ୍ଜ୍‌ର ମୁକାବିଲା କରିବା ପାଇଁ ଅଫିସ୍ କର୍ମଚାରୀମାନଙ୍କୁ ସର୍ଟସ୍, ପୋଲୋ ସାର୍ଟ ଏବଂ ଟି-ସାର୍ଟ ପିନ୍ଧିବାକୁ ଉତ୍ସାହିତ କରିଛନ୍ତି।

ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ ,ଗତ ୧୦୦ ବର୍ଷ ମଧ୍ୟରେ ଦେଶର ଜଳବାୟୁରେ ପରିବର୍ତ୍ତନ ହୋଇଛି।

ଫଳରେ ହାରାହାରି ତାପମାତ୍ରା ପ୍ରାୟ ୧.୩ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇଛି।

୨୦୨୩ ଏବଂ ୨୦୨୪ ବର୍ଷ ରେକର୍ଡରେ ସବୁଠାରୁ ଉତ୍ତପ୍ତ ଥିଲା, କିନ୍ତୁ ୨୦୨୫ ବର୍ଷ ସେହି ରେକର୍ଡକୁ ଅତିକ୍ରମ କରିଥିଲା।

ବିଶେଷଜ୍ଞମାନଙ୍କ ଅନୁସାରେ ଯଦି କାର୍ବନ ନିର୍ଗମନ ହ୍ରାସ କରାନଯାଏ, ତେବେ ଭବିଷ୍ୟତରେ ବାହ୍ୟ କ୍ରୀଡ଼ା ଏବଂ ବାହାରର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅସମ୍ଭବ ହୋଇଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।