Capri Loans: ନୟନତାରା କାପ୍ରି ଲୋନ୍ସର ବ୍ରାଣ୍ଡ୍‌ ଆମ୍ବାସାଡର

Jul 22, 2026 - 19:16
Capri Loans: ନୟନତାରା କାପ୍ରି ଲୋନ୍ସର ବ୍ରାଣ୍ଡ୍‌ ଆମ୍ବାସାଡର

"ଭୁବନେଶ୍ବର: ଏନ୍‌ବିଏଫ୍‌ସି ସଂସ୍ଥା କାପ୍ରି ଲୋନ୍ସ ପକ୍ଷରୁ ଦକ୍ଷିଣ ଭାରତର ଚର୍ଚ୍ଚିତ ଅଭିନେତ୍ରୀ ନୟନତାରାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି।

ସେ ବଲିଉଡ୍‌ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ସହ କମ୍ପାନିର ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି।

Advertisment ଏହି ଅବସରରେ କାପ୍ରି ଲୋନ୍ସର ପରିଚାଳନା ନିର୍ଦ୍ଦେଶକ ରାଜେଶ ଶର୍ମା କହିଛନ୍ତି ଯେ ପ୍ରତିଟି ଆର୍ଥିକ ଯାତ୍ରା ବିଶ୍ବାସର ସହ ଆରମ୍ଭ ହୋଇଥାଏ ବୋଲି ଆମର ବିଶ୍ବାସ ରହିଛି।

ଆମେ ସାରା ଦେଶରେ ଆମର ଉପସ୍ଥିତି ବଢ଼ାଉଥିବା ବେଳେ ଲୋକମାନଙ୍କ ସହ ଅର୍ଥପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ଓ ସେମାନଙ୍କ ଅଭିଳାଷର ଏକ ଭରସାଯୋଗ୍ୟ ସହଯୋଗୀ ହେବାକୁ ଚାହୁଛୁ।

ନୟନତାରା ନିଜ କାମ ଜରିଆରେ ଲୋକମାନଙ୍କ ଯେଉଁ ବିଶ୍ବାସ ଜିତିଛନ୍ତି ତାହା ତାଙ୍କୁ ଆମ ବ୍ରାଣ୍ଡ୍‌ ପ୍ରଚାର ପାଇଁ ସବୁଠୁ ଉପଯୁକ୍ତ କରିଥିଲା।

ଏହି ସହଯୋଗିତା ସମ୍ପର୍କରେ ନୟନତାରା କହିଛନ୍ତି ଯେ କାପ୍ରି ଲୋନ୍‌ସ ଭଳି ଏକ ବ୍ରାଣ୍ଡ୍‌ ସହ ଯୋଡ଼ି ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ।

କମ୍ପାନିର ଯାତ୍ରାରେ ଏକ ଅଂଶ ହେବାକୁ ମୁଁ ଚାହିରହିଛି ବୋଲି ସେ କହିଛନ୍ତି।

ତାମିଲ ଅଭିନେତ୍ରୀ ନୟନତାରା ସାଜି ଗ୍ୟାଙ୍ଗ୍‌ଷ୍ଟର୍‌କୁ ଧରିଲେ ବିହାରୀ ମହିଳା ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।