country made gun ବିଦ୍ୟୁତ୍ ଦେୟ ପୈଠ କରୁନଥିଲେ, ବନ୍ଧୁକ ଧରି ଧମକାଉଥିଲେ, ଚଢ଼ାଉ କରି ପୁଲିସ ଛାନିଆ
"ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ବିଦ୍ୟୁତ୍ ଦେୟ ପୈଠ କରୁନଥିଲେ ଓଲଟି ଚୋର ମୁହଁ ଟାଣ ଭଳି ବିଦ୍ୟୁତ୍ କର୍ମଚାରୀଙ୍କୁ ବନ୍ଧୁକ ଧରି ଡରାଉଥିଲେ।
ଅଭିଯୋଗ ପାଇଁ ପୁଲିସ ଉକ୍ତ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିବା ପରେ ଯାହା ଦେଖିଲା ସେଥିରେ ଚକିତ ହୋଇଯାଇଥିଲା।
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଘର ବାଡ଼ିରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି।
Advertisment ଦଶପଲ୍ଲା ପାହାଡ଼ ଉପରେ ଦେଶୀ ବନ୍ଧୁକ କାରଖାନା: ୩ ଗିରଫ, ବିପୁଳ ପରିମାଣରେ ସାମଗ୍ରୀ ଜବତ ଘଟଣା ଅନୁଯାୟୀ, ମାଲକାନଗିରି ଥାନା ଠାରୁ ମାତ୍ର ୬ କିଲୋମିଟର ଦୁରରେ ରହିଛି ନିଳିମାରିଗୁଡା ଗାଁ।
ଏହି ଗାଁର ବାସିନ୍ଦା ଅନୁକୂଳ ନାୟକ।
ଘରର ବିଦ୍ୟୁତ୍ଦେୟ ୧୪୦ଟଙ୍କା ବକୟା ରହିଥିଲା।
ଜବତ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଆଦାୟ କରିବାକୁ ବିଦ୍ୟୁତ୍ କର୍ମଚାରୀ ଦୀପକ ବିଶ୍ବାସ ଅନୁକୂଳଙ୍କ ଘରକୁ ଯାଇଥିଲେ।
କିନ୍ତୁ ଦେୟ ନଦେଇ ଓଲଟି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା।
ଏହାର ପ୍ରତିବାଦ କରିବାକୁ ଦୀପକ ପ୍ରସ୍ତୁତ ହେବାବେଳକୁ ଏକ ବନ୍ଧୁକ ଆଣି ଧମକ ଦେଇଥିଲା।
ବନ୍ଧୁକ ଦେଖି ଦୀପକ ସେଠାରୁ ଚାଲିଆସିଥିଲେ।
ବନ୍ଧୁକ କାରଖାନା ଠାବ ମାମଲା: ବନ୍ଧାହେଲା ଗ୍ୟାଙ୍ଗ୍ଷ୍ଟର୍ ଅସଲମ୍, କାରିଗରଙ୍କ ସହ ୩୦ ଲକ୍ଷ ଟଙ୍କାର କାରବାର ଘଟଣାକୁ ନେଇ ଦୀପକ ମାଲକାନଗିରି ଥାନାରେ ଏତଲା ଦାୟର କରିଥିଲେ।
ଏତଲାଭିତ୍ତିରେ ଆଇଆଇସି ରିଗାନ କିଣ୍ଡୋ ଏକ ଟିମ୍ ଗଠନ କରି ଅନକୂଳ ଘରେ ଚଢାଉ କରିଥିଲେ।
ଚଢାଉରେ ଅନୁକୂଳକୁ ଗିରଫ କରିଥିଲେ।
ଘର ଭିତରେ ଯାଞ୍ଚରେ ଏକ ଛୋଟିଏ ବନ୍ଧୁକ କାରଖାନା ଥିବା ଦେଖିବାକୁ ମିଳିଥିଲା।
ସେଠାରୁ ବନ୍ଧୁକ ତିଆରି ସାମଗ୍ରୀ ଓ ଅଫୁଟା ଗୁଳି ଜବତ କରିଛନ୍ତି।
ଅଭିଯୁକ୍ତ ଅନୁକୂଳ ଅନୁକୂଳକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି।
ଦେଶୀ ବନ୍ଧୁକ କାରଖାନା ଠାବ, ୨ ଗିରଫ ପୁଲିସ ଥାନାରୁ ମାତ୍ର ୬ କିଲୋମିଟର ଦୁରରେ ଏଭଳି ବନ୍ଧୁକ ତିଆରି କାରାଖାନା ଚାଲୁଛି ପୁଲିସ ଟେର ମଧ୍ୟ ପାଇପାରିଲା ନାହିଁ।
ଅନୁକୂଳ ବିଦ୍ୟୁତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିନଥିଲେ ଏ ସଂପର୍କରେ ପୁଲିସ କୌଣସି ସୂଚନା ପାଇପାରିନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।