Rahul Gandhi Targets Government: ୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, ଜଣେ ବି ଦଣ୍ଡିତ ହୋଇନାହାନ୍ତି: ରାହୁଲ ଗାନ୍ଧୀ

Jul 22, 2026 - 18:57
Rahul Gandhi Targets Government: ୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, ଜଣେ ବି ଦଣ୍ଡିତ ହୋଇନାହାନ୍ତି: ରାହୁଲ ଗାନ୍ଧୀ

"ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନକୁ ନେଇ ବୁଧବାର ପୁଣି ଥରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଗତ ୧୦ ବର୍ଷରେ ଦେଶରେ ବିଭିନ୍ନ ପରୀକ୍ଷାରେ ୧୫୨ ଥର ପ୍ରଶ୍ନପତ୍ର ଲିକ୍‌ ହୋଇଛି, କିନ୍ତୁ ଜଣେ ବି ଦଣ୍ଡିତ ହୋଇନାହାନ୍ତି ବୋଲି ରାହୁଲ ଅଭିଯୋଗ କରି କହିଛନ୍ତି।Advertisment ଛାତ୍ରମାନଙ୍କ ଉପରେ ଲାଠିଚାର୍ଜକୁ ନେଇ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଏଠାରେ ରାହୁଲ ପ୍ରଥମେ ୨୦ ଜୁଲାଇରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର "ସଂସଦ ଚଲୋ" ମାର୍ଚ୍ଚରେ ଅଂଶଗ୍ରହଣ କରୁଥିବା ଛାତ୍ରମାନଙ୍କ ଉପରେ ହୋଇଥିବା ପୁଲିସର ନିର୍ମମ ଆକ୍ରମଣର ଭିଡିଓ ପ୍ରଦର୍ଶନ କରିଥିଲେ।

ଉପସ୍ଥାପନା ସମୟରେ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ ଯେ, ସୁରକ୍ଷା ବାହିନୀ ଛାତ୍ରମାନଙ୍କୁ କାହିଁକି ଏତେ ନିର୍ମମ ଭାବରେ ମାଡ଼ ମାରିଲେ।

ନିଟ୍‌ ପ୍ରଶ୍ନପତ୍ର ଲିକ୍ ଯୋଗୁ ସାରା ଦେଶରେ ୭.୫ କୋଟି ନିଟ୍‌ ଆଶାୟୀ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପ୍ରଭାବିତ ହୋଇଥିଲେ।

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏପର୍ଯ୍ୟନ୍ତ କାହାକୁ ଦଣ୍ଡିତ କରାଯାଇନାହିଁ।

ଲୋକମାନେ ସେମାନଙ୍କ କଷ୍ଟାର୍ଜିତ ଧନ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଛନ୍ତି, ପରେ ଦେଖୁଛନ୍ତି ସେମାନଙ୍କ ଆଶା ଧୂଳିସାତ୍‌ ହେଉଛି ବୋଲି ରାହୁଲ କହିଛନ୍ତି।

ହିମାଚଳ, ଜମ୍ମୁ-କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟରେ ମୌସୁମୀ ବର୍ଷାରେ ୧୨୦ ମୃତ ରାହୁଲ କହିଛନ୍ତି, ଆମ ଶିକ୍ଷା ବ୍ୟବସ୍ଥା ଆମ ଦେଶର ସବୁଠୁ ବଡ଼ ସମ୍ପତ୍ତି, କିନ୍ତୁ ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୂରା ନଷ୍ଟ କରିସାରିଲେଣି।

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ଅଯୋଗ୍ୟ ବ୍ୟକ୍ତି ବୋଲି କହି ରାହୁଲ ତାଙ୍କ ଇସ୍ତଫା ଦାବି କରିଛନ୍ତି।

ଦେଶରେ ଶିକ୍ଷା ଏତେ ମହଙ୍ଗା ହୋଇଗଲାଣି ଯେ, ଏହା ଦେଶର ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଅପହଞ୍ଚ ହୋଇଯାଇଛି।

ସୋମବାର "ସଂସଦ ଚଲୋ" ଆନ୍ଦୋଳନ ବେଳେ ଛାତ୍ରଙ୍କୁ ଅତି ନିର୍ମମ ଭାବେ ପିଟିଥିବା ପୁଲିସ ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାହୁଲ ଦାବି କରିଛନ୍ତି।

ଛାତ୍ରମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।