Japan Earthquake: ପୁଣି ସକାଳୁ ସକାଳୁ ଥରିଲା ଜାପାନ: ୫.୯ ତୀବ୍ରତାଯୁକ୍ତ ଭୂମିକମ୍ପରେ ୨୩ ଆହତ

Aug 23, 2026 - 09:24
Japan Earthquake: ପୁଣି ସକାଳୁ ସକାଳୁ ଥରିଲା ଜାପାନ: ୫.୯ ତୀବ୍ରତାଯୁକ୍ତ ଭୂମିକମ୍ପରେ ୨୩ ଆହତ

"ଟୋକିଓ: ପୁଣିଥରେ ରବିବାର ସକାଳେ ଜାପାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।

ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ମାପ କରାଯାଇଛି।

ରାଜଧାନୀ ଟୋକିଓ ସମେତ ପୂର୍ବ ଜାପାନର ଅନେକ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି।

ଅଧିକାରୀଙ୍କ ଅନୁଯାୟୀ, ଭୂମିକମ୍ପରେ ୨୩ ଜଣ ଆହତ ହୋଇଛନ୍ତି।

ଭୂମିକମ୍ପ ପରେ କୌଣସି ସୁନାମି ସତର୍କ ସୂଚନା ଜାରି ହୋଇନାହିଁ।

ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପ ଦକ୍ଷିଣ ଇବାରାକି ପ୍ରଦେଶରେ ଘଟିଛି।

ଏହାର କେନ୍ଦ୍ରସ୍ଥଳ ଭୂମି ତଳେ ପ୍ରାୟ ୭୦ କିଲୋମିଟର ଗଭୀରରେ ଥିଲା।

ଏହି ଅଞ୍ଚଳ ଜାପାନର ସର୍ବାଧିକ ଭୂମିକମ୍ପପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ।

ଅଧିକାରୀଙ୍କ ଅନୁଯାୟୀ, ଚାରୋଟି ପ୍ରଦେଶରେ ମୋଟ ୨୩ ଜଣ ଆହତ ହୋଇଥିବା ରିପୋର୍ଟ କରାଯାଇଛି।

ସାଇତାମାରେ ନଅ ଜଣ, କାନାଗାୱାରେ ନଅ ଜଣ, ଚିବାରେ ଚାରି ଜଣ ଏବଂ ଇବାରକିରେ ଜଣେ ଆହତ ହୋଇଛନ୍ତି।

ଭୂମିକମ୍ପ ସମୟରେ ଲୋକେ ଘରେ ଶୋଇଥିଲେ।

ହଠାତ୍ ଭୂମିକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରିବା ସମୟରେ ଆହତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ କାନାଗାୱାର ୟୋକୋହାମାରେ ଜଣେ ବୟସ୍କା ମହିଳା ଗୁରୁତର ଆହତ ହୋଇଛନ୍ତି।Advertisment ଫୋନ୍‌ରେ ଜରୁରୀକାଳୀନ ସତର୍କତା ଜାରି ଭୂମିକମ୍ପ ଯୋଗୁଁ ଟୋକିଓ ଏବଂ ନାରିତା ବିମାନବନ୍ଦର ମଧ୍ୟରେ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକ ନିଜ ନିଜ ଗନ୍ତବ୍ୟ ପଥରେ ବିଳମ୍ବରେ ଚାଲୁଛନ୍ତି।

ଉତ୍ତର-ପୂର୍ବ ଅଞ୍ଚଳର କିଛି ସ୍ଥାନୀୟ ଟ୍ରେନ୍ ମଧ୍ୟ ପ୍ରଭାବିତ ହୋଇଛି।

ପୂର୍ବ ଜାପାନ ରେଳବାଇ ଅନୁଯାୟୀ, ଶିଙ୍କାନସେନ ବୁଲେଟ ଟ୍ରେନ୍ ସେବା ସାଧାରଣ ଭାବରେ ଜାରି ରହିଛି।ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ସରକାର ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି।

ଭୂମିକମ୍ପ ପରେ ମୋବାଇଲ୍ ଫୋନ୍‌ରେ ଜରୁରୀକାଳୀନ ସତର୍କତା ଜାରି କରାଯାଇଥିଲା।

Business man shot dead: ପାକିସ୍ତାନର ବେଲୁଚିସ୍ତାନରେ ଯୁବ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଶକ୍ତିଶାଳୀ ଭୂମିକମ୍ପରେ ଟୋକିଓର କୋଟୋ ଅଞ୍ଚଳରେ ଏକ ଭୂତଳ ଜଳ ପାଇପଲାଇନ ଫାଟି ଯାଇଛି।

ଭୂମିକମ୍ପରେ ଟୋକିଓର ପ୍ରାୟ ୪୬୦ ଘର ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି।

ଗତ ମାସରେ, ଜାପାନର କ୍ୟୁଶୁ ଦ୍ୱୀପର କୁମାମୋଟୋ ଅଞ୍ଚଳରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୬୪ ଜଣ ଆହତ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)