Jaleswar: ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଜଳେଶ୍ୱର ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବିଜେଡି ଓ କଂଗ୍ରେସ

Oct 27, 2026 - 08:53
Jaleswar: ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଜଳେଶ୍ୱର ବନ୍ଦ, ରାସ୍ତାକୁ ଓହ୍ଲାଇଲେ ବିଜେଡି ଓ କଂଗ୍ରେସ

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧୀନସ୍ଥ ପଶ୍ଚିମବାଡ ପଞ୍ଚାୟତର ଦେବକୁମାର ଗାଁରେ ଜଣେ ୧୪ ବର୍ଷର ନାବାଳିକା ଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ବିଜେଡି ଓ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦର‌ ପ୍ରଭାବ ଜଳେଶ୍ଵରରେ ଦେଖିବାକୁ ମିଳିଛି।

ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ଓ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ବନ୍ଦର ଏହି ଡାକରା ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି।

Advertisment ବିଭିନ୍ନ ଛକରେ ରାସ୍ତା ଅବରୋଧ, ଯାନବାହନ ଚଳାଚଳ ପ୍ରଭାବିତ ଜଳେଶ୍ଵର ସହରର ଆମ୍ବଳିଅଠା ରେଳବାଇ ଓଭରବ୍ରିଜ ନିକଟରେ, ବଡ଼ବଜାରର ଛକ,ହାଟ ଛକ, ଷ୍ଟେସନ ଛକରେ ଉଭୟ ଦଳ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

ଜଳେଶ୍ଵର ସହର ମଧ୍ୟରେ ଦୁଇ ଚକିଆ ଗାଡ଼ିକୁ ଛାଡିଦେଲେ ଅନ୍ୟ ଯାନବାହନ ଯାତୟତ ବନ୍ଦ ରହିଛି।

କିଛି ଅତି ଆବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଦେଲେ ଅନ୍ୟ ଦୋକାନ ବନ୍ଦ ରହିଛି।

ବିଜେଡି ପକ୍ଷରୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର,ପୌରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଯୁବନେତା ଆନନ୍ଦ କର,ସୁରଜ ଚୌରାଶିଆ,ଚିତ୍ତ ରଞ୍ଜନ ମହାନ୍ତି,ଗୌତମ ପାତ୍ର,ସଞ୍ଜୀବ ପାଳ,ବିଜୟ କାମିଳା,ସେକ ଅବଦୁଲ ରହିମ୍,ସମରେନ୍ଦ୍ର ଦାସ,ସମରେନ୍ଦ୍ର ପରିଡା,ଅମର ବେହେରା,ଭରତ କୁମାର ଦତ୍ତଙ୍କ ନେତୃତ୍ବରେ ସହର ମଧ୍ୟରେ ବିଭିନ୍ନ ସ୍ଲୋଗାନ ସହ ପିକେଟିଂ କରାଯାଉଛି।

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ସମ୍ବେଦନଶୀଳ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେବା,ମୃତ ନାବାଳିକାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା,ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା,ପୁଲିସ ପ୍ରଶାସନରେ ଶାସକ ଦଳର ହସ୍ତକ୍ଷେପକୁ ବନ୍ଦ କରିବା ଆଦି ଦାବି ସମ୍ପର୍କରେ ଷ୍ଟେସନ ଛକରେ ଆୟୋଜିତ ପଥପ୍ରାନ୍ତ ସଭାରେ କଂଗ୍ରେସ ନେତା ସୁଦର୍ଶନ ଦାସ,ବ୍ଲକ ସଭାପତି ହେମନ୍ତ ଗିରି,ପ୍ରାକ୍ତନ ନଗରପାଳ ସୁନୀଲ କୁମାର ପରିଡା,ଟାଉନ ସଭାପତି ଜଗଦୀଶ ନନ୍ଦୀ,ଗୋପାଳକୃଷ୍ଣ ଜେନା,ବିଧୁଭୁଷଣ ଦାସ,ସୌଭିକ ଜେନା,ରାଜେଶ ପ୍ରଧାନ,ପ୍ରାକ୍ତନ କାଉନସିଲର ତାରକ ଚାନ୍ଦ,ଦୁର୍ଗା ଶଙ୍କର ଆସ,ସେଖ ଅଫସର ଅଲ୍ଲୀ ପ୍ରହ୍ଲାଦ ସେଠୀ,ସେବା ଦଳ ସଭାପତି ଉତ୍ତମ ପାତ୍ର,ଶ୍ରୀକାନ୍ତ ସିଂ ପ୍ରମୁଖ ନେତୃସ୍ଥାନୀୟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି।ସେହିପରି ଜଳେଶ୍ଵର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖାଦେଇଛି।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ୫ ପ୍ଲାଟୁନ୍ ଫୋର୍ସ,୪ ଜଣ ଇନ୍ସପେକ୍ଟର ଓ ଜଣେ ଲେଖାଏଁ ଡିଏସପି ଏବଂ ଆଡିସନାଲ ଏସପିଙ୍କୁ ନିୟୋଜିତ କରାଯାଇଛି।

ଜଳେଶ୍ଵର ଏସଡିପିଓ ସୁରେଶ କୁମାର ତ୍ରିପାଠୀ, ଆଇଆଇସି ମୁକୁନ୍ଦ ମୁରାରି ପାତ୍ର,ଏସଆଇ ବନିତା ଦାସ, ଆଶୁତୋଷ ଜେନା,ଏଏସଆଇ ଧୀରେନ୍ଦ୍ର ସାମଲ ପ୍ରମୁଖ ବନ୍ଦ ଆନ୍ଦୋଳନ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି।

Cyclone: ସ୍ଥଳଭାଗ ଅଭିମୁଖେ 'ଅର୍ଣ୍ଣବ'; ୪ଟି ରାଜ୍ୟ ପାଇଁ ସତର୍କତା ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)