JAAC : ପାକିସ୍ତାନ ବିରୋଧରେ ପୁଣି ଆନ୍ଦୋଳନ ଡାକଦେଲା ଜେଏଏସି
"ମୁଜାଫରାବାଦ: ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ରେ ଉତ୍ତେଜନା ମଧ୍ୟରେ ଜଏଣ୍ଟ ଅୱାମୀ ଆକ୍ସନ କମିଟି (ଜେଏଏସି) ପୁଣି ଆନ୍ଦୋଳନ ତୀବ୍ର କରିବାକୁ ଘୋଷଣା କରିଛି।
ମୌଳିକ ଅଧିକାରର ଉଲ୍ଲଂଘନ, ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ଅଧୋଗତି ଏବଂ ଆନ୍ଦୋଳନକାରୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି କମିଟି ଏହି ନୂଆ କାର୍ଯ୍ୟକ୍ରମ ଘୋଷଣା କରିଛି।
ରାୱଲକୋଟରେ ଅନୁଷ୍ଠିତ ବୈଠକରେ ଆଗାମୀ ପ୍ରତିବାଦ ଓ ଜନସମାବେଶର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।
କମିଟିର ଘୋଷଣା ଅନୁଯାୟୀ, ବୁଧବାର ସାରା ଅଞ୍ଚଳରେ "କ୍ରାନ୍ତିର ପୟଗମ୍ବର ସମ୍ମେଳନ" ସହ ପ୍ରତିବାଦ କରାଯିବ।
ଏଥିରେ ଧାର୍ମିକ ବିଦ୍ୱାନମାନେ ଯୋଗଦେଇ ପୟଗମ୍ବର ମହମ୍ମଦଙ୍କ ଶିକ୍ଷା ଏବଂ ଅତ୍ୟାଚାର, ଅଜ୍ଞାନତା ଓ ଶୋଷଣ ବିରୋଧୀ ତାଙ୍କ ସଂଘର୍ଷ ଉପରେ ଆଲୋଚନା କରିବେ।Advertisment ଆହୁରି ପଢନ୍ତୁ :Census 2027: ଜନଗଣନା-୨୦୨୭ରେ ରହିବନି "ଭିକାରି ଓ ଭୂମିହୀନ ଯାଯାବର" ଲାଗି ସ୍ୱତନ୍ତ୍ର ବର୍ଗ ଏହାର ତିନି ଦିନ ପରେ, ୨୯ ଅଗଷ୍ଟରେ "ମୋ ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା କାହିଁକି ନାହିଁ?" ସ୍ଲୋଗାନରେ ବିକ୍ଷୋଭ ହେବ।
ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ଚିକିତ୍ସା ସୁବିଧାରେ ଥିବା ଅଭାବକୁ ଏହି ପ୍ରଦର୍ଶନରେ ପ୍ରମୁଖତା ଦିଆଯିବ।
ମହିଳା ଓ ଛାତ୍ରମାନଙ୍କୁ ଏଥିରେ ସାମିଲ ହେବାକୁ ଜେଏଏସି ଆହ୍ବାନ ଦେଇଛି।
ରାୱଲକୋଟ ଧାରଣାରେ ଯୋଗଦେବାକୁ ଥିବା ଲୋକଙ୍କୁ ୟୁନିଫର୍ମରେ ଆସିବାକୁ ମଧ୍ୟ କୁହାଯାଇଛି।
ଏଥିସହ ରାୱଲକୋଟ, ଇସଲାମପୁର ସମେତ ଅନ୍ୟ ଅଞ୍ଚଳରୁ ନିଖୋଜ ହୋଇଥିବା ଲୋକଙ୍କୁ ଖୋଜି ତୁରନ୍ତ ମୁକ୍ତ କରିବାକୁ ଦାବି ହୋଇଛି।
କୋଟଲି କମିଟି ସଦସ୍ୟ ଜିଆ-ଉଲ୍-ମଲିକ, ଫୈସଲ ମନ୍ଶା ଓ ମହମ୍ମଦ ବିଲାୱଲଙ୍କ ନାମ ଏଥିରେ ଉଲ୍ଲେଖ କରାଯାଇଛି।
ଆହୁରି ପଢନ୍ତୁ :Cricket: ସଂଜୟ ବାଙ୍ଗରଙ୍କ ଝିଅଙ୍କୁ କ୍ରିକେଟ୍ ଖେଳିବାକୁ ଅନୁମତି ଦେଲା ଏହି ଦେଶ କୋର କମିଟି ସଦସ୍ୟ ଶୌକତ ନୱାଜ ମୀରଙ୍କୁ ଅବୈଧ ଭାବେ ଅଟକ ରଖାଯାଇଥିବା ଅଭିଯୋଗ କରି ତାଙ୍କୁ କୋର୍ଟରେ ହାଜର କରିବା ଓ ପରିବାର ସହ ସାକ୍ଷାତ୍ କରିବାର ସୁଯୋଗ ଦେବାକୁ କମିଟି ଦାବି କରିଛି।
ରାୱଲପିଣ୍ଡି ଓ ଇସଲାମାବାଦରେ ଗିରଫ ମହିଳା ଓ ଛାତ୍ରଙ୍କ ସମେତ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ ଛାଡ଼ିବାକୁ ମଧ୍ୟ କୁହାଯାଇଛି।
ପାକିସ୍ତାନୀ କର୍ତ୍ତୃପକ୍ଷ ପିଓକେକୁ ଖାଦ୍ୟ ଓ ଔଷଧ ଯୋଗାଣରେ ବାଧା ସୃଷ୍ଟି କରୁଥିବା ଜେଏଏସି ଅଭିଯୋଗ କରିଛି।
ଏହି ଦାବିଗୁଡ଼ିକ ପୂରଣ ନ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ରାଜନୈତିକ ସଂଘର୍ଷ ଜାରି ରହିବ ବୋଲି କମିଟି କହିଛି।
ବିଦେଶରେ ଥିବା ପିଓକେବାସୀଙ୍କୁ ମଧ୍ୟ ୩୦ ଅଗଷ୍ଟରେ ଲଣ୍ଡନରେ ହେବାକୁ ଥିବା ବଡ଼ ରାଲିରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
