Rahul Gandhi: ଜାତିଗଣନା ପ୍ରଶ୍ନାବଳୀ ନେଇ ମୋଦୀଙ୍କୁ ଖଡ୍‌ଗେ, ରାହୁଲଙ୍କ ଚିଠି

Aug 25, 2026 - 20:36
Rahul Gandhi: ଜାତିଗଣନା ପ୍ରଶ୍ନାବଳୀ ନେଇ ମୋଦୀଙ୍କୁ ଖଡ୍‌ଗେ, ରାହୁଲଙ୍କ ଚିଠି

"ନୂଆଦିଲ୍ଲୀ: ଜନଗଣନା-୨୦୨୭ରେ ଜାତି ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ପ୍ରସ୍ତାବିତ ପଦ୍ଧତିକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି।

ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜାତି ତଥ୍ୟ ପାଇଁ "ମୁକ୍ତ ପ୍ରଶ୍ନ" ରଖାଯିବାକୁ ବିରୋଧ କରିଛନ୍ତି।

ଏପରି ପଦ୍ଧତି ଭ୍ରମ ସୃଷ୍ଟି କରିବା ସହ ଜାତିଗଣନାର ତଥ୍ୟକୁ ଅବିଶ୍ବସନୀୟ କରିପାରେ ବୋଲି ସେମାନେ କହିଛନ୍ତି।Advertisment ଆହୁରି ପଢନ୍ତୁ :Cricket: ସଂଜୟ ବାଙ୍ଗରଙ୍କ ଝିଅଙ୍କୁ କ୍ରିକେଟ୍‌ ଖେଳିବାକୁ ଅନୁମତି ଦେଲା ଏହି ଦେଶ ସ୍ବାଧୀନତା ପରେ ପ୍ରଥମଥର ଜନଗଣନାରେ ସମସ୍ତ ଜାତିର ଗଣନା ହେବାକୁ ଯାଉଛି।

ଏହି ତଥ୍ୟ ସାମାଜିକ ନ୍ୟାୟ ସମ୍ପର୍କିତ ନୀତି ପ୍ରସ୍ତୁତି ଏବଂ ବିଭିନ୍ନ ସମ୍ପ୍ରଦାୟର ସାମାଜିକ-ଆର୍ଥିକ ସ୍ଥିତି ଆକଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଖଡ୍‌ଗେ ଓ ରାହୁଲ ଚିଠିରେ ଦର୍ଶାଇଛନ୍ତି।

ଦୁଇ କଂଗ୍ରେସ ନେତାଙ୍କ ଯୁକ୍ତି ହେଉଛି, ଦେଶର ବିଭିନ୍ନ ଅଞ୍ଚଳରେ ଏକ ଜାତିର ଭିନ୍ନ ନାମ, ଉପଜାତି ଓ ବନାନ ପ୍ରଚଳିତ ରହିଛି।

ଲୋକେ ନିଜ ଜାତିର ନାମ ନିଜ ଭାଷା କିମ୍ବା ଆଞ୍ଚଳିକ ପ୍ରଚଳନ ଅନୁଯାୟୀ ଲେଖିଲେ ସମାନ ଜାତି ଅନେକ ଅଲଗା ଗୋଷ୍ଠୀ ଭାବେ ଗଣନା ହୋଇପାରେ।

ଫଳରେ ଜାତିଗୁଡ଼ିକର ପ୍ରକୃତ ସଂଖ୍ୟା ନିର୍ଣ୍ଣୟ କରିବା କଷ୍ଟକର ହେବ ବୋଲି ସେମାନେ ଆଶଙ୍କା କରିଛନ୍ତି।

ଏହାର ପ୍ରଭାବ ଶିକ୍ଷା, ନିଯୁକ୍ତି, ସରକାରୀ ଯୋଜନା ଓ ସାମାଜିକ ନ୍ୟାୟ ନୀତି ଉପରେ ପଡ଼ିପାରେ ବୋଲି ଚିଠିରେ କୁହାଯାଇଛି।

ଆହୁରି ପଢନ୍ତୁ :AI: ଏଆଇ ପ୍ରଭାବରେ ୧.୭୫,୦୦୦ ଛଟେଇ: ସବୁ ବିଦେଶୀ ସଂସ୍ଥା ଏଥିସହ ପ୍ରସ୍ତାବିତ ପ୍ରଶ୍ନାବଳୀରେ "ପଛୁଆ ବର୍ଗ" ଶବ୍ଦ ନ ଥିବାରୁ ଦେଶର ଓବିସି ଜନସଂଖ୍ୟାର ସଠିକ୍ ଆକଳନ ହୋଇପାରିବ ନାହିଁ ବୋଲି ଦୁଇ ନେତା ଦର୍ଶାଇଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ ଜାତିର ନାମ ନିଜେ ଲେଖିବା ବ୍ୟବସ୍ଥା ବଦଳରେ ନିର୍ଦ୍ଦିଷ୍ଟ ଜାତି ତାଲିକାରୁ ଚୟନ କରିବା ପାଇଁ ବିକଳ୍ପ ରଖିବାକୁ ଖଡ୍‌ଗେ ଓ ରାହୁଲ ପ୍ରସ୍ତାବ ଦେଇଛନ୍ତି।

ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗରସରକାରୀ ତାଲିକା ଏବଂ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଆଧାରରେ ଏପରି ତାଲିକା ପ୍ରସ୍ତୁତ କରାଯାଇପାରିବ ବୋଲି ସେମାନେ କହିଛନ୍ତି।

ତେଲେଙ୍ଗାନା ଓ ବିହାରର ଜାତି ସର୍ବେକ୍ଷଣରେ ଏଭଳି ତାଲିକା ବ୍ୟବହାର ହୋଇଥିବା ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

ବର୍ତ୍ତମାନର ପ୍ରଶ୍ନାବଳୀକୁ ବାତିଲ କରି ରାଜନୈତିକ ଦଳ, ବିଶେଷଜ୍ଞ ଓ ସାଧାରଣ ଲୋକଙ୍କ ସହ ପରାମର୍ଶ ପରେ ନୂଆ ପ୍ରଶ୍ନାବଳୀ ପ୍ରସ୍ତୁତ କରିବାକୁ ଦୁଇ ନେତା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)