ISSF World Cup: ବିଶ୍ବ ବନ୍ଧୁକଚାଳନା: ସୋନମ-ହିମାଂଶୁଙ୍କୁ କାଂସ୍ୟ
"ହାଙ୍ଗ୍ଝୌ: ଭାରତୀୟ ରାଇଫଲ ସୁଟର୍ ସୋନମ ଉତ୍ତମ ମାସ୍କର ଓ ହିମାଂଶୁ ଧିଲନ ଚଳିତ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ରାଇଫଲ/ପିସ୍ତଲ/ସଟ୍ଗନ୍ ପ୍ରତିଯୋଗିତାରେ କାଂସ୍ୟ ଜିତିଛନ୍ତି।
ହାଙ୍ଗ୍ଝୌରେ ଚାଲିଥିବା ଏହି ପ୍ରତିଯୋଗିତାର ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟ୍ରେ ଏହି ଯୋଡ଼ି ତୃତୀୟ ସ୍ଥାନରେ ରହିଥିଲେ।
ଯୋଗ୍ୟତା ପର୍ଯ୍ୟାୟରେ ସୋନମ (୩୧୭.୨) ଓ ହିମାଂଶୁ (୩୧୭.୪) ଏକାଠି ୬୩୪ .୬ ପଏଣ୍ଟ୍ ସହ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ।
ତାଙ୍କ ସହ ଅନ୍ୟ ଏକ ଭାରତୀୟ ଯୋଡ଼ିଇଲାଭେନିଲ ଭାଲାରିଭାନ (୩୧୬.୮) ଓ ପାର୍ଥ ରାକେଶ ମାନେ (୩୧୭,୪) ମୋଟ ୬୩୪.୨ ସ୍କୋର୍ ସହ ଫାଇନାଲ୍ରେ ପହଞ୍ଚିଥିଲେ।Advertisment ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ ଫାଇନାଲ୍ରେ ସୋନମ ଓ ହିମାଂଶୁ ୪୪୧.୨ ପଏଣ୍ଟ୍ (ଉଭୟ ୨୨୦.୬ ଲେଖାଏଁ) ପାଇ ଦୁଇ ଚୀନ୍ ଯୋଡ଼ିଙ୍କଠୁ ପଛରେ ପଡ଼ି କାଂସ୍ୟ ପାଇଥିଲେ।
ତେବେ ଇଲାଭେନିଲ (୧୯୦.୫) ଓ ପାର୍ଥ (୧୮୮.୩) ୩୭୮ ପଏଣ୍ଟ୍ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ।
ଏହି କାଂସ୍ୟ ସହ ଭାରତର ପଦକ ସଂଖ୍ୟା ୪ (୧ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ)ରେ ପହଞ୍ଚିଛି।
Student Death: ବି.ଏଡ୍ ପଢ଼ିବା ସ୍ୱପ୍ନ ଅଧୁରା: ଗୋଆରେ ଦାଦନ ଖଟୁଥିବା ଛାତ୍ରଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।