Bridge: ପୁଣି ବର୍ଷାପାଣିରେ ବୁଡ଼ିଲା ଅଡାଡ଼ିହି ସେତୁ, ଯାତାୟତ ଠପ୍

Jul 28, 2026 - 15:44
Bridge: ପୁଣି ବର୍ଷାପାଣିରେ ବୁଡ଼ିଲା ଅଡାଡ଼ିହି ସେତୁ, ଯାତାୟତ ଠପ୍

"ବଣାଇଁଗଡ଼: ଲଗାଣ ବର୍ଷା ଯୋଗୁଁ ବଣାଇଁଗଡ଼ ବ୍ଲକ କଷଡା ପଞ୍ଚାୟତ ଅନ୍ତର୍ଗତ ସରସରା–ବଲାଙ୍ଗ–ଟିକାୟତପାଲି ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‍.ଡି.) ରାସ୍ତାରେ ଅଡାଡ଼ିହି ନାଳ ଉପରେ ନିର୍ମିତ ସେତୁ ପୁଣି ବର୍ଷା ପାଣିରେ ବୁଡ଼ିଯାଇଛି।

ଅବିରତ ଲଗାଣ ବର୍ଷା ଫଳରେ ନାଳରେ ଜଳସ୍ତର ବୃଦ୍ଧି ପାଇ ସେତୁ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।

ଫଳରେ ଉକ୍ତ ରାସ୍ତାରେ ସମ୍ପୂର୍ଣ୍ଣ ଯାତାୟତ ବନ୍ଦ ହୋଇପଡ଼ିଛି।Advertisment ଜନଜୀବନ ଅଧିକ ପ୍ରଭାବିତ ଏହି ସେତୁ ଦେଇ ଅଡାଡ଼ିହି, ନୂଆଡ଼ିହି, ସଂଝାରଣ, କରେଇପୁଟ, ତିଲେଇମାଲ ଓ କଟେଇ ସମେତ ଆଖପାଖର ଅନେକ ଗ୍ରାମର ଲୋକ ପ୍ରତିଦିନ ଯାତାୟତ କରିଥାନ୍ତି।

ସେତୁ ଉପରେ ପାଣି ଚାଲୁଥିବାରୁ ସାଧାରଣ ଲୋକଙ୍କ ସହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ଲୋକମାନେ ପ୍ରଶାସନକୁ ସେତୁ ନିକଟରେ ସୁରକ୍ଷା ବ୍ୟବସ୍ଥା କରିବା, ବିପଦପୂର୍ଣ୍ଣ ସମୟରେ ଯାତାୟାତ ଉପରେ କଟକଣା ଲଗାଇବା ସହ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସାବଧାନତାମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ବର୍ଷା ଜାରି ରହିଲେ ଏହି ସମସ୍ୟା ଆହୁରି ଗୁରୁତର ହେବା ସହ ଜନଜୀବନ ଅଧିକ ପ୍ରଭାବିତ ହେବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

Student Death: ବି.ଏଡ୍‌ ପଢ଼ିବା ସ୍ୱପ୍ନ ଅଧୁରା: ଗୋଆରେ ଦାଦନ ଖଟୁଥିବା ଛାତ୍ରଙ୍କ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।