Viral Train Video: ଚଳନ୍ତା ଟ୍ରେନରେ ଧୂପ-ଦୀପ ଲଗାଇ ପୂଜା,  ଯାତ୍ରୀଙ୍କ ମଧ୍ୟରେ ଖେଳିଲା ଆତଙ୍କ

Jul 28, 2026 - 15:23
Viral Train Video: ଚଳନ୍ତା ଟ୍ରେନରେ ଧୂପ-ଦୀପ ଲଗାଇ ପୂଜା,  ଯାତ୍ରୀଙ୍କ ମଧ୍ୟରେ ଖେଳିଲା ଆତଙ୍କ

"ନୂଆଦିଲ୍ଳୀ: ଚଳନ୍ତା ଟ୍ରେନର ଏସି କୋଚ୍‌ରେ ପୂଜା ।

ଧୂପକାଠି ଲଗାଇ ବ୍ୟକ୍ତି ଜଣଙ୍କ ପୂଜା ଆରମ୍ଭ କରିଦେଲେ ।

ଯାହାର ଭିଡିଓ ଖବୁ୍‌ ଜ‌ୋରରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ।

ଏଥିସହିତ ଭାଇରାଲ ଭିଡିଓକୁ ନେଇ ସୁରକ୍ଷା ଉପରେ  ମଧ୍ୟ  ବଡ଼ ପ୍ରଶ୍ନ ଉଠିଛି ।

ଆସନ୍ତୁ ପୁରା ଘଟଣା ଉପରେ ଜାଣିବା ।

Advertisment ଅଧିକ ପଢନ୍ତୁHydrogen train: ବିଶ୍ୱର କେଉଁ ସବୁ ଦେଶରେ ଚାଲୁଛି ହାଇଡ୍ରୋଜେନ ଟ୍ରେନ, ଆପଣ ଜାଣିଛନ୍ତି କି?

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ବ୍ୟକ୍ତି  ଜଣଙ୍କ ଟ୍ରେନର ଏସି କୋଚ୍‌ରେ ଉପର ବର୍ଥରେ ବସି ପୂଜାପାଠ କରୁଛନ୍ତି।

ତାଙ୍କ ସାମ୍ନାରେ ଏକ ଧୂପକାଠି ଏବଂ ତେଲ ଦୀପ ଜଳୁଛି।

ଟ୍ରେନ କ୍ରମାଗତ ଭାବେ ଚାଲୁଥିଲେ ମଧ୍ୟ ସେ ଖୋଲା ନିଆଁ ବ୍ୟବହାର କରି ଧାର୍ମିକ ରୀତିନୀତି କରୁଛନ୍ତି।

ବଗି ଭିତରେ ଧୂଆଁ ବ୍ୟାପୁଥିବା ଦେଖି ପାଖରେ ବସିଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

ଯାତ୍ରୀମାନେ କହିଥିଲେ ଯେ ଚଳନ୍ତା ଟ୍ରେନରେ ନିଆଁ ଜାଳିବା ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ଦ୍ୱାରା ବଡ଼ ଧରଣର ଦୁର୍ଘଟଣା ଘଟିପାରେ ।

ଧୂପକାଠିରୁ ନିର୍ଗତ ଧୂଆଁ ଏସି କୋଚ୍‌ରେ ଲାଗିଥିବା ଅଟୋମ୍ୟାଟିକ୍ 'ସ୍ମୋକ୍ ଡିଟେକ୍ଟର' କୁ ସକ୍ରିୟ କରିଦେଇପାରେ ।

ଏହାଦ୍ୱାରା ଫାୟାର ଆଲାରାମ୍ ବାଜି ଉଠିପାରେ ଏବଂ ଅନେକ କ୍ଷେତ୍ରରେ ଟ୍ରେନର ଜରୁରୀକାଳୀନ ବ୍ରେକିଂ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇପାରେ।

ଏହା ବ୍ୟତୀତ ଏସି କୋଚ୍‌ରେ ଥିବା ପରଦା, ବିଛଣା, କମ୍ବଳ ଏବଂ ସିଟ୍ କଭର ଅତ୍ୟନ୍ତ ଜ୍ୱଳନ୍ତ   ହୋଇଥାଏ।

ଏଭଳି ପରିସ୍ଥିତିରେ ଏକ ଛୋଟ ଚିଙ୍ଗାରି ମଧ୍ୟ ସାରା ଟ୍ରେନକୁ ନିଆଁ କବଳକୁ ନେଇପାରେ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସ‌ୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଅଧିକାଂଶ ଲୋକଙ୍କ କହିବା କଥା ହେଲା, ଧାର୍ମିକ ଆସ୍ଥାକୁ ସମ୍ମାନ ଦେବା ଉଚିତ, କିନ୍ତୁ ଜନସାଧାରଣଙ୍କ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ କରାଯାଇପାରିବ ନାହିଁ।

ଜଣେ ୟୁଜର୍ ଲେଖିଛନ୍ତି, "ଟ୍ରେନରେ ପୂଜା କରିବାରେ କାହାରି ଆପତ୍ତି ନାହିଁ, କିନ୍ତୁ ନିଆଁ ଜାଳିବା ନିୟମ ବିରୋଧୀ।" ଅନ୍ୟ କିଛି ଲୋକ ଏଭଳି ଯାତ୍ରୀଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଇବାକୁ ଦାବି କରିଛନ୍ତି।

ଏପଟେ  ଭାଇରାଲ ଭିଡିଓକୁ ଗୁରୁତ୍ୱର ସହ ନେଇ ରେଳ ମନ୍ତ୍ରଣାଳୟର ସରକାରୀ ଅଭିଯୋଗ ମଞ୍ଚ 'ରେଳବାଇ ସେବା' ପକ୍ଷରୁ ଟ୍ରେନ ନମ୍ବର, ଯାତ୍ରା ତାରିଖ ଏବଂ ପିଏନଆର ଭଳି ତଥ୍ୟ ମଗାଯାଇଛି।

ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ 'Rail Madad' ପୋର୍ଟାଲ ମାଧ୍ୟମରେ ତୁରନ୍ତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଫଳରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ଟ୍ରେନ ଭିତରେ ଏଭଳି ଅଜବ କାର୍ଯ୍ୟକଳାପର ଏହା ପ୍ରଥମ ଘଟଣା ନୁହେଁ।

କିଛି ଦିନ ପୂର୍ବେ ଏକ ଭିଡିଓରେ ଚଳନ୍ତା ଟ୍ରେନ ଭିତରେ ହବନ ଏବଂ ରୁଦ୍ରାଭିଷେକ କରାଯାଉଥିବା ଦେଖାଯାଇଥିଲା।

ସେହିପରି ଟ୍ରେନର ଏସି କୋଚ୍‌କୁ ହନିମୁନ୍ ସେଟ୍ ପରି ସଜାଇବାର ଭିଡିଓ ମଧ୍ୟ ସାମ୍ନାକୁ ଆସି ରେଳବାଇର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।