Heavy Rain: ବ୍ରାହ୍ମଣୀ ଓ ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ
"ବାଂଶପାଳ (ପବିତ୍ର ପଲେଇ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଥିବା ବେଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଗତକାଲି ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି।
ଲଘୁଚାପ ଜନିତ ବର୍ଷା ଲାଗି ରହିବା ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି।
ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି।
ଅନେକ ଗାଁକୁ ଯୋଗାଯୋଗ କରୁଥିବା ନାଳର ପୋଲ ଉପରେ ବନ୍ୟଜଳ ପ୍ରଭାହିତ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି।Advertisment ବୈତରଣୀ ନଦୀ ଓ ମାଲଦା ନାଳ ଉପରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବ୍ଲକ୍ର ଫୁଲଝର ପଞ୍ଚାୟତର ଗମ୍ଭାରୀଡ଼ିହି, କେନ୍ଦୁଘାଟି ଗାଁ ଓ ତଳ କାଦକଳା ପଞ୍ଚାୟତ ହଳଡିହି ଗାଁ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି।
ଏହି ୩ଟି ଗାଁର ଶତାଧିକ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିପରି ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ ୫ ଫୁଟର ବନ୍ୟଜଳ ପ୍ରବାହିତ ହେବା ଫଳରେ ଅଁରା, ରାଇଗୋଡ଼ା, ଆମୁଣୀ, ବିନିଦା ସମେତ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ଠପ ହୋଇଯାଇଛି।
ଅଁରା ଠାରେ ଶତାଧିକ ଗାଡ଼ି ଅଟକି ରହିଛି।
ଯାତାୟାତ ଠପ ହୋଇଯାଇଛି।
ସେହିପରି କଲଣ୍ଡା ଠାରେ ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରଭାହିତ ହେଉଥିବାରୁ କଲଣ୍ଡା, ଜମ୍ଭୀରିପସି, ଭଗତପୁର, ବଡ଼ବିଲ, ଚାନ୍ଦ ପଶିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଲୋକେ ଯାତାୟାତ କରିପାରୁନାହାନ୍ତି।
ଅନ୍ୟପଟେ ଦଅଁଳା ଠାରୁ କସଡ଼ାକୁ ଯୋଗାଯୋଗ କରୁଥିବା ସ୍ଥାନୀୟ ନାଳ ଉପରେ ମଧ୍ୟ ବନ୍ୟଜଳ ପ୍ରବାହିତ ହେଉଥିବାରୁ କସଡ଼ା, ରୁଗୁଡ଼ି କସଡ଼ା, ପରିଡା ଗୋଠ ଆଦି ଗାଁକୁ ଯୋଗାଯୋଗ ହୋଇପାରୁନାହିଁ।
ରାୟଗଡ଼ାରେ ଲଘୁଚାପଜନିତ ବର୍ଷା, ସତର୍କ ସଙ୍କେତର ନିକଟତର ହେଲା ବଂଶଧାରା ଜଳସ୍ତର ଆଜି ସକାଳେ କସଡ଼ା ଗାଁର ଜଣେ ଯୁବକ ଶୁଆକାଟି ଲୌହ ଖଣିକୁ କାମ କରିବାକୁ ଯାଉଥିବା ବେଳେ ଏହି ନାଳ ଉପରେ ଭାସି ଯାଇଥିଲେ।
ତେବେ ଅଘଟଣ ପୂର୍ବରୁ ଯୁବକଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡିଛି।
ବାଂଶପାଳରେ ପ୍ରବଳ ବର୍ଷା ଲାଗିରହିଛି।
ପାଣିପାଗ ବିଭାଗ କେନ୍ଦୁଝର ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି କରିଥିବା ବେଳେ ବାଂଶପାଳରେ ସର୍ବାଧିକ ୫୭.
୩ ମିମି ବର୍ଷା ରେକର୍ଡ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।