Israel: ନେତାନ୍ୟାହୁଙ୍କୁ ଝଟକା: ପ୍ରଧାନମନ୍ତ୍ରୀ ପଦ ପାଇଁ ଆଇଜେନକୋଟଙ୍କୁ ସମର୍ଥନ କଲେ ବେନେଟ୍

Nov 22, 2026 - 11:19
Israel: ନେତାନ୍ୟାହୁଙ୍କୁ ଝଟକା: ପ୍ରଧାନମନ୍ତ୍ରୀ ପଦ ପାଇଁ ଆଇଜେନକୋଟଙ୍କୁ ସମର୍ଥନ କଲେ ବେନେଟ୍

ତେଲ ଅଭିଭ: ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ୍ ବେଞ୍ଜାମିନ୍ ନେତାନ୍ୟାହୁ ଙ୍କ ବଡ଼ ଝଟକା ଦେଇଛନ୍ତି।

ସେ ନୂଆ ସରକାର ଗଠନ ପାଇଁ ଗାଦି ଆଇଜେନକୋଟଙ୍କୁ ସମର୍ଥନ କରିଛନ୍ତି।

ବେନେଟ୍ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ସରକାରରେ କାମ କରିବାର ସମ୍ଭାବନାକୁ ଖଣ୍ଡନ କରିଛନ୍ତି।

ନେତାନ୍ୟାହୁଙ୍କ ସହ ଦୁଇ ଘଣ୍ଟାର ବୈଠକ ପରେ ବେନେଟ୍ ସାର୍ବଜନୀନ ଭାବେ ଏଭଳି ବିବୃତି ଦେଇଛନ୍ତି।

Advertisment ନେତାନ୍ୟାହୁଙ୍କ ସହ ଦୁଇ ଘଣ୍ଟାର ବୈଠକ ବୈଠକ ପରେ ବେନେଟ୍ ଆଇଜେନକୋଟଙ୍କ ଗୋଷ୍ଠୀରୁ ଅଲଗା ହୋଇପାରନ୍ତି ବୋଲି ଦେଶର ରାଜନୈତିକ କରିଡରରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ବେନେଟ୍ କହିଛନ୍ତି ଯେ, ସେ ଆଇଜେନକୋଟଙ୍କ ନେତୃତ୍ୱରେ ଏକ ଜାୟୋନିଷ୍ଟ ଏକତା ସରକାର ଗଠନ କରିବାକୁ ପ୍ରତିବଦ୍ଧ।

ମୁଁ ମୋର ସହଯୋଗୀମାନଙ୍କ ସହିତ କାମ କରି ଗାଦି ଆଇଜେନକୋଟଙ୍କ ନେତୃତ୍ୱରେ ଏକ ସରକାର ଗଠନ କରିବାକୁ ପ୍ରତିବଦ୍ଧ ଯାହା ଦେଶକୁ ପୁଣିଥରେ ଧାରାକୁ ଫେରାଇ ଆଣିବାର ଲକ୍ଷ୍ୟ ରଖିଛି।

ଆମେ ଇରାନ ସହିତ ଏକ ସ୍ଥାୟୀ ଚୁକ୍ତି କରିବାକୁ ଚାହୁଁଛୁ: ଟ୍ରମ୍ପ ପ୍ରଧାନମନ୍ତ୍ରୀ ପଦ ପାଇଁ ନେତାନ୍ୟାହୁଙ୍କୁ ସମର୍ଥନ କରିବାକୁ ମଧ୍ୟ ସେ ସ୍ପଷ୍ଟ ଭାବରେ ଖଣ୍ଡନ କରି କହିଛନ୍ତି, ନେତନ୍ୟାହୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଯେପରି ନ ହେବେ ତାହା ନିଶ୍ଚିତ କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ।

ବେନେଟ୍ ଜୋର ଦେଇ କହିଛନ୍ତି ଯେ, ତାଙ୍କ ଦଳ କୌଣସି ପରିସ୍ଥିତିରେ ନେତାନ୍ୟାହୁଙ୍କ ସହିତ ମେଣ୍ଟ କରିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)