Isaac Santra: ତିରୋଧାନ ତାରିଖ: ଆଇଜାକ୍ ସାନ୍ତ୍ରା
"ସ୍ୱାଧୀନତା ପୂର୍ବବର୍ତ୍ତୀ କାଳରେ କୁଷ୍ଠ ରୋଗୀଙ୍କ ସେବାରେ ନିଜକୁ ପାଞ୍ଚ ଦଶନ୍ଧି ଧରି ସମର୍ପିତ କରିଥିଲେ ଡାକ୍ତର ଅାଇଜାକ୍ ସାନ୍ତ୍ରା।
ଯେତେବେଳେ ସମାଜରେ କୁଷ୍ଠ ରୋଗୀଙ୍କୁ ଅତିଶୟ ଘୃଣା କରାଯାଉଥିଲା, ସେହି ସମୟରେ ସେ ଏହିି ରୋଗୀଙ୍କ ସେବା ପାଇଁ ଅାପ୍ରାଣ ଉଦ୍ୟମ କରିଥିଲେ।
୧୮୯୨ ନଭେମ୍ବର ୩ ତାରିଖରେ ସେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ।
ସମ୍ବଲପୁରରେ ସ୍କୁଲ ଶିକ୍ଷା ସମାପ୍ତ କରି ସେ କଟକ ମେଡିକାଲ୍ ସ୍କୁଲ୍ରେ ନାମ ଲେଖାଇଥିଲେ।
୧୯୧୮ରେ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ସରକାରୀ ଚାକିରିରେ ଯୋଗଦେଇଥିଲେ।
Advertisment Real identity: କଥାଟିଏ-ଯାଯାବର: ଅସଲ ପରିଚୟ ଡାକ୍ତରୀ ପେସାରେ ପ୍ରଥମ ଦୁଇ ବର୍ଷ ସେ ସାଧାରଣ ଚିକିତ୍ସା ଦାୟିତ୍ବ ତୁଲାଇଥିଲେ।
୧୯୨୦ରେ କଟକ କୁଷ୍ଠାଶ୍ରମରେ ସେ କୁଷ୍ଠ ରୋଗୀଙ୍କ ସେବା ଆରମ୍ଭ କରିଥିଲେ।
ତାଙ୍କ ନିଃସ୍ୱାର୍ଥପର ସେବା ସମସ୍ତଙ୍କର ଦୃଷ୍ଟି ଅାକର୍ଷଣ କରଥିଲା।
ପରେ, ଭାରତ ସରକାର ତାଙ୍କୁ କୁଷ୍ଠ ରୋଗୀଙ୍କ ସେବା ପାଇଁ ବିଭିନ୍ନ ସ୍ଥାନକୁ ପଠାଇଥିଲେ।
କୁଷ୍ଠ ରୋଗ ବିଷୟରେ ଅଧିକ ଜାଣିବା ପାଇଁ ସେ ହଂକଂ, ସିଙ୍ଗାପୁର, ଚୀନ, ଅାମେରିକା ଅାଦି ଦେଶକୁ ଯାଇଥିଲେ।
ସେ ୧୯୫୧ରେ ହାତୀବାରି କୁଷ୍ଠାଶ୍ରମ ପ୍ରତିଷ୍ଠା କରିଥିଲେ।
୧୯୫୭ରେ ଭାରତ ସରକାର ତାଙ୍କୁ "ପଦ୍ମଶ୍ରୀ" ପୁରସ୍କାର ଦେଇଥିଲେ।
ଡାକ୍ତର ସାନ୍ତ୍ରା ଜୀବନର ଶେଷ ସମୟ ପର୍ଯ୍ୟନ୍ତ ରୋଗୀ ସେବାରେ ନିୟୋଜିତ ରହିଥିଲେ।
୧୯୬୮ ଅଗଷ୍ଟ ଅାଜିର ଦିନରେ ତାଙ୍କର ପରଲୋକ ହୋଇଥିଲା।
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
