ICMOD warns: ଆଇସିଏମ୍‌ଓଡିର ଚେତାବନୀ: ପୁଣି ମହାବିପତ୍ତିର ଡର

Aug 29, 2026 - 08:11
ICMOD warns: ଆଇସିଏମ୍‌ଓଡିର ଚେତାବନୀ: ପୁଣି ମହାବିପତ୍ତିର ଡର

"କାଠମାଣ୍ଡୁ: ନେପାଳରେ ସମ୍ପ୍ରତି ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟା ପରେ ଏବେ ପୁଣି ଏକ   ବିପର୍ଯ୍ୟୟର ଆଶଙ୍କା ଦେଖାଦେଇଛି। ‌ତରଳ ବରଫ ପ୍ରବାହରୁ ତଳକୁ ଆସିଥିବା ଆବର୍ଜନା ଏକ ନଦୀ ସଙ୍ଗମସ୍ଥଳରେ ଜମି ଅସ୍ଥାୟୀ ବନ୍ଧ ସୃଷ୍ଟି କରିଥିବାରୁ ଏହି ବିପଦ ସୃଷ୍ଟି ହୋଇଛି।

ଆନ୍ତର୍ଜାତିକ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ଆଇସିଏମ୍‌ଓଡି)ର ଜଣେ ବରିଷ୍ଠ ବିଶେଷଜ୍ଞ ଏ ନେଇ ସତର୍କ କରାଇଛନ୍ତି।

Advertisment Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା ଆଇସିଏମ୍‌ଓଡିର ବରିଷ୍ଠ ହିମମଣ୍ଡଳ ବିଶେଷଜ୍ଞ ମହମ୍ମଦ ଫାରୁକ ଆଜମ କହିଛନ୍ତି, ବର୍ତ୍ତମାନର ଆକଳନ ଅନୁସାରେ ହିମବାହ ତଳେ ଥିବା ଭୂସ୍ତରର ଏକ ବିଶାଳ ଅଂଶ ଖସି ଉପତ୍ୟକାକୁ ଚାଲିଆସିଥିଲା।

ଏହି ହିମସ୍ଖଳନରୁ ସୃଷ୍ଟ ଆବର୍ଜନା ବନ୍ୟା ସହିତ ତଳକୁ ଆସି ନଦୀ ସଙ୍ଗମସ୍ଥଳରେ ଜମି ରହିଛି ଏବଂ ଏକ ଅସ୍ଥାୟୀ ବନ୍ଧ ସୃଷ୍ଟି କରିଛି।

ତାଙ୍କ କହିବା ଅନୁସାରେ, ଏହି ଅସ୍ଥାୟୀ ବନ୍ଧ ପଛରେ ପାଣି ଅହରହ ଜମୁଛି।

ଆସନ୍ତା ତିନି ଦିନ ମଧ୍ୟରେ ଏହି ଅସ୍ଥାୟୀ ହ୍ରଦରେ ଆହୁରି ପାଣି ଜମିବାର ଆଶଙ୍କା ରହିଛି।

Horoscope 2026 August 29: ଜାଣନ୍ତୁ ଆଜିର ରାଶିଫଳ...

ଫଳରେ ବନ୍ଧଟି ହଠାତ୍ ଭାଙ୍ଗିଗଲେ ଉପତ୍ୟକାରେ ପୁଣି ଏକ ଭୟାନକ ବନ୍ୟା ଆସିପାରେ।

ତେବେ ହ୍ରଦର ପାଣି ଧୀରେଧୀରେ ନିଷ୍କାସିତ ହୋଇଗଲେ ଦ୍ୱିତୀୟ ବନ୍ୟାକୁ ଏଡ଼ାଇ ହେବ ବୋଲି ସେ କହିଛନ୍ତି।

ଆଜମ ୨୦୨୧ ଫେବ୍ରୁଆରିରେ ଉତ୍ତରାଖଣ୍ଡର ଚମୋଲିରେ ଘଟିଥିବା ବିପର୍ଯ୍ୟୟ ସହ ଏହି ପରିସ୍ଥିତିର ସମାନତା ଥିବା କହିଛନ୍ତି।

ସେତେବେଳେ ଋଷିଗଙ୍ଗା ନଦୀରେ ମଧ୍ୟ କିଛି ସମୟ ପାଇଁ ଅବରୋଧ ସୃଷ୍ଟି ହୋଇଥିଲା।

କିନ୍ତୁ ପରେ ସେଠାରେ ସୃଷ୍ଟି ହୋଇଥିବା ହ୍ରଦଟି ଧୀରେଧୀରେ ଭାଙ୍ଗିବାରୁ ଆଉ ଏକ ଆକସ୍ମିକ ବନ୍ୟା ହୋଇନଥିଲା।

ନେପାଳ କର୍ତ୍ତୃପକ୍ଷ ମଧ୍ୟ ଜଳସ୍ତର ବୃଦ୍ଧି ପରେ ସତର୍କ ସୂଚନା ଜାରି କରିଛନ୍ତି।

ଉପତ୍ୟକାଟି ପୂର୍ବ ବିପର୍ଯ୍ୟୟରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବାରୁ ସାମାନ୍ୟ ଦ୍ୱିତୀୟ ବନ୍ୟା ମଧ୍ୟ ଅଧିକ ଧ୍ୱଂସଲୀଳା ଘଟାଇପାରେ ବୋଲି ଆଜମ ଚେତାବନୀ ଦେଇଛନ୍ତି।

ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଆଞ୍ଚଳିକ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)