Iron Rod Pierces Chest: ଛାତିରେ ପଶିଗଲା ଲୁହା ରଡ୍, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Nov 15, 2026 - 15:10
Iron Rod Pierces Chest: ଛାତିରେ ପଶିଗଲା ଲୁହା ରଡ୍, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଛାତକୁ ଲୁଗା ଶୁଖାଇବାକୁ ଯାଇଥିବାବେଳେ ଅଘଟଣ।

ଛାତ ଉପରୁ ଖସିପଡ଼ିବାରୁ ଛାତିରେ ପଶିଗଲା ଲୁହା ରଡ୍।

ଯନ୍ତ୍ରଣାରେ ଛଟପଟ ୬୫ ବର୍ଷୀୟ ପର୍ଯ୍ୟଟକ।

ପୁରୀରେ ଘଟିଛି ଏଭଳି ଛାତିଥରା ଅଘଟଣ।

ଗୁରୁତର ପର୍ଯ୍ୟଟକ ହେଉଛନ୍ତି ଶେଖ୍ ଅବଦୁଲ କାୟୁମ୍।

ସୂଚନା ଅନୁସାରେ, ଶେଖ୍ ଅବଦୁଲ ଗତ କିଛି ଦିନ ହେବ ପୁରୀ ନରେନ୍ଦ୍ରକୋଣସ୍ଥିତ ଚନ୍ଦନ ଲଜରେ ରହୁଥିଲେ।

ଆଜି ସକାଳେ ଲୁଗା ଶୁଖାଇବା ପାଇଁ ଲଜ୍ ର ଛାତ ଉପରକୁ ଯାଇଥିଲେ।

Advertisment ହେଲେ ଅସାବଧାନତାବଶତଃ ହଠାତ୍ ତଳକୁ ଖସିପଡ଼ିଥିଲେ।

ଆଉ ତଳେ ଥିବା ଲୁହା ରଡ୍ ସିଧା ତାଙ୍କ ଛାତିରେ ପଶିଯାଇଥିଲା।

ରକ୍ତାକ୍ତ ଅବସ୍ଥାରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ତେବେ ଶେଖ୍ ଅବଦୁଲଙ୍କ ଘର କେଉଁଠି, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)