Iran war: ପୂର୍ଣ୍ଣକାଳୀନ ଯୁଦ୍ଧ ପାଇଁ ଇରାନର ଚେତାବନୀ: ଆମେରିକାର ଭୟାବହ ଆକ୍ରମଣ, ଇରାନର ନିଶାଣରେ ଗଲ୍‌ଫ

Jul 19, 2026 - 05:30
Iran war: ପୂର୍ଣ୍ଣକାଳୀନ ଯୁଦ୍ଧ ପାଇଁ ଇରାନର ଚେତାବନୀ: ଆମେରିକାର ଭୟାବହ ଆକ୍ରମଣ, ଇରାନର ନିଶାଣରେ ଗଲ୍‌ଫ

"ତେହେରାନ: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ  ଅତି ଭୟଙ୍କର ରୂପ ଧାରଣ କରିଛି।

ଇରାନର ସାମରିକ ସକ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ କରିବା ପାଇଁ ଆମେରିକା ପକ୍ଷରୁ ବ୍ୟାପକ ବୋମାବର୍ଷଣ କରାଯାଉଥିବା ବେଳେ ଏହାର ପ୍ରତିଶୋଧ ସ୍ୱରୂପ ଇରାନ ମଧ୍ୟ ପଡ଼ୋଶୀ କୁଏତ, ଜୋର୍ଡାନ, ଓମାନ ଏବଂ କତରରେ ଥିବା ଆମେରିକାର ପ୍ରମୁଖ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ଜୋରଦାର କରିଛି।

ଇରାନର ସର୍ବୋଚ୍ଚ ନେତାଙ୍କ ବରିଷ୍ଠ ସାମରିକ ପରାମର୍ଶଦାତା ମେଜର ଜେନେରାଲ ମୋହସେନ ରେଜାଇ ଏକ  ବିବୃତିରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେରିକା ପକ୍ଷରୁ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ବୋମାବର୍ଷଣ ବନ୍ଦ କରାନଯାଏ, ତେବେ ଇରାନ ବ୍ୟାପକ ସ୍ତରରେ "ପୂର୍ଣ୍ଣକାଳୀନ ସାମରିକ ଅଭିଯାନ" ଆରମ୍ଭ କରିବ।

ଏହି ଯୁଦ୍ଧରେ ଇରାନ ଆଉ କେବଳ ସୀମିତ ପାଲଟା ଜବାବ ମଧ୍ୟରେ ଆବଦ୍ଧ ରହିବ ନାହିଁ ଏବଂ ଏଣିକି କୌଣସି ରାଜନୈତିକ ସୀମା ସୁରକ୍ଷିତ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଇରାନର ସରକାରୀ ପ୍ରସାରଣ ସଂସ୍ଥା ଅନୁଯାୟୀ, କୁଏତରେ ଥିବା ଆମେରିକା ସେନାର ପ୍ରମୁଖ ମୁଖ୍ୟାଳୟ "ଅଲ୍-ଅଦିରି" କ୍ୟାମ୍ପର ଅସ୍ତ୍ରଶସ୍ତ୍ର ଭଣ୍ଡାର, "ଅଲି ଅଲ୍-ସାଲେମ" ସାମରିକ ଘାଟିର ପ୍ରଶାସନିକ କୋଠା, ଅସ୍ତ୍ରଶସ୍ତ୍ର ଗୋଦାମ ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ବ୍ରିଜ୍ ଉପରେ ଇରାନ ସେନା ସଫଳତାର ସହ କ୍ଷେପଣାସ୍ତ୍ର ମାଡ଼ କରିଛି।

Advertisment Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍‌ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ ହର୍ମୁଜରେ ପ୍ରଚଣ୍ଡ ବିସ୍ଫୋରଣ୪ଟି ବାଣିଜ୍ୟିକ ଜାହାଜ ଅଟକ ଜୋର୍ଡାନର "ଅଲ୍-ଆଜ୍‌ରାକ" ବାୟୁସେନା ଘାଟିରେ ଥିବା ଆମେରିକୀୟ ବାୟୁସେନାର ଇନ୍ଧନ ଟାଙ୍କିଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯାଇଛି।

କୁଏତ ସାମରିକ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱୀକାର କରାଯାଇଛି ଯେ, ଇରାନର ଆତ୍ମଘାତୀ ଡ୍ରୋନ ମାଡ଼ରେ  ଅନେକ ସୈନିକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏହା ବ୍ୟତୀତ ଇରାନର  "ରିଭୋଲ୍ୟୁସନାରୀ ଗାର୍ଡସ" ପକ୍ଷରୁ କତରରେ ଥିବା ଆମେରିକାର ସାମରିକ ରାଡାର ପ୍ରଣାଳୀ ଏବଂ ଯୁଦ୍ଧବିମାନ ଗୁଡ଼ିକୁ ଟାର୍ଗେଟ କରାଯାଇଥିବା ବେଳେ ଦୋହା ପ୍ରଶାସନ ଏକ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ପ୍ରତିହତ କରିଥିବା ଦାବି କରିଛି।

ଓମାନରେ ଥିବା ଆମେରିକାର ଦୁଇଟି ରାଡାର କେନ୍ଦ୍ର ଏବଂ ସିରିଆରେ ଥିବା "ଅଲ୍-ଟାନଫ" ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଇରାନ ଦାବି କରିଛି।

ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ସାମୁଦ୍ରିକ ପଥ "ଷ୍ଟ୍ରେଟ୍ ଅଫ୍ ହର୍ମୁଜ" ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି।

ଇରାନ ପ୍ରକାଶ କରିଛି ଯେ, ଆମେରିକୀୟ ସଂସ୍ଥା ଦ୍ୱାରା ପରିଚାଳିତ ଦୁଇଟି ପ୍ରମୁଖ ଅଶୋଧିତ ତୈଳବାହୀ ଜାହାଜ ସମୁଦ୍ର ମଧ୍ୟରେ ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସି ବିସ୍ଫୋରଣର ଶିକାର ହୋଇଛି।

ଏହାସହ ସେହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ଯାତ୍ରା କରୁଥିବା ଅନ୍ୟ ଚାରୋଟି ବାଣିଜ୍ୟିକ ଜାହାଜକୁ ଇରାନ ସେନା ଜବତ କରି ସମୁଦ୍ର ମଝିରେ ଅଟକ ରଖିଛି।

ତେବେ ଆମେରିକା ସେନା ଏହି ମାଇନ ବିସ୍ଫୋରଣ ଦାବିକୁ ତୁରନ୍ତ ପ୍ରତ୍ୟାଖ୍ୟାନ କରିଛି।

ଅପରପକ୍ଷରେ ବ୍ରିଟେନର ସାମୁଦ୍ରିକ ସୁରକ୍ଷା ସଂସ୍ଥା "ୟୁକେ ମାରିଟାଇମ ଟ୍ରେଡ ଅପରେସନ୍ସ" ସୂଚନା ଦେଇଛି ଯେ, ଓମାନ ଉପକୂଳ ନିକଟରେ ଏକ ବ୍ରିଟିଶ ବାଣିଜ୍ୟିକ ତେଲ ଜାହାଜ ଉପରେ   କ୍ଷେପଣାସ୍ତ୍ର ମାଡ଼ ହୋଇଛି।

ଟ୍ରମ୍ପଙ୍କ ପରିବାରକୁ କଫିନ୍‌ରେ ଦର୍ଶାଇଲା ଇରାନ Rain: ନବରଂଗପୁରରେ ଚାଷୀଙ୍କ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ତିକ୍ତତା ମଧ୍ୟରେ ଇରାନର ରାଜଧାନୀ ତେହେରାନରେ ଏକ ବିବାଦୀୟ ବିଲବୋର୍ଡ ଲଗାଯାଇଛି।

କେନ୍ଦ୍ରୀୟ ତେହେରାନରେ ସ୍ଥାପିତ ଏହି ବିଶାଳ ବ୍ୟାନରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ସମଗ୍ର ପରିବାରକୁ ଆମେରିକାର ଜାତୀୟ ପତାକା ଆଚ୍ଛାଦିତ କଫିନ୍‌ ଉପରେ ଦର୍ଶାଯାଇଛି।

ଜଳୁଥିବା ହ୍ୱାଇଟ୍ ହାଉସର ପୃଷ୍ଠଭୂମିରେ ନିର୍ମିତ ଏହି ବ୍ୟାନରରେ ଟ୍ରମ୍ପଙ୍କ ସମେତ ତାଙ୍କର ପାଞ୍ଚ ସନ୍ତାନ ଇଭାଙ୍କା, ଡନ୍ ଜୁନିଅର, ଏରିକ, ଟିଫାନୀ, ବାରନ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ଚିତ୍ର ରହିଛି।

ଏହି ବିଲବୋର୍ଡରେ ପାର୍ସୀ ଭାଷାରେ "ରକ୍ତ ବଦଳରେ ରକ୍ତ" ସ୍ଲୋଗାନ ଲେଖାଯାଇଛି, ଯାହା ଆମେରିକା ରାଷ୍ଟ୍ରପତିଙ୍କ ପ୍ରତି ଇରାନର ଦ୍ୱିତୀୟ ସାର୍ବଜନୀନ ଚେତାବନୀ ବୋଲି ଜଣାପଡ଼ିଛି।

ପୂର୍ବରୁ କେନ୍ଦ୍ରୀୟ ତେହେରାନର ଏଙ୍ଗେଲାବ ସ୍କୋୟାରରେ ଅନ୍ୟ ଏକ ବିଲବୋର୍ଡ ଲଗାଯାଇ ଟ୍ରମ୍ପଙ୍କୁ କଫିନ୍‌ ମଧ୍ୟରେ ଶୋଇଥିବା ଦର୍ଶାଯାଇଥିଲା।

ଫେବ୍ରୁଆରୀ ଶେଷ ଭାଗରୁ ଆମେରିକା-ଇସ୍ରାଏଲ ମିଳିତ ବାହିନୀ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିଜର ଆଦର୍ଶଗତ ବାର୍ତ୍ତା ଏବଂ ପ୍ରତିଶୋଧର ଆହ୍ୱାନକୁ ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶନ କରୁଛି।

ଅନ୍ୟପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ "ନ୍ୟୁୟର୍କ ପୋଷ୍ଟ"କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ସେ ଦୀର୍ଘ ଦିନରୁ ଇରାନର ଟାର୍ଗେଟରେ ରହିଛନ୍ତି।

ଯଦି ଇରାନ ତାଙ୍କୁ କ୍ଷତି ପହଞ୍ଚାଇବାରେ ସଫଳ ହୁଏ, ତେବେ ଇରାନ ଉପରେ ପ୍ରଳୟଙ୍କରୀ ଆକ୍ରମଣ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଇରାନର ସାମରିକ ଅଧିକାରୀ କାସେମ ସୁଲେମାନୀଙ୍କ ମୃତ୍ୟୁ ପରଠାରୁ ଟ୍ରମ୍ପ ଇରାନର ମୁଖ୍ୟ ଟାର୍ଗେଟ ପାଲଟିଛନ୍ତି।

ନିକଟରେ ଅଙ୍କାରାରେ ଅନୁଷ୍ଠିତ ନାଟୋ ସମ୍ମିଳନୀ ପରେ ସୁରକ୍ଷା କାରଣରୁ ହ୍ୱାଇଟ୍ ହାଉସ ପକ୍ଷରୁ ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ କରାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।