Village: ପାହାଡ଼ ଚଢ଼ିପାରୁନି ଆବାସ: ଝାଟିମାଟି କୁଡ଼ିଆରେ ୫ ଗ୍ରାମର ୨୮୦ ପରିବାର

Jul 19, 2026 - 09:01
Village: ପାହାଡ଼ ଚଢ଼ିପାରୁନି ଆବାସ: ଝାଟିମାଟି କୁଡ଼ିଆରେ ୫ ଗ୍ରାମର ୨୮୦ ପରିବାର

"ମାଲକାନଗିରି: ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଅପହଞ୍ଚ ପାଲଟିଛି ଆବାସ।

ଚିତ୍ରକୋଣ୍ଡା ବ୍ଲକ୍‌ ସ୍ବାଭିମାନ ଅଞ୍ଚଳର କୁରମାନୁର ଓ ତେଲରାଇ ପଞ୍ଚାୟତର ପାହାଡ଼ ଉପର ୫ଟି ଗ୍ରାମରେ ପହଞ୍ଚିପାରିନି ସରକାରୀ ଯୋଜନା।

ଫଳରେ ଚିଲକାମାନୁର, ଏଲକାନୁର, କୋରଗାଉଡ଼ି, ଦୁଲାଗଣ୍ଡି ଏବଂ ଚପଲପଡ଼ା ଗ୍ରାମର ୨୮୦ ପରିବାର ଝାଟିମାଟି କୁଡ଼ିଆରେ ବସବାସ କରୁଛନ୍ତି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆବାସ ନ ମିଳିଲେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।ଏଲକାନୁର ଗ୍ରାମରେ ୬୦ ପରିବାର ବସବାସ କରୁଥିବାବେଳେ ଚିଲକାମାନୁର ଗ୍ରାମରେ ୫୦, କୋରଗାଉଡ଼ି ଗ୍ରାମରେ ୪୦, ଦୁଲାଗୁଣ୍ଡି ଗ୍ରାମରେ ୮୦ ଏବଂ ଚପଲପଡ଼ା ଗ୍ରାମରେ ୫୦ ପରିବାର ବସବାସ କରୁଛନ୍ତି।

ସମସ୍ତେ ଆଦିବାସୀ ସଂପ୍ରଦାୟର।

ଗାଁ"ଗୁଡ଼ିକ ପାହାଡ଼ ଉପରେ ଥିବାରୁ ଏବେ ଘାଟ୍‌କଟିଂ କରି ଗମନାଗମନ ସୁବିଧା କରାଯାଇଛି।

ବାରମ୍ବାର ଆବେଦନ ସତ୍ତ୍ବେ ଗ୍ରାମବାସୀଙ୍କୁ ଆବାସ କାର୍ଯ୍ୟାଦେଶ ମିଳିପାରୁନି।

୫ଟି ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ଲୋକେ ଦୈନନ୍ଦିନ କାର୍ଯ୍ୟ ଲାଗି ଆନ୍ଧ୍ର ଉପରେ ନିର୍ଭରଶୀଳ।

Advertisment Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ ଝାଟିମାଟି କୁଡ଼ିଆରେ ୫ ଗ୍ରାମର ୨୮୦ ପରିବାରମୌଳିକ ସୁବିଧାରୁ ବଞ୍ଚିତ, ଆନ୍ଧ୍ରଆଡ଼କୁ ଢଳୁଛନ୍ତିପ୍ରଶାସନ ନ ବୁଝିଲେ ଭୋଟ ବର୍ଜନ ଚେତାବନୀ ଆନ୍ଧ୍ର ଦ୍ବାରା ଗ୍ରାମବାସୀ ପ୍ରଭାବିତ ହୋଇଥିବାରୁ ଓଡ଼ିଆ ବଦଳରେ ତେଲୁଗୁ ଭାଷାରେ କଥା ହେଉଛନ୍ତି।

ଦିନେ ଏହି ଦୁର୍ଗମ ଗାଁ"ମାନଙ୍କରେ ନକ୍ସଲ ଭୟରେ ସରକାରୀ ବାବୁଙ୍କ ପାଦ ପଡ଼ୁନଥିଲା।

ବିଳମ୍ବରେ ହେଲେ ମଧ୍ୟ ନିକଟରେ ପାହାଡ଼କୁ କାଟି ରାସ୍ତା ନିର୍ମାଣ ହୋଇଥିବା ବେଳେ ଜୀବନଜୀବିକା ପନ୍ଥା କିଛି ନଥିବାରୁ ଲୋକେ ପୋଡ଼ୁଚାଷ କରି ଗୁଜରାଣ ମେଣ୍ଟାଉଛନ୍ତି।

ଜନପ୍ରତିନିଧି ମଧ୍ୟ କାଁଭାଁ ଗାଁ"କୁ ଆସିଛନ୍ତି।

ନିର୍ବାଚନ ପରେ କାହାର ଦେଖା ମିଳୁନଥିଲା।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଗାଁମୁହାଁ ହୋଇଛନ୍ତି ନେତା।

ତେବେ ଗାଁକୁ ଆସୁଥିବା ଜନପ୍ରତିନିଧିଙ୍କୁ ଗ୍ରାମବାସୀ ଚେତାଇ ଦେଇଛନ୍ତି, ଏଥର ନିର୍ବାଚନ ପୂର୍ବରୁ ଆବାସ ନ ମିଳିଲେ ଭୋଟବର୍ଜନ କରିବେ।

ଆବାସ ଯୋଜନାକୁ ଛାଡ଼ିଲେ ଶିକ୍ଷା, ସ୍ବାସ୍ଥ୍ୟ ସୁବିଧା ମଧ୍ୟ ଗାଁରେ ପହଞ୍ଚି ପାରିନି।

ପିଲାଠୁ ବୁଢ଼ା ସବୁ ନିରକ୍ଷର।

ମାଲକାନଗିରି ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ର ଏବଂ ଛତିଶଗଡ଼ ମାଓମୁକ୍ତ ହେବାପରେ ସୁଦ୍ଧା ବିକାଶ ପ୍ରକ୍ରିୟା ତ୍ବରାନିତ ହୋଇପାରୁନଥିବାରୁ ଗ୍ରାମବାସୀ ଅସନ୍ତୁଷ୍ଟ।

ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ କହିଛନ୍ତି, ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଗ୍ରାମବାସୀଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ।

Rain: ନବରଂଗପୁରରେ ଚାଷୀଙ୍କ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।