Ganja Mafia: ଗଞ୍ଜେଇ ଚାଲାଣକୁ ନେଇ​ ଚଢ଼ଉ କରିବାକୁ ଆସି ଆକ୍ରମଣର ଶିକାର, ୧୦ରୁ ଊର୍ଦ୍ଧ୍ବ ସନ୍ଦିଗ୍ଧଙ୍କୁ ଉଠାଇଲା ପୁଲିସ

Jul 19, 2026 - 13:54
Ganja Mafia: ଗଞ୍ଜେଇ ଚାଲାଣକୁ ନେଇ​ ଚଢ଼ଉ କରିବାକୁ ଆସି ଆକ୍ରମଣର ଶିକାର, ୧୦ରୁ ଊର୍ଦ୍ଧ୍ବ ସନ୍ଦିଗ୍ଧଙ୍କୁ ଉଠାଇଲା ପୁଲିସ

"ପୁରୁଣାକଟକ: ଗଞ୍ଜେଇ ଚାଲାଣକୁ ନେଇ​ ଗଞ୍ଜେଇ ମାଫିଆଙ୍କ ଟାଙ୍ଗିଆ ଚୋଟରେ ଜଣେ ପୁଲିସ କର୍ମଚାରୀ ଗୁରୁତର।

ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଗୁରୁତରହୋଇଛନ୍ତି।

ବୌଦ୍ଧ ଥାନା ଅନ୍ତର୍ଗତ ହାଟଗାଁରେ ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଆହତ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତିନି ଜଣଙ୍କ ନାଁ ହେଉଛି ଲକ୍ଷ୍ମଣ ମହାକୁଡ଼, ସୌଭାଗ୍ୟ ପ୍ରଧାନ,ଦୀପକ ବେହେରା।

ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ  ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି।Advertisment ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ​ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୧ ଟାରେ ହାଟଗାଁରେ ବେଆଇନ ଗଞ୍ଜେଇ କାରବାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ଥାନାର ଏକ ୫ ଜଣିଆ ଟିମ୍ ସେଠାରେ ରେଡ୍ କରିବାକୁ ଯାଇଥିଲା ।

ଏହି ସମୟରେ ଗଞ୍ଜେଇ ମାଫିଆମାନେ ପୁଲିସ ଉପରକୁ ଠେଙ୍ଗା ବାଡ଼ି ଓ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଆକ୍ରମଣ କରିବା ପରେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।​ଅନ୍ୟପଟେ ଏହି ଘଟଣାକୁ ନେଇ ପୁଲିସ ହାଟଗାଁର ପ୍ରାୟ ୧୦ ରୁ ଊର୍ଦ୍ଧ୍ବ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଏହି ବେଆଇନ ଗଞ୍ଜେଇ କାରବାର ପଛରେ କାହାର ହାତ ରହିଛି ଏବଂ ଏହା କେବେଠାରୁ ଚାଲିଥିଲା, ସେ ନେଇ ବୌଦ୍ଧ ପୁୂଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Amit Shah: ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅମିତ ଶାହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।