Environment Panchayat in Rourkela: ରାଉରକେଲାରେ ପରିବେଶ ପଞ୍ଚାୟତ; ବସ୍ତିରୁ ଆରମ୍ଭ ହେଉ ପରିବେଶ ସୁରକ୍ଷା: ସାରଦା ନାୟକ
"ରାଉରକେଲା: ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇଛି।
ସମାଜକୁ ସୁସ୍ଥ ରଖିବାକୁ ସମସ୍ତଙ୍କର କିଛି ନା କିଛି ଦାୟିତ୍ବ ରହିଛି।
ଏହି ଦାୟିତ୍ବ ଅନ୍ୟମାନଙ୍କ ଉପରେ ଛାଡ଼ିଦେଲେ ହେବ ନାହିଁ, ଆମକୁ ହିଁ ନେବାକୁ ପଡ଼ିବ।
ସୁତରାଂ ବସ୍ତିରୁ ପରିବେଶ ସୁରକ୍ଷା ଆରମ୍ଭ ହେବା ଦରକାର ବୋଲି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି।
ଆଜି ରାଉରକେଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଦିତନଗର ମ୍ୟୁନିସିପାଲ୍ କଲେଜ ପରିସରରେ "ସମ୍ବାଦ" ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ନାୟକ କହିଥିଲେ ଯେ ପ୍ରତ୍ୟେକ ଯୁବକ, ଛାତ୍ରଛାତ୍ରୀଙ୍କ ପାଖରେ ନେତୃତ୍ବ ନେବାର ଦକ୍ଷତା ରହିଛି।
ଦୈନିକ ଘଣ୍ଟାଏ ଲେଖାଏଁ ପରିବେଶ ସୁରକ୍ଷା ପାଇଁ ସମୟ ଦେବା।
ଅନ୍ୟମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରି ଆଗାମୀ ଭବିଷ୍ୟତ ପାଇଁ ସୁନ୍ଦର ପୃଥିବୀ ଗଠନ କରିପାରିବା।
Advertisment ଯୌବନ ଜିନ୍ଦାବାଦ: ଯୁବକାବସ୍ଥାରେ ନେଇଥିବା ସେହି ନିଷ୍ପତ୍ତି ପାଇଁ ମୁଁ ଗର୍ବିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ପୀୟୁଷ ରଞ୍ଜନ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୃଥିବୀର ୨୪ ପ୍ରତିଶତ ମୃତ୍ୟୁ ପରିବେଶ ପ୍ରଦୂଷଣ କାରଣରୁ ହେଉଥିବା କହିଥିଲେ।
ଶିଳ୍ପ ଅଭିବୃଦ୍ଧି, ଦିନକୁ ଦିନ ଜନସଂଖ୍ୟା ବୃଦ୍ଧିରୁ ପରିବେଶ ଅସନ୍ତୁଳନ ହେଉଛି।
ଯାହାର ଫଳ ସମସ୍ତଙ୍କୁ ଭୋଗିବାକୁ ପଡୁଛି। "ସମ୍ବାଦ"ର ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ମାଧ୍ୟମରେ ଆମକୁ ସଚେତନ ହେବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ।
ରାଉରକେଲା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗଛ ଆମକୁ କେବଳ ଅମ୍ଳଜାନ, ଫଳ ଓ ଛାଇ ଦେଉନି, ବରଂ ପରିବେଶ ସନ୍ତୁଳନରେ ସହାୟକ ହେଉଛି ବୋଲି ମତବ୍ୟକ୍ତ କରିଥିଲେ।
ଆଧୁନିକୀକରଣ ନାଁରେ ଆମେ ହଜାର ହଜାର ଗଛ ବଳି ପକାଉଛୁ।
ଅଥଚ ସେହି ଅନୁଯାୟୀ ଚାରାରୋପଣକୁ ଆଦୌ ପ୍ରାଥମିକତା ଦେଉନାହୁଁ।
ଏଥିପ୍ରତି ଆମ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ମ୍ୟୁନିସିପାଲ୍ କଲେଜର ଅଧ୍ୟକ୍ଷ ହରିହର ଦାସ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସନ୍ତୁଳିତ ପରିବେଶ ଗଠନ କରିବା ଲାଗି ଆମ ସମସ୍ତଙ୍କୁ କିଛି ନା କିଛି ଦାୟିତ୍ବ ନେବାକୁ କରିବାକୁ ପଡିବ ବୋଲି କହିଥିଲେ। "ସମ୍ବାଦ" ରାଉରକେଲା ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ବରିଷ୍ଠ ଜିଲ୍ଲା ପ୍ରତିନିଧି ମଳୟ ରଞ୍ଜନ ସାହୁ ସ୍ବାଗତ ଭାଷଣ ସହ ପରିବେଶ ପଞ୍ଚାୟତ ଆୟୋଜନର ଆଭିମୁଖ୍ୟ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ।
ରାଉରକେଲା ସହର ପ୍ରତିନିଧି ଦେବବ୍ରତ ଗଡ଼ତିଆ ଧନ୍ୟବାଦ ଦେଇଥିଲେ।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।