Iran stops Belgium: ବେଲ୍ଜିୟମକୁ ଅଟକାଇଲା ଇରାନ
"ଲସ୍ ଏଞ୍ଜେଲ୍ସ: ଆମେରିକା ସହ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ସତ୍ତ୍ବେ ଫୁଟ୍ବଲ୍ ପଡ଼ିଆରେ ଇରାନ ନିଜ ଛାପ ଛାଡ଼ିଛି।
ମେକ୍ସିକୋରେ ଅଭ୍ୟାସ କରି ଆମେରିକାକୁ ମ୍ୟାଚ୍ ଖେଳିବାକୁ ଯିବାର ଆହ୍ବାନ ଓ ଅସୁବିଧା ସତ୍ତ୍ବେ ଚଳିତ ଫିଫା ବିଶ୍ବକପ୍ରେ ନିଜଠାରୁ ଢେର ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ବେଲ୍ଜିୟମକୁ ରବିବାର ଇରାନ ପଏଣ୍ଟ୍ ବାଣ୍ଟିବାକୁ ବାଧ୍ୟ କରିଛି।
ବିଶ୍ବ ମାନ୍ୟତାର ନବମ ସ୍ଥାନରେ ଥିବା ବେଲ୍ଜିୟମ ଫେଭରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲେ ମଧ ଉଭୟ ଆକ୍ରମଣାତ୍ମକ ଓ ରକ୍ଷଣାତ୍ମକ ଫୁଟ୍ବଲ୍ର ଅପୂର୍ବ ନମୁନା ଦେଖାଇ ଇରାନ ଏହି ମ୍ୟାଚ୍କୁ ଅମୀମାଂସିତ ରଖିଛି।
ଉଭୟ ଦଳ ନିର୍ଦ୍ଧାରିତ ସମୟରେ ଗୋଲ୍ କରିବାରେ ବିଫଳ ହୋଇଥିଲେ।
ଏହା ପୂର୍ବରୁ ଇଜିପ୍ଟ ବିପକ୍ଷ ପ୍ରଥମ ମ୍ୟାଚ୍କୁ ବେଲଜିୟମ ୧-୧ ଗୋଲ୍ରେ ଡ୍ର" କରିଥିଲା।
ଇରାନ ମଧ୍ୟ ଅନୁରୂପ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍କୁ ଅମୀମାଂସିତ (୨-୨) ରଖି ଅଭିଯାନ ଆରମ୍ଭ କରିଥିଲା।
ଉଭୟ ଦଳ ନିଜନିଜର ପ୍ରଥମ ଦୁଇ ମ୍ୟାଚ୍କୁ ବିନା ହାର ଜିତରେ ଶେଷ କରିବା ପରେ ୨ ପଏଣ୍ଟ ଲେଖାଏଁ ପାଇଛନ୍ତି।
ତେବେ ଗୋଲ୍ ବ୍ୟବଧାନରେ ଆଗୁଆ ରହି ଇରାନ ଗ୍ରୁପ୍-ଜି"ର ପ୍ରଥମ ସ୍ଥାନରେ ଥିଲା ବେଳେ ବେଲ୍ଜିୟମ ଦ୍ବିତୀୟ ସ୍ଥାନରେ ରହିଛି।
ରବିବାର ୬୬ ମିନିଟ୍ରେ ନାଥନ ଏନ୍ଗୟ ଲାଲ୍ କାର୍ଡ ପାଇବା ବେଲ୍ଜିୟମ ପାଇଁ ଏକ ବଡ଼ ଝଟକା ହେବା ସହ ଏହି ଦଳ ଏକ ପୂରା ପଏଣ୍ଟ୍ ପାଇବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା।Advertisment Shashi Tharoor: ଥରୁର୍ଙ୍କ ଜମ୍ମୁ କଶ୍ମୀର ସ୍ଥିତିରେ ଉନ୍ନତି ମନ୍ତବ୍ୟକୁ କଂଗ୍ରେସର ତୀବ୍ର ସମାଲୋଚନା ସ୍ପେନ୍ର ଦମଦାର ପ୍ରତ୍ୟାବର୍ତ୍ତନ ଆଟଲାଣ୍ଟା: ପୂର୍ବ ବିଜେତା ସ୍ପେନ୍ ଚଳିତ ଫିଫା ଫୁଟ୍ବଲ୍ ବିଶ୍ବକପ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି।
ନବାଗତ କେପ୍ ବର୍ଡେ ବିପକ୍ଷ ପ୍ରଥମ ମୁକାବିଲାକୁ ଅମୀମାଂସିତ ରଖି ସମାଲୋଚିତ ହେବା ପରେ ଦ୍ବିତୀୟ ମୁକାବିଲାରେ ସାଉଦି ଆରବକୁ ୪-୦ ଗୋଲ୍ରେ ହରାଇ ନିଜ ବିଶ୍ବକପ୍ ଅଭିଯାନକୁ ଟ୍ରାକ୍କୁ ଫେରାଇ ଆଣିବାକୁ ସକ୍ଷମ ହୋଇଛି।
ଏହି ବିଜୟ ପରେ ସ୍ପେନ୍ର ଆଗକୁ ବଢ଼ିବା ଆଶା ବି ଢେର ବଢ଼ିଯାଇଛି।
ସ୍ପେନ୍ର ଏହି ସହଜ ତଥା ଆତ୍ମବିଶ୍ବାସଭରା ବିଜୟରେ ଯୁବ ତାରକା ଲାମିନେ ୟାମଲ ଓ ଅନୁଭବୀ ଷ୍ଟ୍ରାଇକର୍ ମାଇକେଲ ଓୟାର୍ଜାବାଲ ପ୍ରମୁଖ ଭୂମିକା ତୁଲାଇଛନ୍ତି।
୧୦ ମିନିଟ୍ରେ ଓୟାର୍ଜାବାଲଙ୍କ ପାସ୍ରୁ ଗୋଲ୍ କରି ୟାମଲ ଗୋଲ୍ କରି ସ୍ପେନ୍କୁ ଅଗ୍ରଣୀ କରିଥିଲେ।
ଏହା ପରେ ସାଉଦି ଆରବର ଦୁର୍ବଳ ଓ ତାଳମେଳ ହୀନ ରକ୍ଷଣଭାଗର ସିରିଜ୍ ଭୁଲ୍ରୁ ଫାଇଦା ନେଇ ଓୟାର୍ଜାବାଲ ୩ ମିନିଟ୍ ଭିତରେ ଅର୍ଥାତ୍ ୨୧ ଓ ୨୪ ମିନିଟ୍ରେ କ୍ରମାଗତ ଦୁଇଟି ଗୋଲ୍ ସ୍କୋର୍ କରି ସ୍ପେନ୍ ସପକ୍ଷରେ ସ୍ଥିତି ୩-୦ କରି ଦେଇଥିଲେ।
ପ୍ରଥମାର୍ଦ୍ଧ ସେହି ସ୍କୋର୍ ଲାଇନ୍ରେ ଶେଷ ହୋଇଥିଲା।] Abilitysport Youth Games: ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ା: ଆକାଶ, ବିଭାସିନ୍ଧୁଙ୍କ ଚମକ ଦ୍ବିତୀୟାର୍ଦ୍ଧରେ ମଧ୍ୟ ସ୍ପେନ୍ର ଆକ୍ରମଣ ଜାରି ରହିଥିଲା।
ଫଳରେ ଘୋର ଚାପଗ୍ରସ୍ତ ହୋଇ ୪୯ମ ମିନିଟ୍ରେ ସାଉଦି ଖେଳାଳି ହାସନ ଅଲତମବକ୍ତି ନିଜ ଗୋଲ୍ପୋଷ୍ଟ ଭିତରକୁ ବଲ୍ ପଠାଇ ଦେଇଥିଲେ।
ଏହି ଆତ୍ମଘାତୀ ଗୋଲ୍ ବଳରେ ସ୍ପେନ୍ର ଅଗ୍ରଣୀ ୪-୦ ଛୁଇଁଥିଲା।
ପରବର୍ତ୍ତୀ ସମୟରେ ବହୁଚେଷ୍ଟା ପରେ ବି ସାଉଦି ଆରବ ଆଉ ଗୋଲ୍ କରି ପାରି ନଥିଲା।
ଫଳରେ ସ୍ପେନ୍ ବଡ଼ ବିଜୟ ପାଇ ଗ୍ରୁପ୍-ଏଚ୍ର ଶୀର୍ଷସ୍ଥାନକୁ ଉନ୍ନୀତ ହୋଇଥିଲା।
ଏହି ୟୁରୋପୀୟ ଦଳ ତା"ର ପରବର୍ତ୍ତୀ ମ୍ୟାଚ୍ରେ ଉରୁଗୁଏକୁ ଭେଟିବ।
ସେଥିରୁ ପଏଣ୍ଟ୍ ଅର୍ଜନ କରି ପାରିଲେ ରାଉଣ୍ଡ ଅଫ୍ ୩୨ରେ ସ୍ଥାନ ସୁରକ୍ଷିତ କରିନେବ।"