Iran Security: ଶାନ୍ତିଚୁକ୍ତି ଆଲୋଚନା ମଧ୍ୟରେ ସାମରିକ ସ୍ଥିତିକୁ ଦୁର୍ବଳ କରିବାକୁ ଚାହୁଁନି ଇରାନ
"ତେହେରାନ: ଇରାନ ମହମ୍ମଦ ବାଘର ଜୋଲଗାଦରଙ୍କ ସ୍ଥାନରେ ଦୀର୍ଘଦିନ ଧରି ରିଭଲ୍ୟୁସନରୀ ଗାର୍ଡ କମାଣ୍ଡର ଥିବା ମୋହସେନ ରେଜାଇଙ୍କୁ ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଭାବରେ ନିଯୁକ୍ତ କରିଛି।
ରେଜାଇଙ୍କୁ ପରିଷଦରେ ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ପ୍ରତିନିଧି ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି।
ଜୋଲଗାଦରଙ୍କୁ ସର୍ବୋଚ୍ଚ ନେତାଙ୍କ ରାଜନୈତିକ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି।
ସେ କିଛି ମାସ ପୂର୍ବରୁ ସୁରକ୍ଷା ପରିଷଦର ସଚିବ ହୋଇଥିଲେ।
ତାଙ୍କ ପୂର୍ବରୁ ଅଲି ଲାରିଜାନି ପଦବୀରେ ଥିଲେ।
ମାର୍ଚ୍ଚ ମାସରେ ସେ ଏକ ବିମାନ ଆକ୍ରମଣରେ ନିହତ ହୋଇଥିଲେ।
ଇରାନ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରତିଷ୍ଠାନରେ ଏକ ବଡ଼ ପରିବର୍ତ୍ତନ ଏପରି ସମୟରେ କରିଛି ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା, ଅସ୍ତ୍ରବିରତି ଏବଂ ହର୍ମୁଜ୍ ପ୍ରଣାଳୀ ପୁଣି ଖୋଲିବା ସମ୍ପର୍କରେ ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି।Advertisment ସବୁଠାରୁ ଅଭିଜ୍ଞ ସାମରିକ ନେତା ରେଜାଇ ରେଜାଇଙ୍କ ନିଯୁକ୍ତିକୁ ପାଞ୍ଚଟି କାରଣରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି।
ଇରାନ ହର୍ମୁଜ୍ ପ୍ରାଣାଳୀକୁ ଆମେରିକା ଉପରେ ଚାପ ପକାଇବାର ଏକ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରିଆସୁଛି।
୭୧ ବର୍ଷୀୟ ରେଜାଇଙ୍କୁ ଇରାନର ସବୁଠାରୁ ଅଭିଜ୍ଞ ସାମରିକ ନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।
ସେ ୧୯୮୧ ରୁ ୧୯୯୭ ପର୍ଯ୍ୟନ୍ତ ପ୍ରାୟ ୧୬ ବର୍ଷ ଧରି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ଦାୟିତ୍ବ ସମ୍ଭାଳିଛନ୍ତି।
ତାଙ୍କ କାର୍ଯ୍ୟକାଳ ଇରାନ-ଇରାକ ଯୁଦ୍ଧର ଏକ ବଡ଼ ଅଂଶ ଥିଲା।
ସେ ଗତ ଚାରି ଦଶନ୍ଧି ଧରି ଇରାନର ସାମରିକ ଏବଂ ରାଜନୈତିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି ଏବଂ ଅନେକ ଥର ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।
ଫେବ୍ରୁଆରିରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଆୟୋତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ, ରେଜାଇଙ୍କୁ ମୋଜତାବା ଖେମିନିଙ୍କ ସାମରିକ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା।
ତାଙ୍କର ନିଯୁକ୍ତି ସୂଚାଇ ଦେଉଛି ଯେ, ଇରାନ ଯୁଦ୍ଧ ଏବଂ ସୁରକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତିରେ ଅଭିଜ୍ଞ ସାମରିକ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦେଉଛି।
ଏହି ପରିବର୍ତ୍ତନର ଆଉ ଏକ ଦିଗ ହେଉଛି ଇରାନର ଆଭ୍ୟନ୍ତରୀଣ ରାଜନୀତି।
ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକା ସହିତ ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ଯେତେବେଳେ କଠୋରପନ୍ଥୀ ଗୋଷ୍ଠୀ ଆମେରିକା ପ୍ରତି ଅଧିକ କଠୋର ମନୋଭାବ ପୋଷଣ କରୁଛନ୍ତି।
ଜୋଲଗାଦର ଏବଂ ସରକାରଙ୍କ ମଧ୍ୟରେ ନୀତିଗତ ପାର୍ଥକ୍ୟ ଥିବା ରିପୋର୍ଟ ଆସିଛି।
ତେଣୁ, ତାଙ୍କ ସ୍ଥାନରେ ରେଜାଇଙ୍କ ଭଳି ସାମରିକ ପୃଷ୍ଠଭୂମି ଥିବା ନେତାଙ୍କୁ ନିଯୁକ୍ତି ଦେବା ଆଭ୍ୟନ୍ତରୀଣ ଶକ୍ତି ସନ୍ତୁଳନ କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି।
ଏହା ସଂସଦ ବାଚସ୍ପତି ଏବଂ ପୂର୍ବତନ ଆଇଆରଜିସି କମାଣ୍ଡର ମହମ୍ମଦ ବାଘେର ଗାଲିବାଫଙ୍କ ପ୍ରଭାବକୁ ମଧ୍ୟ ପ୍ରତିହତ କରିପାରିବ।
Strait of Hormuz: ହର୍ମୁଜ୍ରେ ଘେରାବନ୍ଦୀ କଡ଼ାକଡ଼ି: ଆମେରିକା ଯବାନଙ୍କ ମୁଣ୍ଡ କାଟିବାକୁ ଧମକ ଦେଲା ଇରାନ ରେଜାଇଙ୍କୁ କେବଳ ସୁରକ୍ଷା ପରିଷଦର ସଚିବ ନୁହେଁ ବରଂ ପରିଷଦରେ ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଭାବରେ ନିଯୁକ୍ତ କରାଯାଇଛି।
ଏହା ଦ୍ବାରା ସୁରକ୍ଷା ମାମଲାରେ ମୋଜତାବାଙ୍କ ସିଧାସଳଖ ପ୍ରଭାବ ସୁଦୃଢ଼ ହେବ।
ରାଜନୈତିକ ବିଶ୍ଳେଷକ ସଇଦ ଲାଲାଜଙ୍କ ଅନୁଯାୟୀ, ଯୁଦ୍ଧ ପରିସ୍ଥିତି ଏବଂ ସର୍ବୋଚ୍ଚ ନେତାଙ୍କ ସାର୍ବଜନୀନରେ ଅନୁପସ୍ଥିତି ଇରାନରେ ଲୋକଙ୍କ ମଧ୍ୟରେ ଆଶା ଓ ଆଶଙ୍କା ସୃଷ୍ଟି କରିଛି।
ରେଜାଇଙ୍କ ନିଯୁକ୍ତି ସୂଚାଇ ଦେଉଛି ଯେ, ଶାନ୍ତିଚୁକ୍ତି ଆଲୋଚନା ଜାରି ରହିଥିବା ବେଳେ ଇରାନ ନିଜର ସାମରିକ ଏବଂ ରଣନୈତିକ ସ୍ଥିତିକୁ ଦୁର୍ବଳ କରିବାକୁ ଚାହୁଁନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
