Welcome!

Unlock your personalized experience.
Sign Up

Iran Missile Technology: ଇରାନର 'ବ୍ରହ୍ମାସ୍ତ୍ର' ମିସାଇଲ୍ ! ଆମେରିକା-ଇସ୍ରାଏଲର ଡିଫେନ୍ସ ସିଷ୍ଟମ୍‌କୁ ବଡ଼ ଚ୍ୟାଲେଞ୍ଜ?

Jul 19, 2026 - 11:10
Iran Missile Technology: ଇରାନର 'ବ୍ରହ୍ମାସ୍ତ୍ର' ମିସାଇଲ୍ ! ଆମେରିକା-ଇସ୍ରାଏଲର ଡିଫେନ୍ସ ସିଷ୍ଟମ୍‌କୁ ବଡ଼ ଚ୍ୟାଲେଞ୍ଜ?

ନୂଆଦିଲ୍ଲୀ, ୧୯/୦୭: ଯୁଦ୍ଧ ନିଆଁରେ ଜଳୁଛି ପଶ୍ଚିମ ଏସିଆ । ପ୍ରତିଦିନ ମିସାଇ ମାଡ଼, ବୋମା ବର୍ଷା । ଆକାଶରୁ ଖସୁଛି ନିଆଁ ହୁଳା । ହର୍ମୁଜ ପ୍ରଣାଳୀରେ ଚାଲିଛି ଶକ୍ତି ପ୍ରଦର୍ଶନ । ଇରାନ-ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଶାନ୍ତି ଚୁକ୍ତିର କେଇ ଘଣ୍ଟା ଭିତରରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ ହେଉଛି । ଏହାରି ଭତରେ ଆମେରିକାକୁ ଚେକ୍ ଦେବା ଲାଗି ଇରାନ ଭିତିରିଆ ଭାବେ ନିଜର ସାମିରକ ଶକ୍ତିକୁ ବୃଦ୍ଧି କରିବାରେ ଲଗିଛି । ଇରାନ ନିଜର ମିସାଇଲ୍ ପ୍ରଯୁକ୍ତିକୁ ଏପରି ମଜବୁତ କରିଛି ଯେ, ଆମେରିକା ଓ ଇସ୍ରାଏଲର ଅତ୍ୟାଧୁନିକ ମିସାଇଲ୍ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ସେଗୁଡ଼ିକୁ ଅଟକାଇବା କଷ୍ଟକର ହେଉଛି। ଆମେରିକୀୟ ଅଧିକାରୀଙ୍କ ମତରେ, ଇରାନର ନୂତନ ମିସାଇଲ୍‌ଗୁଡ଼ିକ ଅଧିକ ବେଗରେ ଉଡ଼ୁଛି, ଉଡ଼ାଣ ସମୟରେ ଆକାଶରେ ଦିଗ ପରିବର୍ତ୍ତନ କରିପାରୁଛି ଏବଂ ଲକ୍ଷ୍ୟଭେଦ କ୍ଷମତା ମଧ୍ୟ ବଢ଼ିଛି । ଫଳରେ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି ।

ହାଇପରସୋନିକ୍ ମିସାଇଲ୍: କେତେ ବଡ଼ ବିପଦ ?

ଇରାନ 'ଫତେହ-୧' ଓ 'ଫତେହ-୨' ପରି ହାଇପରସୋନିକ୍ ମିସାଇଲ୍ ବିକଶିତ କରିଥିବା ଦାବି କରିଛି। ଏହି ମିସାଇଲ୍‌ଗୁଡ଼ିକ ଶବ୍ଦର ବେଗଠାରୁ ପାଞ୍ଚ ଗୁଣା ଅଧିକ ବେଗରେ ଉଡ଼ିପାରେ ଏବଂ ଉଡ଼ାଣ ସମୟରେ ଦିଗ ବଦଳାଇପାରୁଛି । ଏହି କାରଣରୁ ରାଡାରରେ ଟ୍ରାକ୍ କରିବା ଓ ଇଣ୍ଟରସେପ୍ଟ କରିବା ବହୁତ କଠିନ ହୋଇପଡ଼ୁଛି । ସେପଟେ ଇରାନର ଦାବି ଅନୁସାରେ, ଏହି ମିସାଇଲ୍ ଆମେରିକା ଏବଂ ଇସ୍ରାଏଲର Iron Dome, Arrow ଓ THAAD ଭଳି ପ୍ରତିରକ୍ଷା ବ୍ୟବସ୍ଥାକୁ ମଧ୍ୟ ଚମକା ଦେଇପାରିବ । ମାତ୍ର ଦାବିଗୁଡ଼ିକର ସଠିକ୍ ପ୍ରମାଣ ଏଯାଏ ମିଳିପାରି ନାହିଁ ।

ରୁଷର ସହଯୋଗ କରିଥିଲା ଦାବି:

ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୁଷ ଇରାନକୁ ସାଟେଲାଇଟ୍ ଇମେଜରି ଓ ଡ୍ରୋନ୍ ପ୍ରଯୁକ୍ତିରେ ସହଯୋଗ କରୁଥିବା ଅଭିଯୋଗ ରହିଛି। ଏହା ମାଧ୍ୟମରେ ଇରାନର ଟାର୍ଗେଟିଂ କ୍ଷମତା ଆହୁରି ସଠିକ୍ ହୋଇଥିବା ପେଣ୍ଟାଗନ ପକ୍ଷରୁ ଦାବି ହୋଇଛି । ଅନ୍ୟପଟେ, ଇରାନରୁ ରୁଷ ଡ୍ରୋନ୍ ପାଉଥିବା କଥା ମଧ୍ୟ ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ରହିଛି ।

ଚୀନର ଭୂମିକାକୁ ନେଇ ସନ୍ଦେହ:

କିଛି ଆମେରିକୀୟ ଅଧିକାରୀ ଇରାନର ମିସାଇଲ୍ ଟାର୍ଗେଟିଂ ଟେକ୍ନୋଲୋଜିରେ ଚୀନର ସହଯୋଗ ଥିବା ସନ୍ଦେହ କରୁଛନ୍ତି । ହେଲେ ଏହାକୁ ସମର୍ଥନ କରିବା ପାଇଁ ସାର୍ବଜନିକ ଭାବେ ଠୋସ ପ୍ରମାଣ ଉପଲବ୍ଧ ନାହିଁ।

ଇରାନର ମିସାଇଲ୍ କାର୍ଯ୍ୟକ୍ରମ:

ଇରାନ ପ୍ରାୟ ଏକ ଦଶନ୍ଧି ଧରି ନିଜର ମିସାଇଲ୍ କାର୍ଯ୍ୟକ୍ରମ ଚଳାଇ ରଖିଛି । ପ୍ରାରମ୍ଭରେ ସାଧାରଣ ବାଲିଷ୍ଟିକ୍ ମିସାଇଲ୍ ବ୍ୟବହାର କରୁଥିବା ବେଳେ, ବର୍ତ୍ତମାନ ଏହାକୁ ସ୍ବଦେଶୀ ଭାବେ ବିକଶିତ କରାଯାଇଛି । ଉନ୍ନତମାନର ଗାଇଡେନ୍ସ ସିଷ୍ଟମ୍ ଏବଂ ପାଲ୍ଲାର ମିସାଇଲକୁ ବିକଶିତ କରିଥିବା ଦାବି କରାଯାଉଛି ।

ଆମେରିକା ଓ ଇସ୍ରାଏଲ ପାଇଁ ଚ୍ୟାଲେଞ୍ଜ:

ସେପଟେ ଇରାନକୁ ଚେକ୍ ଦେବାକୁ ଆମେରିକା ଓ ଇସ୍ରାଏଲ ନିଜର ମିସାଇଲ୍ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ମାତ୍ରାରେ ଆଧୁନିକ କରିବାରେ ଲାଗିଛନ୍ତି। ବିଶେଷଜ୍ଞଙ୍କ ମତରେ, ହାଇପରସୋନିକ୍ ମିସାଇଲ୍‌ର ବେଗ ଓ ମାନୁଭରିଂ କ୍ଷମତା ପାରମ୍ପରିକ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରୁଛି। ଅନ୍ୟପଟେ ଇରାନର ବଢ଼ୁଥିବା ମିସାଇଲ୍ କ୍ଷମତା ଓ ରୁଷ-ଚୀନ ସହ ସମ୍ଭାବ୍ୟ ପ୍ରଯୁକ୍ତିଗତ ସହଯୋଗକୁ ନେଇ ଆମେରିକା ଚିନ୍ତା ପ୍ରକାଶ କରିଛି।

ଅଧିକ ପଢ଼ନ୍ତୁ-Iran Political Crisis : " ତୁମ ବେକରେ ରହିବ ଆମ ଅସ୍ତ୍ର ...", ନିଜ ଲୋକଙ୍କ ଟାର୍ଗେଟରେ ଇରାନ ରାଷ୍ଟ୍ରପତି - ବୈଦେଶିକ ମନ୍ତ୍ରୀ ,ବଡ଼ ବିପ୍ଳବ ଆଶଙ୍କା..

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।