Iran: ବିବାହ ଉତ୍ସବରେ କ୍ଷେପଣାସ୍ତ୍ର ମାଡ଼, ୫ ମୃତ; ୬୦ରୁ ଅଧିକ ଆହତ

Sep 05, 2026 - 17:11
Iran: ବିବାହ ଉତ୍ସବରେ କ୍ଷେପଣାସ୍ତ୍ର ମାଡ଼, ୫ ମୃତ; ୬୦ରୁ ଅଧିକ ଆହତ

"ତେହେରାନ: ଦକ୍ଷିଣ ଇରାନର କୁହେସ୍ତାକ ସହରରେ ଏକ ବିବାହ ଉତ୍ସବ ପାଇଁ ପରିବାର ଓ ସମ୍ପର୍କୀୟ ଏକାଠି ହୋଇଥିବା ବେଳେ ଆମେରିକୀୟ ଆକ୍ରମଣରେ ଭୟଙ୍କର ଧ୍ୱଂସ ଘଟିଥିବା ଅଭିଯୋଗ ହୋଇଛି।

ଘଟଣାରେ ଅନ୍ତତଃ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶିଶୁଙ୍କ ସମେତ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ବିବାହରେ ବର-କନ୍ୟା ପହଞ୍ଚିବା ପୂର୍ବରୁ ବିସ୍ଫୋରଣ ଘଟିଥିଲା।Advertisment ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପ୍ରଥମେ ନିକଟସ୍ଥ ଏକ କମ୍ୟୁନିକେସନ ଟାୱାରକୁ ମିସାଇଲ୍‌ ଆକ୍ରମଣ କରାଯାଇଥିଲା।

ପରେ ବିବାହ ସମାରୋହ ଚାଲିଥିବା ସ୍ଥାନ ନିକଟରେ ଦୁଇଟି ଡ୍ରୋନ୍‌ ଆକ୍ରମଣ ହୋଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ଭଙ୍ଗାଘର ଓ ଧ୍ୱଂସାବଶେଷର ଦୃଶ୍ୟ ଦେଖିବାକୁ ମିଳିଛି।

ଉଦ୍ଧାରକାରୀମାନେ ଧ୍ୱଂସାବଶେଷ ତଳୁ ଆହତ ଓ ମୃତକଙ୍କୁ ବାହାର କରିଥିଲେ।

ଆକ୍ରମଣ ପରବର୍ତ୍ତୀ ଦୃଶ୍ୟଗୁଡ଼ିକ ଖୁବ୍‌ ହୃଦୟବିଦାରକ ଥିଲା।

ବିବାହ ଉତ୍ସବର ଅତିଥିମାନଙ୍କ ଜୋତା ଇଆଡ଼େ ସିଆଡ଼େ ବିଛାଡ଼ି ହୋଇ ପଡ଼ିଥିବାବେଳେ ଗୋଟିଏ ପିଲାର ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା।

ଆହତମାନେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନ୍ୟୁଜ ଏଜେନ୍ସି ଏପି ସୂଚନା ଦେଇଛି।

ଆକ୍ରମଣ ପାଇଁ ଆମେରିକା ଏପର୍ଯ୍ୟନ୍ତ ସିଧାସଳଖ ଦାୟିତ୍ୱ ସ୍ୱୀକାର କରିନାହିଁ ଆକ୍ରମଣ ପାଇଁ ଆମେରିକା ଏପର୍ଯ୍ୟନ୍ତ ସିଧାସଳଖ ଦାୟିତ୍ୱ ସ୍ୱୀକାର କରିନାହିଁ।

ତେବେ ରଏଟର୍ସ ପକ୍ଷରୁ ଯାଞ୍ଚ ହୋଇଥିବା ଫଟୋ ଓ ଭିଡିଓର ବିଶ୍ଳେଷଣରେ ଆକ୍ରମଣ ଆମେରିକୀୟ ଅସ୍ତ୍ରର ସିଧାସଳଖ ଆଘାତ ଦ୍ବାରା ଘରଟି କ୍ଷତିଗ୍ରସ୍ତ ହୋଇଥିବା ସମ୍ଭାବନା ଦର୍ଶାଯାଇଛି।

ଘଟଣାର ତଦନ୍ତ କରାଯାଉଥିବା ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି।

ଆମେରିକାର ଦାବି ଅନୁସାରେ, ଦକ୍ଷିଣ ଇରାନର ସାମରିକ ଠିକଣା, ରାଡାର, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଯୋଗାଯୋଗ କେନ୍ଦ୍ର ଏହି ଅଭିଯାନର ଲକ୍ଷ୍ୟ ଥିଲା।

ତେବେ ବିବାହ ସମାରୋହ ନିକଟରେ ଘଟିଥିବା ଏହି ଆକ୍ରମଣ ଯୁଦ୍ଧରେ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ନୂଆ ପ୍ରଶ୍ନ ଉଠାଇଛି।

ପହଲଗାମ୍ ଆକ୍ରମଣକାରୀ ଲସ୍କର କମାଣ୍ଡର ୟାସିର ନିହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)