Iqbal Sheikh: ପୋଖରୀ ହିଁ ଘର, ପାଣିରୁ ବାହାରିଲେ ଶରୀର ହୁଏ  ଜଳାପୋଡ଼ା

Aug 11, 2026 - 14:48
Iqbal Sheikh: ପୋଖରୀ ହିଁ ଘର, ପାଣିରୁ ବାହାରିଲେ ଶରୀର ହୁଏ  ଜଳାପୋଡ଼ା

"ନୂଆଦିଲ୍ଲୀ: ପୋଖରୀ ହିଁ ତା ଘର..

ଆକାଶ ତାର ଛାତ..

ପୋଖରୀର ଏମୁଣ୍ଡରୁ ସେମୁଣ୍ଡକୁ ପହଁରୁଥାଏ ଇକବାଲ୍‌ ଶେଖ୍‌ ।

ନା ସାପ,ଯୋକକୁ ଡ଼ର ନା ଅନ୍ୟ ଜନ୍ତୁର ।

ଡରିବ ବା କାହିଁକି  ଏହି ପୋଖରୀ ତ ଇକବାଲକୁ ବଞ୍ଚାଇଛି ।

ସାହାରା ପାଲଟିଛି ।

୧୬ ବର୍ଷର ପୁଅ  ଇକବାଲ ଘର ଛାଡି ପୋଖରୀରେ  ରହିବାର  ୫ ବର୍ଷ  ହୋଇଗଲାଣି ।

ଗତ ୫ ବର୍ଷ  ହେଲା  ଜୀବନ କଟୁଛି ଏହି ପୋଖରୀରେ ।

କେବେ କେବେ  ୪-୫ ଦିନ ତ  କେବେ  ୭ ଦିନ ପର୍ଯ୍ୟନ୍ତ  ପାଣିରେ ରହିଯାଉଛି।

ହେଲେ କଣ ପାଇଁ  ଘର ଛାଡି ୧୧ ବର୍ଷ  ବୟସରୁ ପୋଖରୀରେ ରହୁଛି ଇବାଲ୍‌, ?

ଏମିତି କଣ ହେଲା ଯେ  ପୋଖରୀରେ ରହିବାକୁ ଲାଗିଲା ଏହି ପୁଅ  ?

ଆପଣ ଭାବୁଥିବେ  ଇକବାଲ ପାଇଁ ଏହା କୌଣସି କୌତୁକ ବା ରେକର୍ଡ କରିବାର ପ୍ରୟାସ  ବୋଧ୍‌ ହୁଏ !

କିନ୍ତୁ ନା ।

ଇକ୍‌ବାଲ୍‌ର  ରୋଗ ତାକୁ ବାଧ୍ୟ  କରୁଛି ପାଣିରେ  ରହିବା ପାଇଁ ।

ଆଜ୍ଞା  ହଁ  ଇକ୍‌ବାଲ କହେ ପାଣିରୁ ବାହାରିବା ମାତ୍ରେ ତା" ଶରୀରରେ ପ୍ରବଳ ଜଳାପୋଡ଼ା ହୁଏ।

ସେ ବହୁତ କଷ୍ଟ ପାଏ ..

ଅସ୍ଥିର ହୋଇ ଉଠେ..

ଯେମିତି ସେ ପାଣିକୁ ଓହ୍ଲାଇଯାଏ, ତାକୁ ଆରାମ ମିଳେ।

ଏହି କାରଣରୁ ଗତ ୫ ବର୍ଷ ହେବ ଇକବାଲର ଅଧିକାଂଶ ସମୟ ପୋଖରୀରେ କଟୁଛି।

ପୋଖରୀ ତା ରୋଗ ପାଇଁ  ଏବେ ଉପଶମର ମାଧ୍ୟମ ପାଲଟିଛି।

ସ୍ଥାନୀୟ ଲୋକେ କହନ୍ତି ଯେ ଇକବାଲ ପାଇଁ ଏବେ ପାଣି କେବଳ ପାଣି ହୋଇ ରହିନାହିଁ, ବରଂ ତା" ଜୀବନର ଅଂଶ ପାଲଟିଯାଇଛି।

ଯେଉଁ ବୟସରେ ପିଲାମାନେ ସ୍କୁଲ ଯାଆନ୍ତି ଓ ସାଙ୍ଗସାଥୀଙ୍କ ସହ ଖେଳନ୍ତି, ସେଠାରେ ଇକବାଲ ଘଣ୍ଟା ଘଣ୍ଟା ଧରି ପୋଖରୀରେ ପହଁରୁଥାଏ।

କେବେ କେବେ ସେ ଦିନ-ରାତି ପାଣିରେ ହିଁ ବିତାଇ ଦିଏ।Advertisment ଅଧିକ ପଢନ୍ତୁ: Ranchi: ରାଞ୍ଚିରେ ପରୀକ୍ଷା ଅନିୟମିତତା ତାତି: ବିଧାନସଭା ଘେରାଉ କଲେ ଛାତ୍ର, ଲାଠି, ପାଣି ତୋପ, ଲୁହବୁହା ଗ୍ୟାସ୍‌ ପ୍ରୟୋଗ  ଇକବାଲ ଦାବି  କରି କହୁଛି ଯେ ତା" ଉପରେ କୌଣସି ଅଦୃଶ୍ୟ ଶକ୍ତିର ଛାୟା ଅଛି।

ସେଥିପାଇଁ ତା" ଶରୀର ଜଳୁଛି।

ଯଦିଓ ଏହି ଦାବିର କୌଣସି ପ୍ରମାଣ ନାହିଁ।

ଇକବାଲର ଏହି କାହାଣୀ କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ବରଂ ଏହା ଏମିତି ଏକ ପିଲାର କାହାଣୀ ଯାହାକୁ ହୁଏତ ସଠିକ୍ ଡାକ୍ତରୀ ସାହାଯ୍ୟର ଆବଶ୍ୟକତା ରହିଛି।

କ୍ରମାଗତ ଅନେକ ଦିନ ଧରି ପାଣିରେ ରହିବା ଯୋଗୁଁ ଇକବାଲର ଶରୀର ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି।

ତା"ର ହାତ-ଗୋଡ଼ ଓ ଶରୀରର ଚର୍ମ ଧଳା ପଡ଼ିଗଲାଣି।

ଅଧିକ ସମୟ ପାଣିରେ ରହିବା ଯୋଗୁଁ ତାକୁ ଥଣ୍ଡା-କାଶ ମଧ୍ୟ ଲାଗି ରହୁଛି।

ଅର୍ଥାତ୍ ଯେଉଁ ପାଣିରେ ତାକୁ ଆରାମ ମିଳୁଛି, ସେହି ପାଣି ହିଁ ତା" ସ୍ୱାସ୍ଥ୍ୟ ପାଇଁ ନୂଆ ବିପଦ ସୃଷ୍ଟି କରୁଛି ।

ସ୍ଥାନୀୟ ଲୋକେ ତାକୁ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ।

ସେ ସ୍ଥାନୀୟ ବ୍ଲକ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଯାଇଥିଲା।

କିନ୍ତୁ ଇକବାଲର କହିବା କଥା ହେଉଛି ଯେ, ସେଠାରେ ତାକୁ ସେଭଳି କୌଣସି ସାହାଯ୍ୟ ମିଳିଲାନି ଯେଉଁଥିରେ ତା"ର ସମସ୍ୟା ଦୂର ହୋଇପାରିବ।

ଅନ୍ୟପଟେ ତା" ପରିବାରର ଆର୍ଥିକ ଅବସ୍ଥା ଏତେ ଭଲ ନୁହେଁ ଯେ ସେମାନେ ତାକୁ କୌଣସି ବଡ଼ ଘରୋଇ ଡାକ୍ତରଖାନାରେ ଦୀର୍ଘ ଦିନ ଧରି ଚିକିତ୍ସା କରାଇପାରିବେ।

ଫଳରେ ଇକବାଲ ପୁଣିଥରେ ସେହି ପୋଖରୀକୁ ଫେରିଯାଇଛି।

ଇକବାଲର ଏହି କଥା ଏବେ ସାରା ଅଞ୍ଚଳରେ ବ୍ୟାପିଯାଇଛି।

ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ତାକୁ ଦେଖିବାକୁ ପୋଖରୀ କୂଳକୁ ଆସୁଛନ୍ତି।

କିଏ ତାକୁ ଚୁଡ଼ା ଦେଉଛି ତ କିଏ ବିସ୍କୁଟ।

ଲୋକେ ନିଜ ତରଫରୁ ସାହାଯ୍ୟ କରୁଛନ୍ତି, କିନ୍ତୁ ତା"  ଯନ୍ତ୍ରଣା (ସମସ୍ୟା)ର ପ୍ରକୃତ ସମାଧାନ ମିଳିପାରି ନାହିଁ।

ଯଦି ସେ ଏମିତି ପୋଖରୀରେ ରୁହେ, ତେବେ ତା" ସ୍ୱାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ।

ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, କ"ଣ ତା"ର ଚର୍ମ ସମ୍ବନ୍ଧୀୟ କୌଣସି ରୋଗ ଅଛି?

ସ୍ଥାନୀୟ ଲୋକେ ଚାହୁଁଛନ୍ତି ଯେ ଇକବାଲର ସଠିକ୍ ଡାକ୍ତରୀ ଯାଞ୍ଚ ହେଉ ଏବଂ ତାକୁ ଉପଯୁକ୍ତ ଚିକିତ୍ସା ମିଳୁ, ଯେମିତିକି ତାକୁ ଆଉ ପାଣି ଭିତରେ ରହିବାକୁ ମଜବୁର ହେବାକୁ ପଡ଼ିବ ନାହିଁ।

ବର୍ତ୍ତମାନ ପାଇଁ ଇକବାଲ ସେହି ପୋଖରୀ ଭିତରେ ଅଛି ଏବଂ ବେଲଡାଙ୍ଗାର ସେହି ପୋଖରୀ ହିଁ ତା"ର ଘର ପାଲଟିଛି ।

ଏହି  ଚକିତ କଲାଭଳି କାହାଣୀ ହେଉଛି ମୁର୍ଶିଦାବାଦର ବେଲଡାଙ୍ଗାର ।

ତେବେ  କି ପ୍ରାର୍ଥନା ଇକ୍‌ବାଲ୍ କୁ  ଉଚିତ୍‌ ଚିକିତ୍ସା ମିଳୁ, ଶୀଘ୍ର  ଆରୋଗ୍ୟ ଲାଭ କରୁ..

ଆଉ ସେ  ପୋଖରୀରେ ରହିବାକୁ ବାଧ୍ୟ ନହେଉ ..

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media