19 AUGUST 2026

Welcome!

Unlock your personalized experience.
Sign Up
block-728

IPO: ଏସପ୍ତାହରେ ୫ଟି ଆଇପିଓ

Aug 09, 2026 - 22:38
IPO: ଏସପ୍ତାହରେ ୫ଟି ଆଇପିଓ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସପ୍ତାହରେ ପାଞ୍ଚଟି କମ୍ପାନି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜାରି କରି ୭୪୪୩ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ଧୁତ୍‌ ଟ୍ରାନ୍ସମିସନ, ମୋଲବିଓ ଡାଏଗ୍ନୋଷ୍ଟିକ୍ସ, ମିଲ୍‌କି ମିଷ୍ଟ ଡେରି ଫୁଡ୍‌, ସିପ୍‌ରକେଟ୍‌ ଓ ବେହାରି ଲାଲ୍‌ ଇଞ୍ଜିନିୟରିଂ ନିଜର ଆଇପିଓ ଆଣିବେ। ଆସନ୍ତାକାଲି ଧୁତ୍‌ ଟ୍ରାନ୍ସମିସନ ଓ ମୋଲ୍‌ବିଓ ଡାଏଗ୍ନୋଷ୍ଟିକ୍ସର ଆଇପିଓ ଆସିବ।

ଆହୁରି ପଢନ୍ତୁ: Deepak Dhar: ୨୦୨୬ ପାଇଁ ଡିରାକ୍‌ ମେଡାଲ ଜିତିଲେ ପ୍ରଫେସର ଦୀପକ ଧର୍‌

ଅଗଷ୍ଟ ୧୧ରେ ମିଲ୍‌କି ମିଷ୍ଟ ଡେରି ଫୁଡ୍‌ ଓ ଅଗଷ୍ଟ ୧୨ରେ ସିପ୍‌ରକେଟ୍ ଓ ବେହାରି ଲାଲ୍‌ ଇଞ୍ଜିନିୟରିଂ ନିଜର ଆଇପିିଓ ଆଣିବେ। ଏହି କମ୍ପାନିଗୁଡ଼ିକ ସଂଗ୍ରହ କରିବାକୁ ଥିବା ପାଣ୍ଠିକୁ ସମ୍ପ୍ରସାରଣ, ପୁଞ୍ଜି ବ୍ୟୟ, ଋଣ ପରିଶୋଧ ଓ ସାଧାରଣ କର୍ପୋରେଟ୍‌ କାର୍ଯ୍ୟରେ ବ୍ୟବହାର କରିବେ। ଆଗାମୀ ଦିନରେ ହରାଇଜନନ୍ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଓ ଶଙ୍କେଶ ଜୁଏଲର୍ସ ମଧ୍ୟ ନିଜର ଆଇପିଓ ଆଣିବାକୁ ଯୋଜନା ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media