IPL Founder Lalit Modi Announces British Citizenship: ବ୍ରିଟେନକୁ ନିଜ ଘର କହିଲେ ଲଳିତ ମୋଦି, ୧୬ ବର୍ଷ ପରେ ମିଳିଲା ବ୍ରିଟିଶ ନାଗରିକତା
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପ୍ରତିଷ୍ଠାତା ଲଳିତ ମୋଦି ଏବେ ବ୍ରିଟିଶ ନାଗରିକ ହୋଇଛନ୍ତି।
୨୦୨୬ ସେପ୍ଟେମ୍ବର ୧୫ ତାରିଖରେ ସେ ଆନୁଷ୍ଠାନିକ ଭାବେ ବ୍ରିଟେନର ନାଗରିକତା ଗ୍ରହଣ କରିଥିବା ଘୋଷଣା କରିଛନ୍ତି।
ଏହାକୁ ସେ ନିଜ ଜୀବନର ବ୍ୟକ୍ତିଗତ ଭାବେ ଗୁରୁତ୍ୱପୂର୍ଣ୍ଣ ଓ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।
Advertisment ଶନିବାର ଅକ୍ସଫୋର୍ଡ ୟୁନିଅନ୍ରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଲଳିତ ମୋଦି ଏହି ଘୋଷଣା କରିଥିଲେ।
ବ୍ରିଟିଶ ନାଗରିକତା ହାସଲ କରିବାର ଯାତ୍ରା ଏବଂ ବ୍ରିଟେନ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ବିଷୟରେ ସେ ନିଜ ଅନୁଭୂତି ବାଣ୍ଟିଥିଲେ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମୋଦି କହିଛନ୍ତି ଯେ, ସେପ୍ଟେମ୍ବର ୧୫ ତାରିଖରେ ପରିବାର ଓ ବନ୍ଧୁମାନଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ସମାରୋହରେ ସେ ବ୍ରିଟିଶ ନାଗରିକତା ଗ୍ରହଣ କରିଥିଲେ।
Advertisment ବ୍ରିଟେନ ଦୀର୍ଘବର୍ଷ ଧରି ତାଙ୍କର ଘର ହୋଇ ରହିଆସିଛି।
ଏଠାକାର ଲୋକ, ସଂସ୍ଥା, ପରମ୍ପରା ଏବଂ ମୂଲ୍ୟବୋଧ ପ୍ରତି ତାଙ୍କର ଗଭୀର ସମ୍ମାନ ଓ ଭଲପାଇବା ରହିଛି ବୋଲି ସେ ଲେଖିଛନ୍ତି।
ଲଳିତ ମୋଦି ଆହୁରି କହିଛନ୍ତି, ବ୍ରିଟିଶ ନାଗରିକ ହେବା ତାଙ୍କ ପାଇଁ ଏକ ସମ୍ମାନ ଏବଂ ଦାୟିତ୍ୱ।
ଏହାକୁ ସେ ଗର୍ବ, କୃତଜ୍ଞତା ଓ ନିଜର ବୋଲି ଅନୁଭବ କରିବାର ଭାବନା ସହ ଗ୍ରହଣ କରିଛନ୍ତି।
ଏବେ ସେ ଯେଉଁ ଦେଶକୁ ନିଜର ଘର ବୋଲି କହୁଛନ୍ତି, ସେହି ଦେଶ ପାଇଁ ସକରାତ୍ମକ ଅବଦାନ ରଖିବାକୁ ଆଗ୍ରହୀ।
ଏହି ବିଶେଷ ଅବସରରେ ପରିବାର, ବନ୍ଧୁ ଏବଂ ଅକ୍ସଫୋର୍ଡ ୟୁନିଅନ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।
ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ଜନ୍ମଦିନ ସହ ଏହି ଘୋଷଣାର ସମୟ ମିଶିଥିବାରୁ ଏହା ତାଙ୍କ ପାଇଁ ଆହୁରି ସ୍ୱତନ୍ତ୍ର ବୋଲି ସେ କହିଛନ୍ତି।
ନିଜ ପୋଷ୍ଟର ଶେଷରେ ସେ 'ଗଡ଼ ସେଭ ଦି କିଙ୍ଗ!' ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଇପିଏଲର ପ୍ରତିଷ୍ଠାତା ଲଳିତ ମୋଦି ୨୦୧୦ ମସିହାରେ ଭାରତ ଛାଡ଼ି ବ୍ରିଟେନ ଚାଲିଯାଇଥିଲେ।
ଆଇପିଏଲ ସହ ଜଡ଼ିତ ଆର୍ଥିକ ଅନିୟମିତତା ଅଭିଯୋଗରେ ତଦନ୍ତ ଆରମ୍ଭ ହେବା ପରେ ସେ ଭାରତ ଛାଡ଼ିଥିଲେ।
ସେବେଠାରୁ ସେ ବ୍ରିଟେନରେ ରହୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
