IPL 2027: ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ବ; ଦଳରେ ସାମିଲ ‌ହେଲେ ଅର୍ଶଦୀପ ସିଂହ

Nov 27, 2026 - 20:14
IPL 2027: ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ବ; ଦଳରେ ସାମିଲ ‌ହେଲେ ଅର୍ଶଦୀପ ସିଂହ

ମୁମ୍ବାଇ: ଆଇପିଏଲ୍‌ର ୨୦୨୭ ସଂସ୍କରଣ ପାଇଁ ପୁଣି ଥରେ ରୋହିତ ଶର୍ମା ଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ।

ହାର୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ଦଳ ଏହି ନିଷ୍ପତ୍ତି ନେଇଛି।

ଏହି ଖେଳାଳି ଅଦଳବଦଳରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି।

ଶୁକ୍ରବାର ଫ୍ରାଞ୍ଚାଇଜ୍ ପକ୍ଷରୁ ରୋହିତଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି।

ଆଇପିଏଲ୍‌ର ୨୦ତମ ସଂସ୍କରଣ ଏବଂ ଆଗାମୀ ଆହ୍ୱାନ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି।

ଦଳଗତ ପ୍ରଦର୍ଶନ ଓ ଏକାଠି ଖେଳି ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେବା ଉପରେ ଗୁରୁତ୍ୱ ରହିବ ବୋଲି ରୋହିତ କହିଛନ୍ତି।

Advertisment ଉଲ୍ଲେଖଯୋଗ୍ୟ, ୨୦୨୪ ସଂସ୍କରଣ ପୂର୍ବରୁ ରୋହିତଙ୍କ ସ୍ଥାନରେ ହାର୍ଦିକଙ୍କୁ ଅଧିନାୟକ କରାଯାଇଥିଲା।

ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ୍ ଟ୍ରଫି ଜିତିଥିଲା।

୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଦଳ ଚାମ୍ପିଅନ୍ ହୋଇଥିଲା।

ଏଥିସହ ଆଇପିଏଲ୍ ଇତିହାସରେ ସଫଳତମ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଥିଲେ ରୋହିତ।

ଅନ୍ୟପକ୍ଷରେ, ହାର୍ଦିକଙ୍କ ନେତୃତ୍ୱରେ ଗତ ତିନିଟି ଋତୁରେ ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ଏହି ତିନିଟି ସଂସ୍କରଣ ମଧ୍ୟରୁ ଦୁଇଟିରେ ଦଳ ପ୍ଲେଅଫ୍‌କୁ ଉନ୍ନୀତ ହୋଇପାରିନଥିଲା।

ଏବେ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ସହ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ନିଜର ପୂର୍ବ ଆଧିପତ୍ୟ ଫେରାଇବାକୁ ଲକ୍ଷ୍ୟ ରଖିଛି।

IND vs NZ: ୧୧ ବର୍ଷ ପରେ ବିରାଟ କୋହଲିଙ୍କୁ ଭୟଙ୍କର ଝଟକା, ରୋହିତ ଶର୍ମା ମଧ୍ୟ କଲେ ନିରାଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)