IPL 2027: ଆଇପିଏଲ୍‌ ୨୦୨୭ରୁ ଓହରିଲେ ବିସ୍ଫୋରକ ବ୍ୟାଟର ଟ୍ରାଭିସ୍‌ ହେଡ୍‌

Nov 17, 2026 - 16:43
IPL 2027: ଆଇପିଏଲ୍‌ ୨୦୨୭ରୁ ଓହରିଲେ ବିସ୍ଫୋରକ ବ୍ୟାଟର ଟ୍ରାଭିସ୍‌ ହେଡ୍‌

ହାଇଦ୍ରାବାଦ: ଆଇପିଏଲ୍‌ ୨୦୨୭ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଲୋକପ୍ରିୟ ଓପନିଂ ଯୋଡ଼ି ଟ୍ରାଭିସ୍‌ ହେଡ୍‌ ଓ ଅଭିଷେକ ଶର୍ମାଙ୍କୁ ଆଉ ଏକାଠି ଦେଖିବାକୁ ମିଳିବନି।

ବ୍ୟସ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ କାର୍ଯ୍ୟସୂଚୀ ଯୋଗୁଁ ଆଗାମୀ ଆଇପିଏଲ୍‌ରୁ ଓହରିବାକୁ ହେଡ୍‌ ନିଷ୍ପତ୍ତି ନେଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ କୁ ଜଣାଇଛନ୍ତି।

ଫଳରେ ଫ୍ରାଞ୍ଚାଇଜି ତାଙ୍କୁ ମୁକ୍ତ କରିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି।

Advertisment ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ହେଡ୍‌ଙ୍କ ଅନୁପସ୍ଥିତି ହାଇଦ୍ରାବାଦର ବ୍ୟାଟିଂକ୍ରମକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ତେବେ ଡିସେମ୍ବର ୧୬ରେ ଗୋଆରେ ହେବାକୁ ଥିବା ଖେଳାଳି ନିଲାମରେ ଏହି ଫ୍ରାଞ୍ଚାଇଜି ର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ।

୨୦୨୫ର ମେଗା ନିଲାମ ପୂର୍ବରୁ ହାଇଦ୍ରାବାଦ ହେଡ୍‌ଙ୍କୁ ୧୪ କୋଟି ଟଙ୍କାରେ ରଖିଥିଲା।

ତାଙ୍କୁ ଦଳରୁ ଛାଡ଼ିବା ନିଷ୍ପତ୍ତିକୁ ଆଇପିଏଲ୍‌ ଅନୁମୋଦନ କଲେ ଏହି ୧୪ କୋଟି ଟଙ୍କା ଦଳର ନିଲାମ ପାଣ୍ଠିରେ ଯୋଡ଼ି ହେବ।

ଏହି ଅର୍ଥ ବ୍ୟୟ କରି ହାଇଦ୍ରାବାଦ ହେଡ୍‌ଙ୍କ ବିକଳ୍ପ ଖୋଜିବ।

Lalit Modi: ମୁଁ ଭାରତ ଛାଡି ପଳାୟନ କରି ନାହିଁ, ମୋ ଜୀବନ ପ୍ରତି ବିପଦ ଥିବାରୁ ମୁଁ ଦେଶ ଛାଡିଥିଲି: ଲଳିତ ମୋଦୀଙ୍କ ସଫେଇ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)