IPL: ଚେନ୍ନାଇ ସୁପର କିଙ୍ଗସରୁ ବିଦାୟ ନେଲେ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ
"ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ଇତିହାସର ସବୁଠାରୁ ସଫଳ ଏବଂ ଦୀର୍ଘ ଦିନର ଏକ ଭାଗିଦାରୀର ଅନ୍ତ ଘଟିଛି।
ଚେନ୍ନାଇ ସୁପର କିଙ୍ଗସ (CSK) ର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ୧୮ ବର୍ଷ ପରେ ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଫ୍ରାଞ୍ଚାଇଜ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି।
Advertisment ଲଗାତାର ଖରାପ ପ୍ରଦର୍ଶନ ପରେ ନିଷ୍ପତ୍ତିସୂଚନାଯୋଗ୍ୟ ଯେ, ଚେନ୍ନାଇ ସୁପର କିଙ୍ଗସ ଶେଷ ଥର ପାଇଁ ୨୦୨୩ ମସିହାରେ ଆଇପିଏଲ୍ ଟ୍ରଫି ଜିତିଥିଲା।
କିନ୍ତୁ ଏହା ପରେ ୨୦୨୪, ୨୦୨୫ ଏବଂ ୨୦୨୬ ସିଜନରେ ଦଳ ପ୍ଲେ-ଅଫ୍ ପାଇଁ କ୍ୱାଲିଫାଏ କରିବାରେ ବିଫଳ ହୋଇଥିଲା।
ଏହି ଲଗାତାର ଖରାପ ପ୍ରଦର୍ଶନ କାରଣରୁ ଗତ କିଛି ଦିନ ହେବ ଫ୍ଲେମିଙ୍ଗଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଥିଲା।
ଶେଷରେ ସିଏସକେ ମ୍ୟାନେଜମେଣ୍ଟ ଓ ଫ୍ଲେମିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ସହମତି ପ୍ରକାଶ ପାଇଛି।
ଆହୁରି ପଢନ୍ତୁ:'Ladki Bahin' Scheme: ମହାରାଷ୍ଟ୍ରରେ "ଲାଡକି ବହିନ୍" ଯୋଜନାରୁ ବାଦ୍ ପଡ଼ିଲେ ୯୨ ଲକ୍ଷ ମହିଳା ୨୦୦୮ ରୁ ଆରମ୍ଭ ହୋଇଥିଲା ସଫଳ ଯାତ୍ରାନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ୨୦୦୮ ଆଇପିଏଲ୍ ପ୍ରଥମ ସିଜନରେ ଜଣେ ଖେଳାଳି ଭାବେ ଚେନ୍ନାଇ ସହିତ ଯୋଡ଼ି ହୋଇଥିଲେ।
ଏହା ପରେ ୨୦୦୯ ମସିହାରେ ସେ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ଗ୍ରହଣ କରିଥିଲେ।
ତାଙ୍କ କୋଚିଂ କାଳରେ ସିଏସକେ ୫ ଥର ଆଇପିଏଲ୍ ଟ୍ରଫି ଏବଂ ୨ ଥର ଚାମ୍ପିଅନ୍ସ ଲିଗ୍ ଟି-୨୦ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା।
ଦଳ ୧୨ ଥର ପ୍ଲେ-ଅଫ୍ ଏବଂ ୧୦ ଥର ଫାଇନାଲ୍ ଖେଳିବାର ଗୌରବ ଅର୍ଜନ କରିଥିଲା।
ଆହୁରି ପଢନ୍ତୁ:Vigilance raid ପୁଣି ଭିଜିଲାନ୍ସ ଜାଲରେ କୋଇଡ଼ାର ପୂର୍ବତନ ରେଞ୍ଜନର ପ୍ରସନ୍ନ କୁମାର ଫ୍ଲେମିଙ୍ଗଙ୍କ ବିଦାୟ ପରେ ସିଏସକେର ମାଲିକ ରୂପା ଗୁରୁନାଥ ଗଭୀର କୃତଜ୍ଞତା ଜଣାଇଛନ୍ତି।
ରୂପା ଗୁରୁନାଥ କହିଛନ୍ତି ଯେ, "ଫ୍ଲେମିଙ୍ଗ୍ ପ୍ରାୟ ଦୁଇ ଦଶନ୍ଧି ଧରି ଆମ କୋଚିଂ ୟୁନିଟ୍ର ହୃଦସ୍ପନ୍ଦନ ଥିଲେ।
ପଡ଼ିଆରେ ଆମର ସାଥ୍ ଶେଷ ହୋଇଥାଇପାରେ, କିନ୍ତୁ ସେ ସବୁବେଳେ ଆମର ଏକ ଅଂଶ ହୋଇ ରହିବେ।" ଆହୁରି ପଢନ୍ତୁ:Bankipur Bypoll: ବାଙ୍କିପୁର ଉପନିର୍ବାଚନ: ତେଜ ପ୍ରତାପ ଯାଦବଙ୍କ ଦଳକୁ ବଡ଼ ଝଟକା ଦଳରୁ ବିଦାୟ ନେବା ସମୟରେ ଫ୍ଲେମିଙ୍ଗ କହିଛନ୍ତି, "ଖେଳ ଦୁନିଆରେ ୧୮ ବର୍ଷ ଏକ ସମ୍ପୂର୍ଣ୍ଣ ଜୀବନ ସହ ସମାନ।
ଚେନ୍ନାଇ ସୁପର କିଙ୍ଗସ ସହ ବିତାଇଥିବା ସମୟ ମୋ କୋଚିଂ କ୍ୟାରିୟରର ସବୁଠାରୁ ବଡ଼ ସୌଭାଗ୍ୟଥିଲା।
ଆମେ ଅନେକ ସ୍ମରଣୀୟ ବିଜୟ ହାସଲ କରିଛୁ।
ସିଏସକେ ସବୁବେଳେ ମୋ ହୃଦୟର ନିକଟତର ହୋଇ ରହିବ।" "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।