IIT Madras: ଆଇଆଇଟି ମାଡ୍ରାସରୁ ଏକାସଙ୍ଗେ ସ୍ନାତକ ହାସଲ କଲେ ମା’-ପୁଅ

Jul 13, 2026 - 19:31
IIT Madras: ଆଇଆଇଟି ମାଡ୍ରାସରୁ ଏକାସଙ୍ଗେ ସ୍ନାତକ ହାସଲ କଲେ ମା’-ପୁଅ

"ନୂଆଦିଲ୍ଲୀ: ଏକ ବିରଳ ଘଟଣାକ୍ରମରେ ଜଣେ ମା" ଓ ପୁଅ ଆଇଆଇଟି ମାଡ୍ରାସରୁ ଏକସଙ୍ଗେ ଡିଗ୍ରି ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଏହି ମା" ଓ ପୁଅ ହେଉଛନ୍ତି ଜିଗୀଷା ଟେଲର (୪୫) ଓ ଆଦିତ୍ୟ କପାଡ଼ିଆ (୨୧)।

ନିକଟରେ ଆଇଆଇଟି ମାଡ୍ରାସ୍‌ କନ୍‌ଭୋକେସନ୍‌ରେ ଏହି ଅପ୍ରତ୍ୟାଶିତ ଦୃଶ୍ୟ ଦେଖିବାକୁ ମିଳିଛି ।

ଅନୁଷ୍ଠାନର ଅନ୍‌ଲାଇନ୍‌ ଡାଟା ସାଇନ୍ସ ପ୍ରୋଗ୍ରାମ୍ ଏକସଙ୍ଗେ ଶେଷ କରି ଉକ୍ତ ମା"-ପୁଅ ଗୋଟିଏ ଦିନରେ ଗୋଟିଏ ମଞ୍ଚରେ ଡିଗ୍ରି ହାସଲ କରିଛନ୍ତି।Advertisment ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ମା" ଓ ପୁଅ ଗୋଟିଏ କାର୍ଯ୍ୟକ୍ରମରେ ଡିଗ୍ରି କରୁଥିଲେ ମଧ୍ୟ ଏକାଠି ଗ୍ରାଜୁଏଟ୍‌ ହେବାର ଯୋଜନା ସେମାନଙ୍କର ନ ଥିଲା।

ସମାବର୍ତ୍ତନ ଉତ୍ସବରେ ଅନୁଷ୍ଠାନର ବିଭିନ୍ନ ଏକାଡେମିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରାଯାଏ।

ଏହି କାର୍ଯ୍ୟକ୍ରମରେ ଗ୍ରାଜୁଏଟ୍‌ମାନେ ଫ୍ୟାକଲ୍ଟି ମେମ୍ବର, ପରିବାର ସଦସ୍ୟ ଓ ଅତିଥିମାନଙ୍କ ଉପସ୍ଥିତିରେ ଡିଗ୍ରି ଗ୍ରହଣ କରିଥାନ୍ତି।

ଜିଗୀଷା ଓ ଆଦିତ୍ୟଙ୍କ ପାଇଁ ଏହି ଉତ୍ସବ ଅଧିକ ସ୍ମରଣୀୟ ହୋଇଛି।

ଏହା ମଧ୍ୟ ସେମାନଙ୍କ ପରିବାର ପାଇଁ ଏକ ବିରଳ ମୁହୂର୍ତ୍ତ।

ଜିଗୀଷା ଗୁଜରାଟର ଭରୁଚରେ ଏକ ଇଞ୍ଜିନିୟରିଂ କଲେଜରେ ୧୬ ବର୍ଷ ଧରି ଇଲେକ୍‌ଟ୍ରୋନିକ୍ସ ପାଠ ପଢ଼ାଉଥିଲେ।

ଉତ୍ତରପ୍ରଦେଶରେ ଟ୍ରକ୍‌ ଉପରକୁ ମାଡ଼ିଗଲା କାର୍‌, ୪ ଇଞ୍ଜିନିୟରଙ୍କ ମୃତ୍ୟୁ ୨୦୧୯ରେ ସେ ପରିବାରର ଦାୟିତ୍ବ ପାଇଁ ଚାକିରି ଛାଡ଼ି ଦେଇଥିଲେ।

ତେବେ ୩ ବର୍ଷ ପରେ ସେ ପୁଣିଥରେ ପାଠ ପଢ଼ିବା ଆରମ୍ଭ କଲେ।

କାରଣ ତାଙ୍କ ପୁଅ ତାଙ୍କୁ ଆଇଆଇଟି ମାଡ୍ରାସ ଅନ୍‌ଲାଇନ୍‌ ପ୍ରୋଗ୍ରାମ୍‌ ପାଇଁ ନାମ ଲେଖାଇବାକୁ ଉତ୍ସାହିତ କରିଥିଲେ।

ଆଦିତ୍ୟଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସେ ଆଇଆଇଟି ମାଡ୍ରାସ୍‌ରେ ଡାଟା ସାଇନ୍ସ ଆଣ୍ଡ ଆପ୍ଲି‌କେସନ୍ସ ପାଇଁ ନାମ ଲେଖାଇଥିଲେ।

ଜିଗୀଷା ପ୍ରଥମେ ତାଙ୍କ ପୁଅକୁ ଘରେ ପାଠ ପଢ଼ୁଥିବାର ଦେଖିଲେ।

ଆଦିତ୍ୟ ମଧ୍ୟ ମା"ଙ୍କୁ ନୂଆ ପାଠ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ।

ଜିଗୀଷା ଭୋର୍‌ ୪ଟା ୩୦ରେ ଉଠନ୍ତି ଓ ସକାଳ ୭ଟା ପର୍ଯ୍ୟନ୍ତ ପାଠ ପଢ଼ନ୍ତି।

ସକାଳ ୭ଟାରେ ସେ ଘରକାମ ଆରମ୍ଭ କରନ୍ତି।

ଅପରାହ୍ଣରେ ଘରକାମ ଶେଷ ହେବା ପରେ ସେ ପୁଣିଥରେ ପାଠ ପଢ଼ନ୍ତି।

ଅନେକ ସମ୍ପର୍କୀୟ ତାଙ୍କୁ ପଚାରନ୍ତି ଯେ ଏବେ ସେ କାହିଁକି ଆଉ ପାଠ ପଢ଼ୁଛନ୍ତି ଏବଂ ଚାକିରି କାହିଁକି ଚାହୁଛନ୍ତି।

ଜିଗୀଷା କହିଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚା‌ହେ ଯେ ମୁଁ କିଛି ଭିନ୍ନ କରିବାକୁ ଚାହୁଛି। ‌ତେବେ ତାଙ୍କର ଏହି ଯାତ୍ରାରେ ତାଙ୍କ ପରିବାର ସଦସ୍ୟଙ୍କ ସମର୍ଥନ ରହିଥିଲା।

ତାଙ୍କ ସ୍ବାମୀ ଜଣେ କଲେଜ ପ୍ରଫେସର ଏବଂ ଯେତେବଳେ ସେ ଚାପଗ୍ରସ୍ତ ହୋଇଯାଆନ୍ତି ତାଙ୍କ ସ୍ବାମୀ ତାଙ୍କୁ ସହଯୋଗ କରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।