Interstate Ganja Smuggling Attempt Busted: ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ, ଟ୍ରକ୍ ସହ ୩ ଅଭିଯୁକ୍ତ ଗିରଫ

Jul 10, 2026 - 12:10
Interstate Ganja Smuggling Attempt Busted: ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ, ଟ୍ରକ୍ ସହ ୩ ଅଭିଯୁକ୍ତ ଗିରଫ

ଗଞ୍ଜେଇ ସ୍ମଗ୍ଲିଂର ନୂଆ ଫଣ୍ଡା। ଟ୍ରକରେ ଆସୁଛି ଗଞ୍ଜେଇ, ଫୋନ୍ ପେ'ରେ ଯାଉଛି ଟଙ୍କା। କେହି କାହାକୁ ଚିହ୍ନି ନଥିଲେ ବି ସିଗ୍ନାଲରେ ହେଉଛି କାରବାର। ରାଜଧାନୀରେ ଚଢ଼ାଉ କରି ଟ୍ରକ୍ ଭର୍ତ୍ତି ବିପୁଳ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍। ଏହି ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ମାଡ଼ିବସିଛି ଅବକାରୀ ବିଭାଗ।

ସହିଦନଗର ଥାନା ଅଞ୍ଚଳରେ ଚଢ଼ାଉ କରି ସନ୍ଦିଗ୍ଧ ଟ୍ରକକୁ ଅଟକାଇଥିଲା ଅବକାରୀ ଟିମ୍। କନ୍ଧମାଳରୁ ଭୁବନେଶ୍ୱର ଆସୁଥିବା ଟ୍ରକ୍ ଭର୍ତ୍ତି ଗଞ୍ଜେଇ ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ। ଯାଞ୍ଚ ବେଳେ ଟ୍ରକ୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଘଟଣାସ୍ଥଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୭ କ୍ବିଣ୍ଟାଲ ଗଂଜେଇ ସହ ଏକ ଟ୍ରକକୁ ଧରିଛି ଅବକାରୀ ବିଭାଗ।

କନ୍ଧମାଳର ଗଞ୍ଜେଇ ଭୁବନେଶ୍ୱରକୁ ଆସିବା ପରେ ଟ୍ରେନ୍ ଯୋଗେ ବାହାର ରାଜ୍ୟକୁ ଚାଲାଣ ପାଇଁ ହୋଇଥିଲା ଯୋଜନା । ଅବକାରୀ ଟିମ୍ ଜବତ ଗଞ୍ଜେଇର ପରିମାଣ ଏବଂ ଚୋରା ଚାଲାଣ ପଛରେ ଥିବା ନେଟୱର୍କ ସମ୍ପର୍କରେ ତଦନ୍ତ ଜାରି ରଖିଛି।

ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ
ରାଜ୍ୟ ବାହାରକୁ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ
ଟ୍ରକ୍ ସହ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଅବକାରୀ ବିଭାଗ
କନ୍ଧମାଳରୁ ଆସୁଥିଲା ଟ୍ରକ୍ ଭର୍ତ୍ତି ଗଞ୍ଜେଇ; ଖୋଳତାଡ଼ କରୁଛି ଅବକାରୀ ବିଭାଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।