Mahanadi in Spate: ବଢୁଛି ମହାନଦୀ ଜଳସ୍ତର, ପୁଣି ଖୋଲାହେଲା ଗେଟ୍
ବଢୁଛି ମହାନଦୀ ଜଳସ୍ତର। ଗତକାଲି ହୀରାକୁଦ ଜଳ ଭଣ୍ଡାରରୁ ୧୦ଟି ଗେଟ ଦେଇ ପ୍ରଥମ ବନ୍ୟାଜଳ ଆସିବା ପରେ ଜଳସ୍ତର ବଢିଛି l ତେବେ ସୁବର୍ଣ୍ଣପୁରକୁ ଏହି ବନ୍ୟାଜଳ ପହଞ୍ଚିବାକୁ ୧୮ ଘଣ୍ଟା ସମୟ ଲାଗିଥାଏ l ଏଣୁ ଆଜି ସକାଳ ସାଢେ ୬ଟା ସମୟରେ ପ୍ରଥମେ ଛଡାଯାଇଥିବା ୪ଟି ଗେଟର ବନ୍ୟାଜଳ ସୋନପୁରରେ ପହଞ୍ଚିଛି l
ପରେ ଛଡାଯାଇଥିବା ଅନ୍ୟ ୬ଟି ଗେଟର ବନ୍ୟାଜଳ ସକାଳ ୧୦ଟା ପରେ ପହଞ୍ଚିବ l ତେବେ ଏହି ବନ୍ୟାଜଳ ସୋନପୁରକୁ ପହଞ୍ଚିଲା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି l ଏବେ ବନ୍ୟା ପରିସ୍ଥିତି ନାହିଁ l କିନ୍ତୁ ବନ୍ୟାପାଣିରେ ଯେମିତି ମତ୍ସ୍ୟଜୀବୀ ମାନଙ୍କର ଡ଼ଙ୍ଗା କିମ୍ବା ଜାଲ ଭାସି ନଯିବ ସେଥିପାଇଁ ସେମାନେ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଛିl
ହୀରାକୁଦ ଗେଟ୍ ଖୋଲିବା ପରେ ବଢୁଛି ମହାନଦୀ ଜଳସ୍ତର
ସକାଳ ସାଢେ ୬ଟାରେ ସୋନପୁରରେ ପହଞ୍ଚିଛି ବନ୍ୟାଜଳ
ଗତକାଲି ହୀରାକୁଦ ଜଳ ଭଣ୍ଡାରର ୧୦ଟି ଗେଟ୍ ଖୋଲିଛି
ମତ୍ସ୍ୟଜୀବୀଙ୍କ ଯେଭଳି ଡ଼ଙ୍ଗା ଓ ଜାଲ ଭାସିନଯିବ ସତର୍କତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।