Anti-Corruption Crackdown: ଜେଲ୍ ଗଲେ କୁବେର ରେଞ୍ଜର୍, ଆୟଠାରୁ ୩୭୨ ପ୍ରତିଶତ ଅଧିକ ସମ୍ପତ୍ତି ଠାବ

Jul 10, 2026 - 13:29
Anti-Corruption Crackdown: ଜେଲ୍ ଗଲେ କୁବେର ରେଞ୍ଜର୍, ଆୟଠାରୁ ୩୭୨ ପ୍ରତିଶତ ଅଧିକ ସମ୍ପତ୍ତି ଠାବ

ଭିଜିଲାନ୍ସ ଜାଲରେ କୁବେର ଫରେଷ୍ଟ ରେଞ୍ଜର। ଆୟ ବହିର୍ଭୃୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ପରେ ଜେଲ ଗଲେ ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ। ରବୀନ୍ଦ୍ରଙ୍କ ଆୟଠାରୁ ୩୭୨ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଗତ ୧ ବର୍ଷ ଧରି ଭିଜିଲାନ୍ସ ସ୍କାନରରେ ଥିଲେ। ଗତ ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟ ସହ ବାସଭବନରେ ରେଡ୍ ହୋଇଥିଲା।

କଟକର ମୁଣ୍ଡଳୀ ଓ ବାଙ୍କୀରୁ ଦୁଇଟି ବହୁତଳ ବିଶିଷ୍ଟ କୋଠା ଏବଂ ୬ଟି ଦାମିକିଆ ପ୍ଲଟ ଠାବ ହୋଇଛି। ଏଥିସହ ୨୮୩ ଗ୍ରାମ ସୁନା ଅଳଙ୍କାର, ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା, ୭୬ ଲକ୍ଷ ଟଙ୍କା ଜମାରାଶି, ଗୋଟିଏ ଦାମିକିଆ କାର୍ ଜବତ ହୋଇଛି। ୧୯୮୮ ମସିହାରେ ଫରେଷ୍ଟର ଭାବେ ଖୋର୍ଦ୍ଧା ଫରେଷ୍ଟ ଡିଭିଜନରେ ଚାକିରୀ ଆରମ୍ଭ କରିଥିଲେ। ଅବସରର ଦୁଇ ବର୍ଷ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜେଲ୍  ଗଲେ ରବୀନ୍ଦ୍ର।...

ଭିଜିଲାନ୍ସ ଜାଲରେ 'କୁବେର' ଫରେଷ୍ଟ ରେଞ୍ଜର
ଆୟଠାରୁ ୩୭୨% ଅଧିକ ସମ୍ପତ୍ତି ଠାବ
ଗିରଫ ପରେ ଜେଲ୍ ଗଲେ ରେଞ୍ଜର ରବୀନ୍ଦ୍ର ନାୟକ
ଘରୁ ମିଳିଲା କୋଠା, ପ୍ଲଟ, ସୁନା ଓ ୭୬ ଲକ୍ଷର ଜମାରାଶି
ଅବସରର ୨ ବର୍ଷ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜେଲ୍ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।