District Collector Orders Halt to Unauthorized Rath Yatra in Rajasthan: ରାଜସ୍ଥାନରେ ବନ୍ଦ ହେବ ଅଦିନିଆ ରଥଯାତ୍ରା, ବନ୍ଦ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ରାଜସ୍ଥାନ ସିକରରେ ବନ୍ଦ ହେବ ଅଦିନିଆ ରଥଯାତ୍ରା। ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲାପାଳ । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ସିକର ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ। ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଓ ଶ୍ରୀ ଖଟୁ ଶ୍ୟାମ ମଣ୍ଡଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଅସମୟ ରଥଯାତ୍ରା ରୋକିବାକୁ କୁହାଯାଇଛି।
ଆଜି ଅଦିନିଆ ରଥଯାତ୍ରା ପାଳନ ନେଇ ସାମାଜିକ ଗଣମାଧ୍ୟମ ଏବଂ ଖବରକାଗଜରେ ପ୍ରକାଶ ପାଇଥିଲା। ଏହାପରେ ରାଜସ୍ଥାନର ସିକର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ। ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଏହାପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସହ ଦୁଇଟି ସଂସ୍ଥାକୁ ଅସମୟରେ ରଥଯାତ୍ରା ନ କରିବାକୁ କୁହାଯାଇଛି। ଦନ୍ତାରାମଗଡ଼ ଉପଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେଇ ସୁନିଶ୍ଚତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜସ୍ଥାନ ସିକରରେ ବନ୍ଦ ହେବ ଅଦିନିଆ ରଥଯାତ୍ରା
ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲାପାଳ
ଶ୍ରୀ ଖଟୁ ଶ୍ୟାମ ମଣ୍ଡଳ ଓ ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନକୁ ନିର୍ଦ୍ଦେଶ
ଶ୍ରୀମନ୍ଦିର ପ୍ରଶାସନର ଚିଠି ପରେ ସିକର ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ
ଗତକାଲି ଅଦିନ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାପାଳ
ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଅନୁରୋଧ କରିଥିଲେ ଜିଲ୍ଲାପାଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।