Internet: ଷ୍ଟାରଲିଙ୍କ୍କୁ ଟକ୍କର ଦେବ ରିଲାଏନ୍ସ, ମହାକାଶକୁ ପଠାଇବ ୧୬୦୦ ଉପଗ୍ରହ
ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ୍କୁ ଟକ୍କର ଦେବା ପାଇଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମହାକାଶ ଇଣ୍ଟରନେଟ୍ କ୍ଷେତ୍ରରେ ବଡ଼ ଯୋଜନା କରୁଛି।
ଏଥିପାଇଁ କମ୍ପାନି ପ୍ରାୟ ୧,୬୦୦ଟି ଉପଗ୍ରହର ଏକ ନେଟୱର୍କ ଗଠନ କରିବ।
ଏହି ନେଟୱର୍କ ଜରିଆରେ ଦେଶର ବିଭିନ୍ନ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବାକୁ କମ୍ପାନି ଲକ୍ଷ୍ୟ ରଖିଛି।
Advertisment ରିଲାଏନ୍ସର ଏହି ଯୋଜନାରେ ଭାରତରେ ୨୦୩୫ ସୁଦ୍ଧା ଉପଗ୍ରହଗୁଡ଼ିକୁ ମହାକାଶରେ ସ୍ଥାପନ କରିବା ଲକ୍ଷ୍ୟ ରହିଛି।
ଏଥିପାଇଁ କମ୍ପାନି ଭାରତୀୟ ଉପଗ୍ରହ ନିର୍ମାତା, ଟେକ୍ନୋଲୋଜି ଷ୍ଟାର୍ଟଅପ୍ ଏବଂ ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା କରୁଛି।
ଆବଶ୍ୟକ ଭିତ୍ତିଭୂମି ନିର୍ମାଣରେ ମଧ୍ୟ ଅର୍ଥ ନିବେଶ କରିବାକୁ ରିଲାଏନ୍ସ ଯୋଜନା ରଖିଛି।
ପ୍ରଥମ ପର୍ଯ୍ୟାୟରେ ୨୦୨୭ ସେପ୍ଟେମ୍ବରରେ ଏକ ପରୀକ୍ଷାମୂଳକ ଉପଗ୍ରହ ଉତ୍କ୍ଷେପଣ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି।
୨୦୨୮ ଆରମ୍ଭରୁ ଅଧିକ ସଂଖ୍ୟକ ଉପଗ୍ରହ ମହାକାଶକୁ ପଠାଇବ।
ଏହି ପ୍ରକଳ୍ପ ପାଇଁ ଆମେରିକାରୁ ଅତି କମ୍ରେ ୪୦୦ଟି ଉପଗ୍ରହ କିଣିବା ସହ ଦେଶ ଭିତରେ ମଧ୍ୟ ଉପଗ୍ରହ ନିର୍ମାଣ କରିବାକୁ ରିଲାଏନ୍ସ ବିଚାର କରୁଛି।
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉପଯୋଗୀ ଏହି ଯୋଜନାରେ ଭାରତରେ ଦୁର୍ଗମ ଅଞ୍ଚଳ, ଗ୍ରାମାଞ୍ଚଳ ଏବଂ ଯେଉଁଠାରେ ମୋବାଇଲ୍ ଟାୱାର କିମ୍ବା ଅପ୍ଟିକାଲ୍ ଫାଇବର ବିଛାଇବା କଷ୍ଟକର, ସେଠାରେ ଇଣ୍ଟରନେଟ୍ ସେବା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ।
ଏହା ସହିତ ପ୍ରତିରକ୍ଷା, ବିମାନ ଚଳାଚଳ, ଜାହାଜ ଚଳାଚଳ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଏହି ନେଟୱର୍କ ଉପଯୋଗୀ ହୋଇପାରିବ।
ସହଜ ହେବ ନାହିଁ ପ୍ରତିଯୋଗିତା ତେବେ ଏହି ବୃହତ୍ ପ୍ରକଳ୍ପ ପାଇଁ ଉପଗ୍ରହ ନିର୍ମାଣ ସହ ଏହାକୁ ମହାକାଶକୁ ପଠାଇବା ଏକ ବଡ଼ ଆହ୍ୱାନ ହେବ।
ବର୍ତ୍ତମାନ ଭାରତରେ ବର୍ଷକୁ ୧୫ରୁ କମ୍ ଉପଗ୍ରହ ନିର୍ମାଣ ହେଉଥିବା ବେଳେ ରିଲାଏନ୍ସର ଯୋଜନା ପୂରଣ ପାଇଁ ବର୍ଷକୁ ପ୍ରାୟ ୨୦୦ଟି ଉପଗ୍ରହ ନିର୍ମାଣ କରିବାକୁ ପଡ଼ିବ।
ଏହା ସହିତ ଉପଯୁକ୍ତ ରକେଟ୍ ଓ ଉତ୍କ୍ଷେପଣ କ୍ଷମତା ବଢ଼ାଇବା ମଧ୍ୟ ଜରୁରି।
ଷ୍ଟାରଲିଙ୍କ୍ର ୧୦ ହଜାରରୁ ଅଧିକ ଉପଗ୍ରହ ଥିବାରୁ ଏହି କ୍ଷେତ୍ରରେ ରିଲାଏନ୍ସ ପାଇଁ ପ୍ରତିଯୋଗିତା ସହଜ ହେବ ନାହିଁ।
ଅସୁବିଧାରେ ପଡ଼ିଲେ iPhone ବ୍ୟବହାରକାରୀ; କାମ କରୁନି iCloud, App Store!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
