Andhra Fishermen Stranded: ଅଶାନ୍ତ ସମୁଦ୍ରରେ ଫସିଲେ ଆନ୍ଧ୍ର ମତ୍ସ୍ୟଜୀବୀ! ଆର୍ଯ୍ୟପଲ୍ଲୀ ଜେଟିରେ ନେଲେ ଆଶ୍ରୟ
ଅଶାନ୍ତ ସମୁଦ୍ର...
ଆନ୍ଧ୍ର ଟ୍ରଲରଙ୍କୁ ଆଶ୍ରୟ...
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରପ୍ରଦେଶର ୧୦ରୁ ଅଧିକ ମାଛଧରା ଟ୍ରଲର।
ସମୁଦ୍ର ଅଶାନ୍ତ ରହିଥିବାରୁ କାକିନାଡ଼ା ଅଞ୍ଚଳର ଏହି ଟ୍ରଲରଗୁଡ଼ିକ ନିଜ ଅଞ୍ଚଳକୁ ଫେରି ନପାରି ଆର୍ଯ୍ୟପଲ୍ଲୀରେ ଆଶ୍ରୟ ନେଇଛନ୍ତି।
ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଜେଟିକୁ ଅଣାଯାଇଛି।
ସାଗର ମିତ୍ରମାନେ ସେମାନଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରୁଛନ୍ତି।
Advertisment ଆଗକୁ ଆହୁରି କିଛି ଟ୍ରଲର ଆସିବାର ସମ୍ଭବନା ରହିଥିବାରୁ ଜେଟି ନିକଟରେ ସାଗର ମିତ୍ର ଓ ପୋଲିସ ମୁତୟନ ରହି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ବର୍ତ୍ତମାନ ସମୁଦ୍ର ଅଶାନ୍ତ ଥିବାରୁ ମାଛ ଧରିବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି।
...
ଅଶାନ୍ତ ସମୁଦ୍ର, ଆନ୍ଧ୍ର ଟ୍ରଲରଙ୍କୁ ଆଶ୍ରୟ ଆର୍ଯ୍ୟପଲ୍ଲୀ ଜେଟିରେ ଆନ୍ଧ୍ରର ୧୦ରୁ ଅଧିକ ଟ୍ରଲର ଆର୍ଯ୍ୟପଲ୍ଲୀରେ ଆଶ୍ରୟ ନେଲେ ଆନ୍ଧ୍ର ମତ୍ସ୍ୟଜୀବୀ ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଗଞ୍ଜାମ ପ୍ରଶାସନ କାକିନାଡ଼ାରୁ ଆସି ଆର୍ଯ୍ୟପଲ୍ଲୀରେ ଲାଗିଲା ୧୦ରୁ ଅଧିକ ଟ୍ରଲର Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
