19 AUGUST 2026

Welcome!

Unlock your personalized experience.
Sign Up
block-728

Internal DGP: ଦାୟିତ୍ବ ନେଲେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର: ‘ପାର୍ବଣରେ ଶାନ୍ତିଶୃଙ୍ଖଳା ସୁନିଶ୍ଚିତ କରାଯିବ’

Aug 17, 2026 - 04:12
Internal DGP: ଦାୟିତ୍ବ ନେଲେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର: ‘ପାର୍ବଣରେ ଶାନ୍ତିଶୃଙ୍ଖଳା ସୁନିଶ୍ଚିତ କରାଯିବ’

କଟକ: ଓଡ଼ିଶା ପୁଲିସର ଅନ୍ତରୀଣ ଡିଜି ଭାବେ ବିନୟତୋଷ ମିଶ୍ର ରବିବାର ଦାୟିତ୍ବ ଗ୍ରହଣ କରିଛନ୍ତି। ପୁଲିସ ଡିଜି ୱାଇବି ଖୁରାନିଆଙ୍କଠାରୁ ଶ୍ରୀ ମିଶ୍ର କଟକ ପୁଲିସ ମୁଖ୍ୟାଳୟରେ ଦାୟିତ୍ବଗ୍ରହଣ କରିଛନ୍ତି। ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ସେ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ଉପସ୍ଥିତ ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ବାଗତ କରିବା ସହିତ ‘ଗାର୍ଡ ଅଫ୍ ଅନର୍‌’ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଶ୍ରୀ ମିଶ୍ର କ୍ରାଇମବ୍ରାଞ୍ଚ ଡିଜି ଦାୟିତ୍ୱ ତୁଲାଉଥିବା ବେଳେ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ଏହି ଅବସରରେ ଗଣମାଧ୍ୟମକୁ ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ଗୁରୁ ଦାୟିତ୍ୱ ନିଷ୍ଠାର ସହିତ ସମ୍ପାଦନ କରିବା ସର୍ବୋଚ୍ଚ ପ୍ରାଥମିକତା ରହିବ। ରାଜ୍ୟରେ ନାରୀ ସୁରକ୍ଷା, ସଂଗଠିତ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଏବଂ ସାଇବର୍‌ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସର ପ୍ରାୟ ୬୦ ହଜାର ପୁଲିସ କର୍ମଚାରୀ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ସମସ୍ତ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ସୁନିଶ୍ଚିତ କରାଯିବ। ସାଧାରଣ ଲୋକେ ଯେପରି ନିର୍ଭୟ ଓ ଆନନ୍ଦର ସହିତ ପର୍ବପର୍ବାଣି ପାଳନ କରିପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଓଡ୍ରାଫ୍ ଓ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହିତ ଧନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ଶ୍ରୀ ମିଶ୍ର ଏହି ଅବସରରେ ଆହ୍ୱାନ ଦେଇଥିଲେ। 

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ଶ୍ରୀ ମିଶ୍ର ବିହାର ରାଜ୍ୟର ମୂଳବାସିନ୍ଦା ଅଟନ୍ତି। ଚାକିରି କାଳ ମଧ୍ୟରେ ସେ ବାଲେଶ୍ୱର, ତାଳଚେର, କଟକ, ବ୍ରହ୍ମପୁର, ଯାଜପୁର, କ୍ରାଇମବ୍ରାଞ୍ଚ ଇତ୍ୟାଦି ବିଭିନ୍ନ ସ୍ଥାନରେ ଏସ୍‌ଡିପିଓ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେ ଡିଆଇଜି ଭାବେ ଅତିରିକ୍ତ ପରିବହନ କମିସନର୍‌ (ଏନ୍‌ଫୋର୍ସମେଣ୍ଟ, କଟକ), ଅଗ୍ନିଶମ ସେବା ଏବଂ ଗୃହରକ୍ଷୀ, ଗୁଇନ୍ଦା (ଓଡ଼ିଶା, କଟକ) ଏବଂ ସିଆଇଏସ୍‌ଏଫ୍‌ (ବୋକାରୋ)ରେ କାର୍ଯ୍ୟ କରିଥିଲେ। ସେହିପରି ଆଇଜି ଭାବେ ସିଆଇଏସ୍‌ଏଫ୍‌ (ମୁଖ୍ୟାଳୟ, ଚେନ୍ନାଇ), ଆଇଜି (ରେଳବାଇ, ଓଡ଼ିଶା, କଟକ) ଏବଂ ଆଇଜି (ପୂର୍ବାଞ୍ଚଳ, ବାଲେଶ୍ୱର) ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ), ନିର୍ଦ୍ଦେଶକ (ଷ୍ଟେଟ୍‌ କ୍ରାଇମ ରେକର୍ଡ ବ୍ୟୁରୋ) ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ)ରେ ସଫଳତାର ସହ କାର୍ଯ୍ୟ କରିଥିଲେ। ପରେ ୨୦୨୫ ଜାନୁଆରି ୧ ତାରିଖରୁ ସେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଭାବେ କାର୍ଯ୍ୟରତ ଅଛନ୍ତି।

Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media