Infant Body Found in Well: ମାଆର ମମତାରେ ଲାଗିଲା କଳଙ୍କ!୧୦ ମାସର କଅଁଳ ଶିଶୁକୁ କୂଅରେ ଫିଙ୍ଗି ହତ୍ୟା
୧୦ ମାସର କଅଁଳ ଛୁଆକୁ ମାରିଦେଲା ମାଆ।
ଜୀବନ ନେଇ କୂଅ ଭିତରେ ଫିଙ୍ଗିଦେଲା।
ପ୍ରେମ ସମ୍ପର୍କରୁ ଜନ୍ମ, ଲୋକଲଜ୍ଜାରୁ ହତ୍ୟା।
ସମ୍ବଲପୁରରେ ୧୦ ମାସର ଶିଶୁପୁତ୍ର ହତ୍ୟା ଘଟଣାରେ ଆସିଛି ସାଂଘାତିକ ମୋଡ଼ ।
ଯେଉଁ ଶିଶୁକୁ ଜନ୍ମ ଦେଇଥିଲା ମାଆ, ଶେଷରେ ସେହି ମାଆ ହିଁ ତା'ର ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।
ନିଜ ଜନ୍ମକଲା ଛୁଆକୁ କୁଅରେ ଫିଙ୍ଗି ଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ମହିଳା ।
ପ୍ରେମ ସମ୍ପର୍କରୁ ଜନ୍ମିତ ସନ୍ତାନକୁ ନେଇ ସାମାଜିକ ନିନ୍ଦା, ଅପବାଦ ଓ ଲୋକଲଜ୍ଜାର ଭୟ ହିଁ ଏଭଳି ଚରମ ପଦକ୍ଷେପ ପଛର କାରଣ ବୋଲି ପଚରାଉଚରାରୁ ଜଣାପଡ଼ିଛି ।
ଘଟଣାରେ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ।
Advertisment ସୂଚନା ଅନୁସାରେ, ମହିଳା ଜଣକ ଅନ୍ୟ ଜାତିର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ।
ବିବାହର ପ୍ରତିଶ୍ରୁତି ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହୋଇଥିଲା ।
ଏହାପରେ ମହିଳା ଗର୍ଭବତୀ ହେବା ସହ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।
ହେଲେ ଯୁବକ ଜଣକ ବିବାହ କରିନଥିଲେ ।
ଫଳରେ ମହିଳା ନିଜ ମାମୁଁ ଘରେ ରହୁଥିବା ବେଳେ ବାରମ୍ବାର ସାମାଜିକ ନିନ୍ଦା ଓ ଅପବାଦର ସାମ୍ନା କରୁଥିଲେ ।
ଏହି ମାନସିକ ଚାପରେ ନିଜ ୧୦ ମାସର ଶିଶୁକୁ କୁଅରେ ପକାଇ ଦେଇଥିବା ପୋଲିସ ଆଗରେ କହିଛନ୍ତି ମହିଳା ।
ଗତକାଲି ଯୁଯୁମୁରା ଅଞ୍ଚଳର ଏକ କୁଅରୁ ଭାସୁଥିବା ଅବସ୍ଥାରେ ୧୦ ମାସର ଶିଶୁପୁତ୍ରର ମୃତଦେହ ମିଳିଥିଲା ।
ଖବର ପାଇ ଦମକଳ ବାହିନୀ ପହଞ୍ଚି କୁଅରୁ ମୃତଦେହ ଉଦ୍ଧାର କରିଥିଲା।
ଏହାପରେ ଶିଶୁର ମାଆ ନିଜେ ଯୁଯୁମୁରା ଥାନାରେ ଅଭିଯୋଗ କରିଥିଲେ, ହେଲେ ପୋଲିସ ତଦନ୍ତରେ ଖୋଲିଥିଲା ମାଆଙ୍କ କଳା କାରନାମା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
