Industrial Development ଖୋର୍ଦ୍ଧାର କାଳିବେଟି ଓ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ ସମୀକ୍ଷା

Aug 30, 2026 - 22:41
Industrial Development ଖୋର୍ଦ୍ଧାର କାଳିବେଟି ଓ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ ସମୀକ୍ଷା

"ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଉଷା ପାଢ଼ୀ ଆଜି (ରବିବାର) ଖୋର୍ଦ୍ଧା ଜିଲ୍ଲାର କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ପରିଦର୍ଶନ କରି ଭିତ୍ତିଭୂମି ବିକାଶର ଅଗ୍ରଗତି ଏବଂ ଶିଳ୍ପାଞ୍ଚଳଗୁଡ଼ିକର କାର୍ଯ୍ୟକ୍ଷମତା ସମ୍ପର୍କରେ ଏକ ବିସ୍ତୃତ ସମୀକ୍ଷା କରିଛନ୍ତି ।Advertisment Industry: ଭବ୍ୟ ଯୋଜନାରେ ହେବ ଶହେ ଶିଳ୍ପ ପାର୍କ ଏହି ପରିଦର୍ଶନ ସମୟରେ ମୁଖ୍ୟ ମହାପ୍ରବନ୍ଧକ (ଜମି) ସରୋଜ ସାହୁ, ସମ୍ପୃକ୍ତ ଜମି ଅଧିକାରୀ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ସେ ଉଭୟ ସ୍ଥାନର ମାଷ୍ଟର ପ୍ଲାନିଂ, ଶିଳ୍ପ ପ୍ଲଟ ଆବଣ୍ଟନ, ଜମି ବିକାଶ ତଥା ଚାଲୁ ରହିଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଥିଲେ।

କ୍ଷେତ୍ରସ୍ତରୀୟ ଅଗ୍ରଗତିର ସମୀକ୍ଷା କରି ଶ୍ରୀମତୀ ପାଢ଼ୀ ଅଧିକାରୀମାନଙ୍କୁ ସଠିକ୍ ଯୋଜନା, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ନିୟମିତ କ୍ଷେତ୍ରସ୍ତରୀୟ ତଦାରଖ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶିଳ୍ପ ବିକାଶକୁ ପରିବେଶ ଅନୁକୂଳ ତଥା ସ୍ଥାୟୀ କରିବା ଉପରେ ଗୁରୁତ୍ୱାରୋପ କରି ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଥିଲେ ଯେ ଶିଳ୍ପାଞ୍ଚଳର ମୁଖ୍ୟ ଭିତ୍ତିଭୂମି ଯୋଜନାରେ ବର୍ଷାଜଳ ସଂରକ୍ଷଣ ଏବଂ ଜଳ ପୁନଃବ୍ୟବହାର ବ୍ୟବସ୍ଥାକୁ ସାମିଲ କରାଯିବା ଉଚିତ।

ସେ ଦର୍ଶାଇଥିଲେ ଯେ ଦକ୍ଷ ଜଳ ପରିଚାଳନା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ନୂତନ ଶିଳ୍ପାଞ୍ଚଳ ବିକାଶର ଏକ ପ୍ରମୁଖ ଅଙ୍ଗ ହେବା ଉଚିତ ।

Industry: ବେଲଗୁଣ୍ଠାରେ ୩୦୦ ବର୍ଷର ଶିଳ୍ପ: ଜିଆଇ ଟ୍ୟାଗ୍ ଅପେକ୍ଷାରେ "ପିତଳ ମାଛ" ଏହି ସମୀକ୍ଷାରେ ଶ୍ରମିକମାନଙ୍କ ଯାତାୟାତ ସୁବିଧା, ବିଶେଷ କରି ମହିଳା ଶ୍ରମିକମାନଙ୍କ ଦୈନନ୍ଦିନ ଯାତ୍ରା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା ।

କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳକୁ “ଆମ ବସ୍” ସେବା ସମ୍ପ୍ରସାରଣ ପାଇଁ ଶ୍ରୀମତୀ ପାଢ଼ୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)