Indo-Bangla border: ଭାରତ-ବାଂଲା ସୀମାରେ ସନ୍ଦିଗ୍ଧ ପାକିସ୍ତାନୀକୁ ଧରିଲା ବେଙ୍ଗଲ ଏସ୍ଟିଏଫ୍
"କୋଲକାତା: ଭାରତ-ବାଂଲାଦେଶ ସୀମା ନିକଟରୁ ଜଣେ ସନ୍ଦିଗ୍ଧ ପାକିସ୍ତାନୀନାଗରିକ ସମେତ ୨ ଜଣଙ୍କୁ ପଶ୍ଚିମବଙ୍ଗ ପୁଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍ଟିଏଫ୍) ବୁଧବାର ଧରିଛି।
ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନର ଫୈସଲାବାଦର ବାସିନ୍ଦା ରାଣା ରୌଫ୍ ଓରଫ୍ ୱାହାବ ଆଲମ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବନଗାଁ ଅଞ୍ଚଳରୁ ଧରାଯାଇଛି।
ଅନ୍ୟ ଜଣକୁ ମଙ୍ଗଳବାର ବିଳମ୍ବିତ ରାତିରେ କୋଲକାତାର ଟପ୍ସିଆ ଅଞ୍ଚଳରୁ ଧରାଯାଇଥିବା ଜଣାପଡ଼ିଛି।Advertisment ଆହୁରି ପଢନ୍ତୁ :Gutkha Ban: କର୍ଣ୍ଣାଟକରେ ତମାଖୁ ଓ ନିକୋଟିନ୍ ସାମଗ୍ରୀ ବିକ୍ରି ଓ ବିତରଣ ଉପରେ ବର୍ଷକ ପାଇଁ କଟକଣା ଏସ୍ଟିଏଫ୍ ଅଧିକାରୀଙ୍କ କହିବା ଅନୁସାରେ, ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ବନଗାଁ ଅଞ୍ଚଳରେ ତଲାସି କରାଯାଇ ରୌଫ୍କୁ ଧରାଯାଇଥିଲା।
ତା"ର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କ ଥିବା ନେଇ ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି।
ଭାରତରେ ତା"ର ଗତିବିଧି, ଯୋଗାଯୋଗ ଓ ଅନ୍ୟ କାର୍ଯ୍ୟକଳାପର ଯାଞ୍ଚ କରାଯାଉଛି।
ତଦନ୍ତକାରୀଙ୍କ ଅନୁସାରେ, ରୌଫ୍ ୨୦୧୨ରେ ନେପାଳ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା।
ଭାରତ ଆସିବା ପୂର୍ବରୁ ସେ କିଛି ସମୟ ନେପାଳରେ ରହିଥିଲା।
ପରେ ପଶ୍ଚିମବଙ୍ଗରେ ରହିବା ଆରମ୍ଭ କରିଥିବା ଜଣେ ଅଧିକାରୀ କହିଛନ୍ତି।
ଆହୁରି ପଢନ୍ତୁ :Climate panchayat: ପରିବେଶ ସୁରକ୍ଷା ବିନା ସାମଗ୍ରିକ ବିକାଶ ସମ୍ଭବ ନୁହେଁ: ହିମାଂଶୁ ରୌଫ୍ ଦେଶର ବିଭିନ୍ନ ଟ୍ରେନ୍ ଓ ସଶସ୍ତ୍ର ବାହିନୀର ଗତିବିଧି ଉପରେ ନଜର ରଖୁଥିବା ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି।
ସେ କେଉଁ ପ୍ରକାରର ସୂଚନା ସଂଗ୍ରହ କରୁଥିଲା ଏବଂ ସେହି ସୂଚନା ଦେଶ ବାହାରେ କାହାକୁ ପଠାଯାଉଥିଲା କି ନାହିଁ, ତାହା ଯାଞ୍ଚ ଚାଲିଛି।
ଟପ୍ସିଆରୁ ଧରାଯାଇଥିବା ଦ୍ବିତୀୟ ବ୍ୟକ୍ତିର ପରିଚୟ ଏଯାଏଁ ପ୍ରକାଶ କରାଯାଇନାହିଁ।
ତା"ର ରୌଫ୍ ସହ ସିଧାସଳଖ ଯୋଗାଯୋଗ ଥିବା ଏବଂ ସେ ବିଭିନ୍ନ ଉପାୟରେ ରୌଫ୍କୁ ସହାୟତା କରୁଥିବା ଅଭିଯୋଗ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
