India's first full-flow rocket engine: ଭାରତର ପ୍ରଥମ ଫୁଲ୍‌-ଫ୍ଲୋ ରକେଟ୍‌ ଇଞ୍ଜିନ୍‌

Aug 13, 2026 - 07:38
India's first full-flow rocket engine: ଭାରତର ପ୍ରଥମ ଫୁଲ୍‌-ଫ୍ଲୋ ରକେଟ୍‌ ଇଞ୍ଜିନ୍‌

"ବେଙ୍ଗାଲୁରୁସ୍ଥିତ ଭାରତର ଅନ୍ୟତମ ଘରୋଇ ଷ୍ଟାର୍ଟଅପ୍‌ ଆଷ୍ଟ୍ରୋବେସ୍‌ ଟେକ୍ନୋଲୋଜି ଏକ ପୂର୍ଣ୍ଣାଙ୍ଗ ଫୁଲ୍‌-ଫ୍ଲୋ ଷ୍ଟେଜ୍‌ଡ ଦହନୀୟ ରକେଟ୍‌ ଇଞ୍ଜିନ୍‌ର ଉନ୍ମୋଚନ କରିଛି।

ଏହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ।

ଏଭରେଷ୍ଟ୍‌ ନାମକ ଏହି ୮୦ ଟନ୍‌-କ୍ଲାସ୍‌ ଇଞ୍ଜିନ୍‌ ତରଳ ଅମ୍ଳଜାନ ଓ ତରଳ ମିଥେନ୍‌ ବଳରେ ଚାଲିବ।

ଏହି ମିଶ୍ରଣକୁ ମେଥାଲକ୍‌ସ କୁହାଯାଏ।

ବାୟୁ ନଥିବା ମହାଶୂନ୍ୟରେ ଏହି ଇଞ୍ଜିନ୍‌ ପ୍ରାୟ ୮୦୦ କିଲୋନିଉଟନ୍‌ ଥ୍ରଷ୍ଟ୍‌ ବା ଧକ୍କା ଉତ୍ପାଦନ କରିପାରିବ।

ଅର୍ଥାତ୍‌ ଏହି ରକେଟ୍‌ ଇଞ୍ଜିନ୍‌ ୮୦ ଟନ୍‌ ଓଜନିଆ ଜିନିଷ ଉଠାଇ ପାରିବ।Advertisment Uttarakhand: ୧.୫ ଲକ୍ଷ ଟଙ୍କା ଯୋଗାଡ଼ ନ ହେବାରୁ ରୋମାନିଆ ଯାଇପାରି ନ ଥିଲେ ଛାତ୍ରୀ, ଧାମୀଙ୍କ ସାମ୍ନାରେ ଭାବପ୍ରବଣ ହୋଇ କହିଲେ ଏହି ଇଞ୍ଜିନ୍‌ଟିର ବିଶେଷତ୍ବ ହେଲା, ଏହାର ଫୁଲ୍‌-ଫ୍ଲୋ ଷ୍ଟେଜ୍‌ଡ ଦହନ ଡିଜାଇନ୍‌।

ଏହି ଧରଣର ଡିଜାଇନ୍‌ ଅତି ଉନ୍ନତ ସ୍ପେସ୍‌ଏକ୍ସ୍‌ର ଷ୍ଟାର୍‌ସିପ୍‌ ଇଞ୍ଜିନ୍‌ରେ ବ୍ୟବହୃତ ହେଉଛି।

ଆଗକାଳିଆ ରକେଟ୍‌ ଇଞ୍ଜିନ୍‌ରେ ଦହନ ସମୟରେ ଉତ୍ପନ୍ନ ହେଉଥିବା ଉତ୍ତପ୍ତ ବାଷ୍ପରୁ କିଛି ଟର୍ବୋପମ୍ପ୍‌ ଶକ୍ତି ରୂପେ ବ୍ୟବହୃତ ହୁଏ।

ଏହି ଟର୍ବୋପମ୍ପ୍‌ ଇନ୍ଧନ ଓ ଅକ୍ସିଡାଇଜର୍‌କୁ ମୁଖ୍ୟ ଦହନ କୋଠରି ମଧ୍ୟକୁ ଉଠାଇଥାଏ।

କିନ୍ତୁ ଫୁଲ୍‌-ଫ୍ଲୋ ଇଞ୍ଜିନ୍‌ ତା"ଠାରୁ ଉନ୍ନତ।

ଏଥିରେ ପ୍ରଥମେ ଇନ୍ଧନ ଓ ଅମ୍ଳଜାନ ଦୁଇଟି ପୃଥକ୍‌ ପ୍ରି-ବର୍ଣ୍ଣର୍‌ରେ ଅାଂଶିକ ପୋଡ଼ି ଉତ୍ତପ୍ତ ବାଷ୍ପ ଉତ୍ପାଦନ କରେ।

ଉଭୟ ମୁଖ୍ୟ ଦହନ ପ୍ରକୋଷ୍ଠ ମଧ୍ୟକୁ ଯିବା ଆଗରୁ ଏହି ଉତ୍ତପ୍ତ ବାଷ୍ପ ନିଜ ନିଜ ପମ୍ପ୍‌ଗୁଡ଼ିକୁ ଉପରକୁ ଚଳାଇ ନିଅନ୍ତି।

ଏଥିଯୋଗୁଁ ଇଞ୍ଜିନ୍‌ ଅତି ଉଚ୍ଚ ଚାପରେ ଦକ୍ଷତାର ସହିତ କାର୍ଯ୍ୟକ୍ଷମ ହେବା ସହ କେତେକ ଯନ୍ତ୍ରାଂଶ ଉପରୁ ଚାପ ହ୍ରାସ କରିଥାଏ।

Congress: ୫ ରାଜ୍ୟ ନିର୍ବାଚନରେ ୨୪୮.୬ ‌ କୋଟି ଖର୍ଚ୍ଚ କରିଛି କଂଗ୍ରେସ ଇତିମଧ୍ୟରେ ଆଷ୍ଟ୍ରୋବେସ୍‌ ଏହି ଟେକ୍‌ନୋଲୋଜିର ଛୋଟ ସଂସ୍କରଣ ପରୀକ୍ଷା କରିସାରିଛି।

୨୦୨୫ ସେପ୍‌ଟେମ୍ବର୍‌ରେ ସଫଳତାର ସହିତ ଏହାର ଉତ୍‌କ୍ଷେପଣ କରାଯାଇଥିଲା।

ସେହିପରି ଚଳିତ ବର୍ଷ ପ୍ରାରମ୍ଭରେ ହାଇସ୍ପିଡ୍‌ ପ୍ରୋପେଲାଣ୍ଟ୍‌ ପମ୍ପ୍‌ ପରୀକ୍ଷଣ ହୋଇଥିଲା।

ଆଗାମୀ କିଛି ମାସ ମଧ୍ୟରେ ଅାନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନିରେ ଏଭରେଷ୍ଟ୍‌ ପରୀକ୍ଷା ନିମନ୍ତେ ଆଷ୍ଟ୍ରୋବେସ୍‌ ଯୋଜନା କରୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media