Indians: ସାଉଦି ଆରବରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ପରାମର୍ଶ ଜାରି କଲା ଭାରତୀୟ ଦୂତାବାସ

Oct 18, 2026 - 15:00
Indians: ସାଉଦି ଆରବରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ପରାମର୍ଶ ଜାରି କଲା ଭାରତୀୟ ଦୂତାବାସ

"ରିୟାଦ: ୟେମେନର ହୁତି ବିଦ୍ରୋହୀଙ୍କ ଆକ୍ରମଣ ଜୋରଦାର ହେବା ମଧ୍ୟରେ ସାଉଦି ଆରବରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ପରାମର୍ଶ ଜାରି କରାଯାଇଛି।

ରିୟାଦରେ ଥିବା ଭାରତୀୟ ଦୂତାବାସ ସାଉଦି ଆରବରେ ରହୁଥିବା ଭାରତୀୟମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ସତର୍କତାର ନୂତନ ନିର୍ଦ୍ଦେଶାବଳୀ ପାଳନ କରିବାକୁ କହିଛି।

ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ପରେ ସେଠାରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି।

Advertisment ଏହା ସହିତ ଦୂତାବାସ ସାଉଦି ନାଗରିକ ପ୍ରତିରକ୍ଷା ବିଭାଗ(ଡିସିଡି)ର ଜରୁରୀକାଳୀନ ନିର୍ଦ୍ଦେଶାବଳୀ ସେୟାର କରିଛି।

ସାଉଦି ଡିସିଡି ନିର୍ଦ୍ଦେଶାବଳୀରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଜାତୀୟ ସତର୍କତା ପ୍ଲାଟଫର୍ମ ମାଧ୍ୟମରେ ପ୍ରାପ୍ତ ସତର୍କତାକୁ ଅନୁସରଣ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଯଦି ସେମାନେ କୌଣସି ସତର୍କତା ପାଆନ୍ତି ତେବେ ଭୟଭୀତ ନହୋଇ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରି ତୁରନ୍ତ ନିକଟସ୍ଥ କୋଠାର ଏକ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

ସୁରକ୍ଷା ଚିନ୍ତା ବୃଦ୍ଧି ନିର୍ଦ୍ଦେଶାବଳୀ ଅନୁଯାୟୀ, ବିପଦ ଦୂର ନହେବା ପର୍ଯ୍ୟନ୍ତ ଲୋକମାନେ କୋଠା ଭିତରେ ଥିବା ଝରକାଠାରୁ ଦୂରରେ ଏକ କୋଠରୀରେ ଆଶ୍ରୟ ନେବା ଉଚିତ୍।

ପରିସ୍ଥିତି ସୁରକ୍ଷିତ ନହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ସେମାନଙ୍କ ଘର କିମ୍ବା କୋଠା ଛାଡି ନଯିବାକୁ ପରାମର୍ଶ ଦିଆଯାଇଛି।

ଏଥିରେ କୁହାଯାଇଛି ଯେ, ଯେଉଁମାନେ ବାହାରେ ରହିଥିବେ ସେମାନେ ନିକଟବର୍ତ୍ତୀ କୋଠା ଭିତରକୁ ଯିବା ଉଚିତ୍ ସୁରକ୍ଷିତ ସ୍ଥଳରେ ଆଶ୍ରୟ ନେବା ଉଚିତ୍।

ଗାଡ଼ି ଚଲାଇବା ସମୟରେ ଯଦି ସତର୍ ସୂଚନା ମିଳେ ତେବେ ତୁରନ୍ତ ରାସ୍ତା କଡ଼ରେ ଗାଡ଼ିକୁ ଅଟକାଇବାକୁ କୁହାଯାଇଛି।

କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଦାବି ଏହା ସହିତ ପୋଲ କିମ୍ବା ଉଚ୍ଚ କୋଠାଠାରୁ ଦୂରରେ ରହିବାକୁ କୁହାଯାଇଛି।

କ୍ଷେପଣାସ୍ତ୍ର ପ୍ରତିରୋଧ ଏବଂ କ୍ଷେପଣାସ୍ତ୍ର ଅବତରଣ ସ୍ଥାନର ଫଟୋଗ୍ରାଫ୍ ନେବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶାବଳୀରେ ଲୋକଙ୍କୁ ଅନୁରୋଧ କରାଯାଇ କୁହାଯାଇଛି ଯେ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ର ଫଟୋଗ୍ରାଫ୍ ଉଠାଇବା, ପ୍ରକାଶନ କରିବା କିମ୍ବା ସେୟାର କରିବା ଦ୍ୱାରା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)