Indian-sized clothes: ଆସିବ ଭାରତୀୟ ମାପର ପୋଷାକ!

Aug 03, 2026 - 06:35
Indian-sized clothes: ଆସିବ ଭାରତୀୟ ମାପର ପୋଷାକ!

"ନୂଆଦିଲ୍ଲୀ: ଭାରତରେ ପାଶ୍ଚାତ୍ୟ ମାପ ମାନଦଣ୍ଡ ଅନୁସାରେ ବିକ୍ରି ହେଉଥିବା ରେଡିମେଡ୍‌ ପୋଷାକ ପରିବର୍ତ୍ତେ ଭାରତୀୟ ମାପର ପୋଷାକ ଆଗାମୀ ଦିନରେ ବିକ୍ରି ହେବ।

ବୟନଶିଳ୍ପ ମନ୍ତ୍ରଣାଳୟ ଏ ଦିଗରେ କାର୍ଯ୍ୟ କରୁଛି।

ନୂଆ ଯୋଜନାକୁ କାର୍ଯ୍ୟକାରୀ କରାଗଲେ ଗୋଟିଏ ନିର୍ଦ୍ଦିଷ୍ଟ ସାଇଜ୍‌ର ପୋଷାକକୁ ନେଇ ବିଭିନ୍ନ ବ୍ରାଣ୍ଡ୍‌ ମଧ୍ୟରେ ରହୁଥିବା ଅସଙ୍ଗତି ଦୂର ହେବ।

ଭାରତୀୟ ଲୋକଙ୍କ ଶରୀର ଅନୁଯାୟୀ ନୂଆ ସାଇଜ୍‌ଗୁଡ଼ିକ ନିର୍ଦ୍ଧାରଣ ହେବ।

ଏଥିଯୋଗୁ ଗ୍ରାହକଙ୍କ ପାଇଁ ପୋଷାକ କିଣାକିଣି ସହଜ ହେବ।

ବିଶେଷକରି ଅନଲାଇନ୍‌ ସପିଂ ବେଳେ ପୋଷାକ ଫେରାଇବା ସଂଖ୍ୟା ହ୍ରାସ ପାଇବ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଦେଶରେ ସ୍ମଲ, ମିଡିୟମ ଏବଂ ଲାର୍ଜ ଭଳି ଲେବେଲ୍‌ ଲାଗିଥିବା ପୋଷାକଗୁଡ଼ିକ ଭାରତଭିତ୍ତିକ ମାପ ମାନକୁ ଅନୁସରଣ କରୁନାହାନ୍ତି।

ଅଧିକାଂଶ ବ୍ରାଣ୍ଡ୍‌ ଆମେରିକା କିମ୍ବା ବ୍ରିଟେନର ସାଇଜ୍‌ ଚାର୍ଟ ବ୍ୟବହାର କରୁଛନ୍ତି।

କିନ୍ତୁ ଭାରତୀୟମାନଙ୍କ ଶରୀରର ଆକାର ଭିନ୍ନ।

ଏଥିପାଇଁ ଫିଟିଂରେ ଅସୁବିଧା ରହୁଛି।

ବିଭିନ୍ନ ବ୍ରାଣ୍ଡ୍‌ର ପୋଷାକ କିଣିବା ସମୟରେ ଗ୍ରାହକ ପୋଷାକର ସାଇଜ୍‌କୁ ନେଇ ଦ୍ବନ୍ଦ୍ବରେ ରହୁଛନ୍ତି।

ଲେବଲ୍‌ ଠିକ୍‌ ଥିଲେ ମଧ୍ୟ ଫିଟିଂରେ ଭିନ୍ନତା ରହୁଛି।

Advertisment Taylor's wedding dress: ବିକ୍ରି ହୋଇଗଲା ଟେଲର୍‌ଙ୍କ ବିବାହର ଅଳିଆ ଭାରତରେ ଯେଉଁ ନୂଆ ଷ୍ଟାଣ୍ଡାର୍ଡ ସାଇଜ୍‌ ପୋଷାକ ଆସିବ ତାହା ଇଣ୍ଡିଆ ସାଇଜ୍‌ ପ୍ରକଳ୍ପ ଦ୍ବାରା ନିର୍ଦ୍ଧାରଣ କରାଯାଉଛି।

ଦେଶରେ ପ୍ରଥମ ଥର ପାଇଁ ଜାତୀୟ ଆନ୍ଥ୍ରୋପୋମେଟ୍ରିକ୍‌ (ଶରୀର ମାପ) ସର୍ଭେ କରାଯାଇଛି।

ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ବାରା ମଞ୍ଜୁରି ଲାଭ କରିଥିବା ଏହି ପ୍ରକଳ୍ପକୁ ଏନ୍‌ଆଇଏଫ୍‌ଟି କାର୍ଯ୍ୟକାରୀ କରୁଛି।

ଥ୍ରିଡି ଶରୀର ସ୍କାନିଂ ପ୍ରଯୁକ୍ତି ବ୍ୟବହାର କରି ୨୫ ହଜାରରୁ ଅଧିକ ଲୋକଙ୍କ ଠାରୁ ଡାଟା ସଂଗ୍ରହ କରାଯାଇଛି।

୧୫ ବର୍ଷ ଓ ତଦୂର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା।

ଦେଶର ୬ଟି ଅଞ୍ଚଳ ଯଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଓ ସିଲଂର ବିଭିନ୍ନ ସ୍ଥାନରେ ସର୍ଭେ କରାଯାଇଥିଲା।

୨୦୨୩ ମସିହାରେ ଉକ୍ତ ସର୍ଭେ ସମ୍ପାଦିତ ହୋଇଥିଲା।

ପରିସଂଖ୍ୟାନର ବିଶ୍ଳେଷଣ କରାଯାଇ ୨୭ଟି ଶରୀର ସାଇଜ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି ସେଥିରୁ ୧୩ଟି ମହିଳାଙ୍କ ପାଇଁ ଏବଂ ୧୪ଟି ପୁରୁଷଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

୩ଟି ଉଚ୍ଚତା ଗୋଷ୍ଠୀ ଏବଂ ୫ଟି ଶରୀରର ଆକୃତିକୁ ଏଥିରେ ସାମିଲ କରାଯାଇଛି।

ପୋଷାକ କମ୍ପାନିଗୁଡ଼ିକର ବ୍ୟବହାର ପାଇଁ ଇଣ୍ଡିଆ ସାଇଜ୍‌ ଚାର୍ଟ ଅନଲାଇନ୍‌ରେ ଗତ ଜାନୁଆରିରୁ ଉପଲବ୍ଧ କରାଯଯାଇଛି।

ପୋଷାକ ବ୍ରାଣ୍ଡ୍‌ଗୁଡ଼ିକ ଥରେ ଏହାକୁ ଗ୍ରହଣ କରିନେଲେ ଦେଶରେ ପୋଷାକ ସାଇଜକୁ ନେଇ ରହିଥିବା ଦ୍ବନ୍ଦ୍ବ ଦୂର ହେବ ବୋଲି ଆଶା କରାଯାଉଛି।

କମ୍ପାନିଗୁଡ଼ିକ ପାଇଁ ପୋଷାକ ଉତ୍ପାଦନ ଯୋଜନାରେ ଉନ୍ନତି ଆସିବ ଏବଂ ସେମାନଙ୍କ କପଡ଼ା ନଷ୍ଟ କମିବ।

ସୂଚନା ଅନୁଯାୟୀ ବୟନ ଶିଳ୍ପ ମନ୍ତ୍ରଣାଳୟ ଜାତୀୟ ପୋଷାକ ସାଇଜ୍‌ ଢାଞ୍ଚାକୁ ଚୂଡ଼ାନ୍ତ କରିବାର ନିକଟତର ହୋଇଛି।

ସଂପୂର୍ଣ୍ଣ ଭାବେ ସଂଖ୍ୟା ଆଧାରିତ ମାପ ପରିବର୍ତ୍ତେ ପରିଚିତ ଅକ୍ଷରଭିତ୍ତିକ ମାପ ଯଥା ଏସ୍‌ (ସ୍ମଲ), ଏମ୍‌(ମିଡିୟମ), ଏଲ୍‌ (ଲାର୍ଜ) ଭଳି ମାପକୁ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହେଉଛି।

Santa's Red Dress Story: ସାଣ୍ଟା କ୍ଲଜ୍‌ ଓ ତାଙ୍କ ଲାଲ୍‌ ପୋଷାକର କାହାଣୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।