Louis Road: ଦବିଗଲା ଲୁଇସରୋଡ୍ ରାସ୍ତା
"ଭୁବନେଶ୍ବର: ଦିନ ସାଢ଼େ ୨ଟା ସମୟ।
ପ୍ରତିଦିନ ଭଳି ଆଜି ମଧ୍ୟ ଗ୍ୟାରେଜ୍ ଛକରୁ ରବି ଟକିଜ୍ ପର୍ଯ୍ୟନ୍ତ ରାସ୍ତାରେ ଗହଳି ଥିଲା।
ହଠାତ ଉତ୍କଳ ଇନ୍ ସମ୍ମୁଖ ରାସ୍ତା ଦବି ଯାଇଥିଲା।
ପ୍ରାୟ ୨ ଫୁଟ ଓସାରର ୫ରୁ ୬ ଫୁଟ ଗଭୀର ଗାତ ହୋଇଯାଇଥିଲା।
ସେହି ରାସ୍ତା ଦେଇ ଯାଉଥିବା ଜଣେ ବାଇକ୍ଚାଳକ ଗାତରେ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଫଳରେ ସାଧାରଣରେ ଭୟ ଖେଳି ଯାଇଥିଲା।
ଗାଡ଼ିଗୁଡ଼ିକ ଅଟକି ଯାଇଥିଲେ।
ପୁଲିସ ଗୋଟିଏ ଲେନ୍ ରାସ୍ତା ବନ୍ଦ କରିଥିଲା।
ପରେ ଗୋଟିଏ ମାତ୍ର ଲେନ୍ରେ ଗାଡ଼ିଗୁଡ଼ିକୁ ଚଳାଚଳ କରିଥିଲେ।Advertisment Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା ଖବର ପାଇ ପୂର୍ତ୍ତ ବିଭାଗ କର୍ମଚାରୀମାନେ ପହଞ୍ଚି ରାସ୍ତା ଖୋଳି ବାଲି ଭର୍ତ୍ତି କରିବା ସହିତ ରାସ୍ତା ମରାମତି କରିଛନ୍ତି।
ଏନେଇ ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ରାସ୍ତା ଦେଇ ସ୍ବରେଜ୍ ପାଇପ ଯାଇଛି।
ପାଇପ୍ ଫାଟି ଯିବା ଫଳରେ ପାଣି ମାଟିତଳେ ବୋହିବା ଯୋଗୁ ରାସ୍ତା ତଳ ମାଟି ଖାଲି ହୋଇଯାଇଛି।
ଆଜି ଦିନରେ ବର୍ଷା ହେବା ଫଳରେ ରାସ୍ତା ଦବି ଯାଇଛି।
ପୂର୍ତ୍ତ ବିଭାଗ ଏନେଇ ନଜର ରଖିବା କଥା।
ଏନେଇ ରାସ୍ତା ମରାମତି କରୁଥିବା କର୍ମଚାରୀ କହିଛନ୍ତି ଯେ ନିକଟରେ ବଡ଼ ଡ୍ରେନ ଯାଇଛି।
ରାସ୍ତା ତଳେ ପାଇପ ଯୋଗେ ସେହି ଡ୍ରେନ୍କୁ ସଂଯୋଗ ହୋଇଛି।
ବିଭିନ୍ନ ସ୍ଥାନରେ ପାଇପ୍ ଫାଟି ପାଣି ସହ ମାଟି ବୋହି ଯାଇଛି।
ତେଣୁ ରାସ୍ତା ଦବି ଯାଇଥିଲା।
ଆଜି ରାତି ସୁଦ୍ଧା ରାସ୍ତା ମରାମତି ସରିଯିବ।
War: ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ-ନେତାନ୍ୟାହୁ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।