Indian sailor killed: ଓମାନରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ: ୨୩ ଭାରତୀୟଙ୍କ ଜୀବନ ନେଲାଣି ପଶ୍ଚିମ ଏସିଆ ଯୁଦ୍ଧ

Nov 04, 2026 - 16:24
Indian sailor killed: ଓମାନରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ: ୨୩ ଭାରତୀୟଙ୍କ ଜୀବନ ନେଲାଣି ପଶ୍ଚିମ ଏସିଆ ଯୁଦ୍ଧ

ନୂଆଦିଲ୍ଲୀ: ଓମାନ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହେବା ସହିତ ପଶ୍ଚିମ ଏସିଆ ଯୁଦ୍ଧରେ ମୃତ ଭାରତୀୟ ନାଗରିକଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି।

ଏହି ୨୩ ଜଣ ଭାରତୀୟଙ୍କ ମଧ୍ୟରୁ ୧୫ ଜଣ ନାବିକ ଥିଲେ।

ଓମାନର ଲିମାହ ନିକଟରେ ଏମ୍‌ଏସ୍‌ଭି ଏଏଲ ଜୁସୁଫି ଉପରେ ଆକ୍ରମଣକୁ ଭାରତ ନିନ୍ଦା କରିଛି।

Advertisment ମଙ୍ଗଳବାର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ 'ଏକ୍ସ' ରେ କହିଥିଲେ ଯେ ନଭେମ୍ବର ୨ (ସୋମବାର) ରେ ୧୪ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଭାରତୀୟ ଜାହାଜଟି ଓମାନ ଉପକୂଳ ନିକଟରେ ନାଭିଗେଟ୍ କରିବା ସମୟରେ ଆକାଶମାର୍ଗରୁ ଏକ ଅଜଣାବସ୍ତୁ ଏହାକୁ ଆଘାତ ଦେଇଥିଲା।

ଓମାନ ତଟରକ୍ଷୀ ବାହିନୀ ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ଜଣେ ନାବିକ ଗୁଜରାଟ ବାସିନ୍ଦା ଗାନ୍ଧାର ନହିମ୍‌ ଅଜିଜ୍‌ଙ୍କର ମୃତ୍ୟୁ ହୋଇଥିଲା।

Jayshankar: ନାଗରିକ ଜାହାଜ ଉପରେ ଆକ୍ରମଣ ଅଗ୍ରହଣୀୟ: ୟୁଏନ୍‌ଜିଏରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା ଏକ ବିବୃତିରେ, ବିଦେଶ ମନ୍ତଣାଳୟ କହିଛି ଯେ, ପଶ୍ଚିମ ଏସିଆରେ ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ନିରନ୍ତର ଆକ୍ରମଣ ଗଭୀର ଭାବରେ ଚିନ୍ତାଜନକ ଓ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଫେରିବା ପାଇଁ ତୁରନ୍ତ ଉତ୍ତେଜନା ହ୍ରାସ ଓ କୂଟନୈତିକ ସମାଧାନ ପାଇଁ ଚାଲିଥିବା ଆଲୋଚନା ସମାପ୍ତ କରିବା ପାଇଁ ଭାରତର ଆହ୍ୱାନକୁ ଦୋହରାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)