Daylight Burglary in Basta: ବସ୍ତାରେ ବେଧଡ଼କ ଚୋର: ଦିନରେ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

Nov 04, 2026 - 17:11
Daylight Burglary in Basta:  ବସ୍ତାରେ ବେଧଡ଼କ ଚୋର: ଦିନରେ ଘରେ ପଶି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବ୍ୟସ୍ତବହୁଳ ଗାନ୍ଧୀଛକ ଠାରେ ଆଜି ପୂର୍ବାହ୍‌ଣରେ ଏକ ଘରେ ପଶି ଦୁର୍ବୃତ୍ତମାନେ ସମସ୍ତ ମୂଲ୍ୟବାନ ସାମଗ୍ରୀ ଲୁଟିନେଇଛନ୍ତି।

ଏହି ଘଟଣାକୁ ନେଇ ବସ୍ତା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

Advertisment Puri: ଜଗା ଦର୍ଶନ ପାଇଁ ଯାଇଥିଲେ ପୁରୀ , ଏପଟେ ଘରେ ପଶି ସବୁ ଲୁଟିନେଲେ ଚୋର ସୂଚନା ସନୁସାରେ, ଗାନ୍ଧୀଛକର ଅନତିଦୂରରେ ଏକ ପଟାସ ଗଛର ଉଦ୍ୟାନ ରହିଛି।

ଏହା ନିକଟରେ ନାରାୟଣ ପ୍ରଧାନଙ୍କ ଘର ରହିଛି।

ନାରାୟଣ ଓ ତାଙ୍କ ପତ୍ନୀ ରାସ୍ତା କଡ଼ରେ ଏକ ଚାହା ଦୋକାନ କରିଥିଲେ।

ସମୟ ସମୟରେ ନାରାୟଣ ଅଟୋ ଚଳାନ୍ତି।

ଆଜି (ବୁଧବାର) ସକାଳ ସାତଟା ସମୟରେ ନାରାୟଣ ଅଟୋ ନେଇ ଭଡାରେ ଯାଇଥିଲେ।

ତାଙ୍କର ସ୍ତ୍ରୀ ଚାହା ଦୋକାନରେ ରହିଥିଲେ।

Kidnap: ଘରେ ପଶି ଦୁଇ ଯୁବତୀଙ୍କ ସମେତ ୮ଜଣଙ୍କୁ ଅପହରଣ କଲେ ଦୁର୍ବୃତ୍ତ, ଛାଡ଼ିବା ପାଇଁ ମାଗିଲେ ୧୦ ଲକ୍ଷ ଟଙ୍କା ପୂର୍ବାହ୍‌ଣ ପ୍ରାୟ ୧୧ଟା ବେଳେ ନାରାୟଣଙ୍କ ସ୍ତ୍ରୀ କୌଣସି କାମରେ ଘରକୁ ଯାଇଥିଲେ।

ଘରର କବାଟ ଖୋଲାଥିବା ଓ ଭିତରେ ଏଣେତେଣେ ଜିନିଷ ପତ୍ର ପଡ଼ିଥିବା ଦେଖିଥିଲେ।

ଟଙ୍କା ଆଦି ରଖିଥିବା ଟିଣ ବକ୍ସଟି ଭଙ୍ଗା ଯାଇଥିଲା।

ସେଥିରେ ଥିବା ପଚାଶ ହଜାର ଟଙ୍କା, ସୁନା ମୁଦି, ରୁପାର ପାଉଁଜି ନଥିଲା।

ଏନେଇସେ ନିଜର ସ୍ବାମୀଙ୍କୁ ସୂଚିତ କରିବା ସହ ପୁଲିସକୁ ଜଣାଇଥିଲେ।

ପୁଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)