Indian Rupee Gains Strength Against US Dollar: ଶେୟାର ବଜାରରୁ ସୁନା-ରୁପା, ସବୁଠି ଖୁସି ଖବର! ଡଲାର ତୁଳନାରେ ମଜବୁତ ହେଲା ଟଙ୍କା

Nov 17, 2026 - 10:35
Indian Rupee Gains Strength Against US Dollar: ଶେୟାର ବଜାରରୁ ସୁନା-ରୁପା, ସବୁଠି ଖୁସି ଖବର! ଡଲାର ତୁଳନାରେ ମଜବୁତ ହେଲା ଟଙ୍କା

ନିବେଶକଙ୍କ ପାଇଁ ଖୁସି ଖବର!

ଶେୟାର ବଜାରଠାରୁ ଆରମ୍ଭ କରି ସୁନା, ରୁପା ଓ ଟଙ୍କାର ମୂଲ୍ୟ ପର୍ଯ୍ୟନ୍ତ, ସବୁଠି ଦେଖିବାକୁ ମିଳିଛି ସକାରାତ୍ମକ ପରିବର୍ତ୍ତନ।

ସପ୍ତାହର ଦ୍ୱିତୀୟ କାରବାର ଦିନ ମଙ୍ଗଳବାର ଷ୍ଟକ୍ ମାର୍କେଟ ଗ୍ରୀନ୍ ଜୋନ୍‌ରେ ଖୋଲିଥିବାବେଳେ ସୁନା ଓ ରୁପା ଦରରେ ମଧ୍ୟ ସାମାନ୍ୟ ବୃଦ୍ଧି ଦେଖାଦେଇଛି।

ସେପଟେ ଡଲାର ତୁଳନାରେ ମଜବୁତ ହୋଇଛି ଭାରତୀୟ ଟଙ୍କା।

ଅର୍ଥାତ୍ ଏକାସାଙ୍ଗରେ ଚାରିଟି ଆର୍ଥିକ କ୍ଷେତ୍ରରୁ ମିଳିଛି ଆଶ୍ୱସ୍ତିକର ଖବର।

Advertisment ଗ୍ରୀନ୍ ଜୋନ୍‌ରେ ଖୋଲିଲା ସେନସେକ୍ସ-ନିଫ୍ଟି ସୋମବାର ଭାରତୀୟ ଶେୟାର ବଜାରରେ ଜୋରଦାର ବୃଦ୍ଧି ଦେଖାଯାଇଛି।

ମଙ୍ଗଳବାର ମଧ୍ୟ ସେହି ଧାରା ଜାରି ରହିଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସେନସେକ୍ସ ପୂର୍ବ କାରବାର ଦିନର ୮୨,୧୦୪ ପଏଣ୍ଟ ତୁଳନାରେ ବୃଦ୍ଧି ସହ ୮୨,୧୫୦ ପଏଣ୍ଟରେ ଖୋଲିଥିଲା।

ଏହାପରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ୨୦୦ ପଏଣ୍ଟରୁ ଅଧିକ ଉପରକୁ ଉଠି ୮୨,୩୪୯ ପଏଣ୍ଟ ସ୍ତରରେ କାରବାର କରୁଥିଲା।

ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ଗ୍ରୀନ୍ ଜୋନ୍‌ରେ ଆରମ୍ଭ କରିଥିଲା କାରବାର।

୨୬,୦୦୦ ପଏଣ୍ଟ ସ୍ତର ଆଡ଼କୁ ଆଗକୁ ବଢ଼ୁଥିବାରୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିଲା।

Advertisment ସୁନା-ରୁପା ଦରରେ ବି ବଡ଼ ପରିବର୍ତ୍ତନ କେବଳ ଶେୟାର ବଜାର ନୁହେଁ, କମୋଡିଟି ମାର୍କେଟରୁ ମଧ୍ୟ ମିଳିଛି ଖୁସି ଖବର।

ଲଗାତାର ହ୍ରାସ ପରେ ସୁନା ଓ ରୁପାର ଫ୍ୟୁଚର୍ସ କାରବାରରେ ଦର ବୃଦ୍ଧି ଦେଖାଯାଇଛି।

ଏହା ମୂଲ୍ୟବାନ ଧାତୁ ବଜାରରେ ପୁଣି ଚର୍ଚ୍ଚା ସୃଷ୍ଟି କରିଛି।

ଅନ୍ୟପଟେ ମୁଦ୍ରା ବଜାରରୁ ମଧ୍ୟ ଆସିଛି ଆଶ୍ୱସ୍ତିକର ଖବର।

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମଜବୁତ ହୋଇ ଖୋଲିଛି।

ତେବେ ଶେୟାର ବଜାରର ଏହି ଉତ୍ସାହ କେତେ ସମୟ ଜାରି ରହୁଛି ଏବଂ ସୁନା, ରୁପା ଓ ଟଙ୍କାର ଦରରେ ଆଗକୁ କେଉଁ ପରିବର୍ତ୍ତନ ଆସୁଛି, ତାହା ଉପରେ ଏବେ ନିବେଶକଙ୍କ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)