Indian Football League: ରାଉରକେଲାରେ ଇଣ୍ଡିଆନ ଫୁଟବଲ୍‌ ଲିଗ୍‌ : ଘରୋଇ ପଡ଼ିଆରେ ହାରିଲା ସମଲେଶ୍ୱରୀ ସ୍ପୋର୍ଟିଂ

Nov 05, 2026 - 22:30
Indian Football League:  ରାଉରକେଲାରେ ଇଣ୍ଡିଆନ ଫୁଟବଲ୍‌ ଲିଗ୍‌ : ଘରୋଇ ପଡ଼ିଆରେ ହାରିଲା ସମଲେଶ୍ୱରୀ ସ୍ପୋର୍ଟିଂ

ରାଉରକେଲା (ଦେବ ଗଡ଼ତିଆ): ସ୍ଥାନୀୟ ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମଠାରେ ବୁଧବାରଠାରୁ ବହୁ ପ୍ରତିକ୍ଷିତ ଇଣ୍ଡିଆନ ଫୁଟବଲ୍‌ ଲିଗ୍ ରୋମାଞ୍ଚକର ଶୈଳୀରେ ଆରମ୍ଭ ହୋଇଯାଇଛି।

ଚଳିତ ସିଜନରେ ଘରୋଇ ସମଲେଶ୍ୱରୀ ସ୍ପୋର୍ଟିଂ କଇନ୍ତୁ ବିଜୟର ସ୍ୱାଦ ଚାଖିପାରିନି।

ପ୍ରଥମ ମ୍ୟାଚରେ ଗୋକୁଲମ୍‌ କେରଳ ଏଫସି ଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିବାବେଳେ ଆଜି ଘରୋଇ ପଡ଼ିଆରେ ମଧ୍ୟ ପରାଜୟ ଭୋଗିଛି।

ରାଉରକେଲାରେ ଆଜି ଖେଳିଥିବା ପ୍ରଥମ ମ୍ୟାଚରେ ଦଳ ୧-୨ ଗୋଲରେ ଶକ୍ତିଶାଳୀ ଡେମ୍ପୋ ଠାରୁ ପରାସ୍ତ ହୋଇଛି।

Advertisment Indian Football League: ଇଣ୍ଡିଆନ ଫୁଟବଲ୍‌ ଲିଗ୍‌: ପ୍ରଥମ ମ୍ୟାଚ୍‌ରେ ଡେମ୍ପୋକୁ ଭେଟିବ ସମଲେଶ୍ବରୀ ସ୍ପୋର୍ଟିଂ ଦୁଇ ଦଳ ମଧ୍ୟରେ ପ୍ରଥମ ମିନିଟ୍‌ରୁ ହିଁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।

ଡେମ୍ପୋ ଏସସି ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ସମଲେଶ୍ୱରୀର ରକ୍ଷଣଭାଗକୁ ବ୍ୟସ୍ତ କରି ରଖିଥିଲା ଏବଂ ମ୍ୟାଚ୍‌ରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଥିଲା।

ଅନ୍ୟପଟେ ସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ମଧ୍ୟ ଜବରଦସ୍ତ ପ୍ରତିଆକ୍ରମଣ କରାଯାଇଥିଲା।

ଦଳ ଏକ ସୁନ୍ଦର ଗୋଲ୍ ପରିଶୋଧ କରି ମ୍ୟାଚ୍‌କୁ ସଂଘର୍ଷପୂର୍ଣ୍ଣ ସ୍ଥିତିକୁ ଆଣିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ଡେମ୍ପୋର ଦୃଢ଼ ରକ୍ଷଣଭାଗକୁ ଭେଦ କରିପାରି ନଥିଲା।

U-17 Football Selection Row: ଅଣ୍ଡର-୧୭ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଜିଲ୍ଲାସ୍ତରୀୟ ଖେଳାଳୀ ଚୟନରେ ପାତରଅନ୍ତର ଅଭିଯୋଗ ଶେଷ ପର୍ଯ୍ୟନ୍ତ ଡେମ୍ପୋ ଏସସି ନିଜର ୨-୧ ଗୋଲ ଅଗ୍ରଣୀ ବଜାୟ ରଖି ପୂରା ୩ ପଏଣ୍ଟ ହାସଲ କରିଛି।

ଡେମ୍ପୋ ପକ୍ଷରୁ ରିଚମଣ୍ଡ କ୍ଵାସୀ ଉସୁ (୨୮ମିନିଟ ) ଓ ଲଷ୍ମୀନାରାଓ ରାଣେ (୫୮ମିନିଟ ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ସମଲେଶ୍ୱରୀ ସ୍ପୋର୍ଟିଂ ର ଅଧିନାୟକ କାର୍ତିକ ଚୌଧୁରୀ(୮୨ମିନିଟ ) ଏକମାତ୍ର ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ।

ଡେମ୍ପୋର ରିଚମଣ୍ଡ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଦୁର୍ଗା ଚରଣ ତନ୍ତୀ, ସମଲେଶ୍ୱରୀ ସ୍ପୋର୍ଟିଂର ମାଲିକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)